କୁମ୍ଭୀର ସହ ଲଢି ନିଜ ଜୀବନ ବଞ୍ଚାଇଲେ ୭୦ବର୍ଷିୟା ମହିଳା

The Sakala Picture
Published On

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ମାହାକାଳପଡା ତନ୍ତିଆପାଳ ଥାନା ଅନ୍ତର୍ଗତ ଛତର ବଢି ଗାଁରେ ଜଣେ ମହିଳାଙ୍କୁ କୁମ୍ଭୀର ଆକ୍ରମଣ କରିଥିବା ଜଣାପଡ଼ିଛି। ଉକ୍ତ ମହିଳା ଜଣଙ୍କ ନାମ ଅହଲ୍ୟା ପରିଡା ( ୭୦ )। ସୂଚନା ଅନୁଯାୟୀ, ଅହଲ୍ଯା ଗତକାଲି ସନ୍ଧ୍ଯା ସମୟରେ ଶୌଚ ହେବାକୁ ନଦୀକୁ ଯାଇଥିଲେ। ଶୌଚ ସମୟରେ କୁମ୍ଭୀର ତାଙ୍କୁ ଝାମ୍ପି ନେଇଥିଲା । ହେଲେ ସେ କୁମ୍ଭୀର ସହ ଲଢି ନିଜ ଜୀବନ ବଞ୍ଚାଇଥିଲେ। ଜୀବନ ତ ବଞ୍ଚିଯାଇଛି ହେଲେ ଡାହଣ […]

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ମାହାକାଳପଡା ତନ୍ତିଆପାଳ ଥାନା ଅନ୍ତର୍ଗତ ଛତର ବଢି ଗାଁରେ ଜଣେ ମହିଳାଙ୍କୁ କୁମ୍ଭୀର ଆକ୍ରମଣ କରିଥିବା ଜଣାପଡ଼ିଛି। ଉକ୍ତ ମହିଳା ଜଣଙ୍କ ନାମ ଅହଲ୍ୟା ପରିଡା ( ୭୦ )।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

ସୂଚନା ଅନୁଯାୟୀ, ଅହଲ୍ଯା ଗତକାଲି ସନ୍ଧ୍ଯା ସମୟରେ ଶୌଚ ହେବାକୁ ନଦୀକୁ ଯାଇଥିଲେ। ଶୌଚ ସମୟରେ କୁମ୍ଭୀର ତାଙ୍କୁ ଝାମ୍ପି ନେଇଥିଲା । ହେଲେ ସେ କୁମ୍ଭୀର ସହ ଲଢି ନିଜ ଜୀବନ ବଞ୍ଚାଇଥିଲେ। ଜୀବନ ତ ବଞ୍ଚିଯାଇଛି ହେଲେ ଡାହଣ ଜଙ୍ଘ ଓ ଗୋଡରୁ କୁମ୍ଭୀର  ମାଂସ ନେଇ ଯାଇଛି। ଗୋଡ ହାଡ ମଧ୍ଯ ଭାଙ୍ଗି ଯାଇଛି । ଗୁରୁତର ଅବସ୍ଥାରେ ସେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। । ଅହଲ୍ଯାଙ୍କର ୨ ଟି ଅପରେସନ ହେବ ବୋଲି ଡାକ୍ତର କହିଛନ୍ତି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର