ଓଡ଼ିଶାରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ଶ୍ରୀମନ୍ଦିର ସୁରକ୍ଷା ବିପନ୍ନ ପ୍ରତିବାଦରେ ପାର୍ଲାମେଣ୍ଟ ପରିସର ଗାନ୍ଧିମୂର୍ତ୍ତି ତଳେ ବିଜେଡି ସାଂସଦଙ୍କ ଧାରଣା

Madhusudan Das Picture
Published On

ଭୁବନେଶ୍ୱର: ପାର୍ଲାମେଣ୍ଟ ବାହାରେ ବିଜେଡି ସାଂସଦଙ୍କ ଧାରଣା । ଓଡ଼ିଶାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଓ ଶ୍ରୀମନ୍ଦିର ସୁରକ୍ଷା ବିପନ୍ନ ପ୍ରତିବାଦରେ ପାର୍ଲାମେଣ୍ଟ ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ବିଜେଡି ରାଜ୍ୟସଭା ସାଂସଦଙ୍କ ନାରାବାଜି । ରାଜ୍ୟର ଆଇନଶୃଙ୍ଖଳା ବଜାୟ ରଖିବା କ୍ଷେତ୍ରରେ କ୍ଷମତାସୀନ ସରକାର ବିଫଳ ହୋଇଛନ୍ତି । ଏହାସହ ଶ୍ରୀମନ୍ଦିରକୁ ସୁରକ୍ଷା ଦେବାରେ ମଧ୍ୟ ସରକାର ବିଫଳ ହୋଇଛନ୍ତି । ତେଣୁ ରାଜ୍ୟରେ ଥିବା କ୍ଷମତାସୀନ ସରକାର ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ନାରା ଦେଇଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ଆଜି ପୂର୍ବାହ୍ନରେ ସାଂସଦ ସସ୍ମିତ ପାତ୍ର, ଦେବାଶିଷ ସାମନ୍ତରାୟ, ମାନସ ରଞ୍ଜନ ମଙ୍ଗରାଜ, ସୁଲତା ଦେଓ, ନିରଞ୍ଜନ ବିଶି ଏବଂ ସୁବାଶିଷ ଖୁଣ୍ଟିଆ ପ୍ଲାକାର୍ଡ ଧରି ପାର୍ଲାମେଣ୍ଟ ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ନାରାବାଜି କରିଥିଲେ । ରାଜ୍ୟରେ ପ୍ରତ୍ୟେକ ଦିନ ନାରୀ ନିର୍ଯାତନା ବୃଦ୍ଧି ପାଇବାରେ ଲାଗିଛି । ହତ୍ୟା, ଚୋରି, ଲୁଣ୍ଠନ ଓ ତସ୍କରୀ ଭଳି ଘଟଣା ଉଦବେଗ ଜନକ ହୋଇଛି । ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ସୁଯୋଗ ନେଇ ନିକଟ ଅତୀତରେ ରାଜ୍ୟସଭା ସାଂସଦ ସୁବାଶିଷ ଖୁଣ୍ଟିଆଙ୍କୁ ପୁରୀରେ ହତ୍ୟା ଧମକ ଦିଆଯାଇଥିଲା । ରାଜ୍ୟକୁ ଠିକରେ ଚଳାଇପାରୁ ନଥିବାରୁ ରାଜ୍ୟରେ କ୍ଷମତାଶୀନ ବିଜେପି ସରକାର ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ସାଂସଦମାନେ କହିଛନ୍ତି । 

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

12 Feb 2026 By Madhusudan Das

ଓଡ଼ିଶାରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ଶ୍ରୀମନ୍ଦିର ସୁରକ୍ଷା ବିପନ୍ନ ପ୍ରତିବାଦରେ ପାର୍ଲାମେଣ୍ଟ ପରିସର ଗାନ୍ଧିମୂର୍ତ୍ତି ତଳେ ବିଜେଡି ସାଂସଦଙ୍କ ଧାରଣା

ଭୁବନେଶ୍ୱର: ପାର୍ଲାମେଣ୍ଟ ବାହାରେ ବିଜେଡି ସାଂସଦଙ୍କ ଧାରଣା । ଓଡ଼ିଶାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଓ ଶ୍ରୀମନ୍ଦିର ସୁରକ୍ଷା ବିପନ୍ନ ପ୍ରତିବାଦରେ ପାର୍ଲାମେଣ୍ଟ ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ବିଜେଡି ରାଜ୍ୟସଭା ସାଂସଦଙ୍କ ନାରାବାଜି । ରାଜ୍ୟର ଆଇନଶୃଙ୍ଖଳା ବଜାୟ ରଖିବା କ୍ଷେତ୍ରରେ କ୍ଷମତାସୀନ ସରକାର ବିଫଳ ହୋଇଛନ୍ତି । ଏହାସହ ଶ୍ରୀମନ୍ଦିରକୁ ସୁରକ୍ଷା ଦେବାରେ ମଧ୍ୟ ସରକାର ବିଫଳ ହୋଇଛନ୍ତି । ତେଣୁ ରାଜ୍ୟରେ ଥିବା କ୍ଷମତାସୀନ ସରକାର ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ନାରା ଦେଇଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ।

ଆଜି ପୂର୍ବାହ୍ନରେ ସାଂସଦ ସସ୍ମିତ ପାତ୍ର, ଦେବାଶିଷ ସାମନ୍ତରାୟ, ମାନସ ରଞ୍ଜନ ମଙ୍ଗରାଜ, ସୁଲତା ଦେଓ, ନିରଞ୍ଜନ ବିଶି ଏବଂ ସୁବାଶିଷ ଖୁଣ୍ଟିଆ ପ୍ଲାକାର୍ଡ ଧରି ପାର୍ଲାମେଣ୍ଟ ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ନାରାବାଜି କରିଥିଲେ । ରାଜ୍ୟରେ ପ୍ରତ୍ୟେକ ଦିନ ନାରୀ ନିର୍ଯାତନା ବୃଦ୍ଧି ପାଇବାରେ ଲାଗିଛି । ହତ୍ୟା, ଚୋରି, ଲୁଣ୍ଠନ ଓ ତସ୍କରୀ ଭଳି ଘଟଣା ଉଦବେଗ ଜନକ ହୋଇଛି । ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ସୁଯୋଗ ନେଇ ନିକଟ ଅତୀତରେ ରାଜ୍ୟସଭା ସାଂସଦ ସୁବାଶିଷ ଖୁଣ୍ଟିଆଙ୍କୁ ପୁରୀରେ ହତ୍ୟା ଧମକ ଦିଆଯାଇଥିଲା । ରାଜ୍ୟକୁ ଠିକରେ ଚଳାଇପାରୁ ନଥିବାରୁ ରାଜ୍ୟରେ କ୍ଷମତାଶୀନ ବିଜେପି ସରକାର ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ସାଂସଦମାନେ କହିଛନ୍ତି । 

https://www.thesakala.in/latest-odisha-news/bjd-mps-protest-under-gandhi-statue-in-parliament-premises/article-44615
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର