ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ଲାଗି ନାମାଙ୍କନ ଭରିଲେ ଦୁଇ ବିଜେପି ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ କୁମାର । ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଉଭୟ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ସେହିପରି ସ୍ଵାଧୀନ ପ୍ରାର୍ଥୀ ଭାବେ ବରିଷ୍ଠ ନେତା ଦିଲ୍ଲୀପ ରାୟ ନାମାଙ୍କନ ଭରିଛନ୍ତି। 

ଆହୁରି ପଢ଼ନ୍ତୁ: କାଠଯୋଡି ନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

ଆଜି ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ଥିବାରୁ ସକାଳେ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ କମନ କ୍ୟାଣ୍ଡିଡେଟ୍‌ ଡ. ଦତ୍ତେଶ୍ୱର ହୋତା ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି । ଆଉ ଏବେ ବିଜେପିର ଦୁଇ ପ୍ରାର୍ଥୀ ମନମୋହନ ସାମଲ ଏବଂ ସୁଜିତ କୁମାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । 

ଆହୁରି ପଢ଼ନ୍ତୁ: କୁବେର ITDA ସହକାରୀ ନିର୍ବାହୀ ଯନ୍ତ୍ରୀ: ମିଳିଲାଣି ୧କେଜିରୁ ଉର୍ଦ୍ଧ୍ୱ ସୁନା, ଦୁଇ କୋଟି ଟଙ୍କା ସହ ୫ଟି ଆଲିସାନ କୋଠା ଓ ୧୪ଟି ପ୍ଲଟ ଠାବ

ରାଜ୍ୟସଭା ୪ର୍ଥ ଆସନ ପାଇଁ ବିଜେଡି ଓ କଂଗ୍ରେସ ସମର୍ଥନରେ ଡ. ଦତ୍ତେଶ୍ୱର ହୋତା ନିର୍ବାଚନ ଲଢୁଥିବାବେଳେ ସ୍ଵାଧୀନ ପ୍ରାର୍ଥୀ ଭାବେ ଦିଲ୍ଲୀପ ରାୟଙ୍କୁ ବିଜେପି ସମର୍ଥନ ଦେବ ବୋଲି ସୂଚନା ମିଳିଛି । ତେବେ ନାମାଙ୍କନ ଦାଖଲ ପରେ ୨୦୦୨ ପରି ଜିତାପଟ ହାସଲ କରିବି ବୋଲି କହିଛନ୍ତି ଦିଲ୍ଲୀପ । 

ଆହୁରି ପଢ଼ନ୍ତୁ: କାର୍ଯ୍ୟରେ ଅବହେଳା ଅଭିଯୋଗରେ ଜଳ ସଂପଦ ବିଭାଗର ୩ ଇଂଜିନିୟର ସସ୍‌ପେଣ୍ଡ

05 Mar 2026 By Madhusudan Das

ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ଲାଗି ନାମାଙ୍କନ ଭରିଲେ ଦୁଇ ବିଜେପି ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ କୁମାର । ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଉଭୟ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ସେହିପରି ସ୍ଵାଧୀନ ପ୍ରାର୍ଥୀ ଭାବେ ବରିଷ୍ଠ ନେତା ଦିଲ୍ଲୀପ ରାୟ ନାମାଙ୍କନ ଭରିଛନ୍ତି। 

ଆଜି ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ଥିବାରୁ ସକାଳେ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ କମନ କ୍ୟାଣ୍ଡିଡେଟ୍‌ ଡ. ଦତ୍ତେଶ୍ୱର ହୋତା ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି । ଆଉ ଏବେ ବିଜେପିର ଦୁଇ ପ୍ରାର୍ଥୀ ମନମୋହନ ସାମଲ ଏବଂ ସୁଜିତ କୁମାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । 

ରାଜ୍ୟସଭା ୪ର୍ଥ ଆସନ ପାଇଁ ବିଜେଡି ଓ କଂଗ୍ରେସ ସମର୍ଥନରେ ଡ. ଦତ୍ତେଶ୍ୱର ହୋତା ନିର୍ବାଚନ ଲଢୁଥିବାବେଳେ ସ୍ଵାଧୀନ ପ୍ରାର୍ଥୀ ଭାବେ ଦିଲ୍ଲୀପ ରାୟଙ୍କୁ ବିଜେପି ସମର୍ଥନ ଦେବ ବୋଲି ସୂଚନା ମିଳିଛି । ତେବେ ନାମାଙ୍କନ ଦାଖଲ ପରେ ୨୦୦୨ ପରି ଜିତାପଟ ହାସଲ କରିବି ବୋଲି କହିଛନ୍ତି ଦିଲ୍ଲୀପ । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର