ମହାଶିବରାତ୍ରି ପାଇଁ ଉତ୍ସବମୁଖର ଓଡ଼ିଶା: 'ହର ହର ମହାଦେବ' ଧ୍ୱନିରେ କମ୍ପୁଛି ଶୈବପୀଠ, ରାତି ୧୦ଟାରେ ଉଠିବ ମହାଦୀପ

Suryakanta Picture
Published On

ଆଜି ପବିତ୍ର ମହାଶିବରାତ୍ରି ବା ଜାଗର ଓଷା। ଏହି ଅବସରରେ ରାଜ୍ୟର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି। 'ଓମ୍ ନମଃ ଶିବାୟ' ଏବଂ 'ହର ହର ମହାଦେବ' ଧ୍ୱନିରେ ପ୍ରକମ୍ପିତ ହେଉଛି ଗାଁରୁ ସହର। ଭୁବନେଶ୍ୱରର ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିର ସମେତ ପୁରୀର ଲୋକନାଥ, ଢେଙ୍କାନାଳର କପିଳାସ ଏବଂ ଆଠଗଡ଼ର ବାବା ଧବଳେଶ୍ୱରଙ୍କ ପୀଠରେ ଶ୍ରଦ୍ଧାଳୁମାନଙ୍କର ଲମ୍ବା ଧାଡ଼ି ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ଲିଙ୍ଗରାଜ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ମହାପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ଆଜି ଭୋର ୩ଟାରୁ ମଙ୍ଗଳ ଆଳତି ଓ ଅବକାଶ ନୀତି ସମ୍ପନ୍ନ ହୋଇଛି। ଭକ୍ତମାନେ ଅତ୍ୟନ୍ତ ଶ୍ରଦ୍ଧାର ସହ ଦୀପ ଜାଳି ମହାଦେବଙ୍କ ଦର୍ଶନ କରୁଛନ୍ତି। ମନ୍ଦିର ପ୍ରଶାସନର ସୂଚନା ଅନୁଯାୟୀ, ଆଜି ରାତି ଠିକ୍ ୧୦ଟାରେ ମହାଦୀପ ଉଠିବ। ଏହି ମହାଦୀପ ଦର୍ଶନ ପରେ ବ୍ରତଧାରୀମାନେ ନିଜର ଉପବାସ ଭଙ୍ଗ କରିବେ। ଶୃଙ୍ଖଳିତ ଦର୍ଶନ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ଅନ୍ୟାନ୍ୟ ଶୈବପୀଠରେ ଭିଡ଼

କେବଳ ଭୁବନେଶ୍ୱର ନୁହେଁ, ରାଜ୍ୟର ଅନ୍ୟ ପ୍ରମୁଖ ଶୈବପୀଠ ଯଥା ଭଦ୍ରକର ଆଖଣ୍ଡଳମଣି, ନୟାଗଡ଼ର ଲଡୁବାବା ଏବଂ ବାଲେଶ୍ୱରର ପଞ୍ଚଲିଙ୍ଗେଶ୍ୱରରେ ମଧ୍ୟ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଛି। ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ଓ ସୁବିଧାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟାରିକେଡ୍, ପାନୀୟ ଜଳ ଯୋଗାଣ ଏବଂ ସିସିଟିଭି ନଜର ରଖାଯାଇଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ରାଜଧାନୀରେ ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରାୟ ୪୧ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ମଧ୍ୟ ସ୍ୱତନ୍ତ୍ର ରୁଟ୍ ଚାର୍ଟ ପ୍ରସ୍ତୁତ କରାଯାଇଛି। ଶାନ୍ତିଶୃଙ୍ଖଳାର ସହ ମହାଶିବରାତ୍ରି ପାଳନ କରିବାକୁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି।

15 Feb 2026 By Suryakanta

ମହାଶିବରାତ୍ରି ପାଇଁ ଉତ୍ସବମୁଖର ଓଡ଼ିଶା: 'ହର ହର ମହାଦେବ' ଧ୍ୱନିରେ କମ୍ପୁଛି ଶୈବପୀଠ, ରାତି ୧୦ଟାରେ ଉଠିବ ମହାଦୀପ

ଆଜି ପବିତ୍ର ମହାଶିବରାତ୍ରି ବା ଜାଗର ଓଷା। ଏହି ଅବସରରେ ରାଜ୍ୟର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି। 'ଓମ୍ ନମଃ ଶିବାୟ' ଏବଂ 'ହର ହର ମହାଦେବ' ଧ୍ୱନିରେ ପ୍ରକମ୍ପିତ ହେଉଛି ଗାଁରୁ ସହର। ଭୁବନେଶ୍ୱରର ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିର ସମେତ ପୁରୀର ଲୋକନାଥ, ଢେଙ୍କାନାଳର କପିଳାସ ଏବଂ ଆଠଗଡ଼ର ବାବା ଧବଳେଶ୍ୱରଙ୍କ ପୀଠରେ ଶ୍ରଦ୍ଧାଳୁମାନଙ୍କର ଲମ୍ବା ଧାଡ଼ି ଦେଖିବାକୁ ମିଳିଛି।

ଲିଙ୍ଗରାଜ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ମହାପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ଆଜି ଭୋର ୩ଟାରୁ ମଙ୍ଗଳ ଆଳତି ଓ ଅବକାଶ ନୀତି ସମ୍ପନ୍ନ ହୋଇଛି। ଭକ୍ତମାନେ ଅତ୍ୟନ୍ତ ଶ୍ରଦ୍ଧାର ସହ ଦୀପ ଜାଳି ମହାଦେବଙ୍କ ଦର୍ଶନ କରୁଛନ୍ତି। ମନ୍ଦିର ପ୍ରଶାସନର ସୂଚନା ଅନୁଯାୟୀ, ଆଜି ରାତି ଠିକ୍ ୧୦ଟାରେ ମହାଦୀପ ଉଠିବ। ଏହି ମହାଦୀପ ଦର୍ଶନ ପରେ ବ୍ରତଧାରୀମାନେ ନିଜର ଉପବାସ ଭଙ୍ଗ କରିବେ। ଶୃଙ୍ଖଳିତ ଦର୍ଶନ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଅନ୍ୟାନ୍ୟ ଶୈବପୀଠରେ ଭିଡ଼

କେବଳ ଭୁବନେଶ୍ୱର ନୁହେଁ, ରାଜ୍ୟର ଅନ୍ୟ ପ୍ରମୁଖ ଶୈବପୀଠ ଯଥା ଭଦ୍ରକର ଆଖଣ୍ଡଳମଣି, ନୟାଗଡ଼ର ଲଡୁବାବା ଏବଂ ବାଲେଶ୍ୱରର ପଞ୍ଚଲିଙ୍ଗେଶ୍ୱରରେ ମଧ୍ୟ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଛି। ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ଓ ସୁବିଧାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟାରିକେଡ୍, ପାନୀୟ ଜଳ ଯୋଗାଣ ଏବଂ ସିସିଟିଭି ନଜର ରଖାଯାଇଛି।

ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ରାଜଧାନୀରେ ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରାୟ ୪୧ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ମଧ୍ୟ ସ୍ୱତନ୍ତ୍ର ରୁଟ୍ ଚାର୍ଟ ପ୍ରସ୍ତୁତ କରାଯାଇଛି। ଶାନ୍ତିଶୃଙ୍ଖଳାର ସହ ମହାଶିବରାତ୍ରି ପାଳନ କରିବାକୁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି।

https://www.thesakala.in/latest-odisha-news/maha-shivratri-2026-thousands-of-devotees-flock-to-shiva-temples-across-odisha/article-44708
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର