ଭାରତ ବନ୍ଦବେଳେ ବ୍ରେକ୍ ଫେଲ୍ ହେଲା ପୋଲିସ ବସ୍, ଅଳ୍ପକେ ବର୍ତ୍ତିଲେ ଆନ୍ଦୋଳନକାରୀ

Madhusudan Das Picture
Published On

ରାୟଗଡ଼ା: ଭାରତ ବନ୍ଦବେଳେ ବ୍ରେକ୍ ଫେଲ୍ ହେଲା ପୋଲିସ ବସ୍, ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଆନ୍ଦୋଳନକାରୀ। ଆଜି ବନ୍ଦ ବେଳେ ଏଭଳି ଘଟଣା ଘଟିଛି ରାୟଗଡା ସହରର ଶିରିଗୁଡ଼ା ଛକରେ। ଆଜି ଟ୍ରେଡ ୟୁନିୟନ ଭାରତ ବନ୍ଦ ଡାକରା ଦେଇଥିବା ବେଳେ ଶିରିଗୁଡ଼ା ଛକରେ ଅନେକ ଯାନବାହାନ ଅଟକିଥିଲା। ମନରେଗା ଉଚ୍ଛେଦ ସହ କେନ୍ଦ୍ର ସରକାରଙ୍କ ଶ୍ରମିକ ସ୍ବାର୍ଥ ବିରୋଧୀ ୪ଟି ଶ୍ରମ କୋଡ ବାତିଲ ଓ ଅନ୍ୟାନ୍ୟ ଦାବି ନେଇ ଦେଶବ୍ୟାପୀ ବନ୍ଦ ଧର୍ମଘଟ କରିଛି ଟ୍ରେଡ ୟୁନିୟନ । 

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ରାୟଗଡା ସହରର ଶିରିଗୁଡ଼ା ଛକରେ ଭାରତ ବନ୍ଦ ପ୍ରଭାବରେ ଅନେକ ଯାନବାହାନ ଅଟକିଥିଲା ।  ଶତାଧିକ ଆନ୍ଦୋଳକାରୀ ରାସ୍ତାରେ ପ୍ରତିବାଦ କରୁଥିଲେ । ଆନ୍ଦୋଳନକାରୀଙ୍କ ସହ ସୁରକ୍ଷା ଦୃଷ୍ଟିରୁ ପୋଲିସ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ସେତିକିବେଳେ ଅଟକି ରହିଥିବା ପୋଲିସ ବସ୍ ବ୍ରେକ ଫେଲ ହୋଇ ହଠାତ ଗଡିଗଲା। ବ୍ୟାରିକେଡ ଭାଙ୍ଗି ପ୍ରାୟ ୧୦୦ ମିଟର ଗଡ଼ିଗଲା ବସ୍ । ସାମନାରେ ଥିବା ଲୋକମାନେ ଚିତ୍କାର କରି ଏଣେତେଣେ ଧାଇଁଥିଲେ । ତେବେ ଡ଼୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଗଲେ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

12 Feb 2026 By Madhusudan Das

ଭାରତ ବନ୍ଦବେଳେ ବ୍ରେକ୍ ଫେଲ୍ ହେଲା ପୋଲିସ ବସ୍, ଅଳ୍ପକେ ବର୍ତ୍ତିଲେ ଆନ୍ଦୋଳନକାରୀ

ରାୟଗଡ଼ା: ଭାରତ ବନ୍ଦବେଳେ ବ୍ରେକ୍ ଫେଲ୍ ହେଲା ପୋଲିସ ବସ୍, ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଆନ୍ଦୋଳନକାରୀ। ଆଜି ବନ୍ଦ ବେଳେ ଏଭଳି ଘଟଣା ଘଟିଛି ରାୟଗଡା ସହରର ଶିରିଗୁଡ଼ା ଛକରେ। ଆଜି ଟ୍ରେଡ ୟୁନିୟନ ଭାରତ ବନ୍ଦ ଡାକରା ଦେଇଥିବା ବେଳେ ଶିରିଗୁଡ଼ା ଛକରେ ଅନେକ ଯାନବାହାନ ଅଟକିଥିଲା। ମନରେଗା ଉଚ୍ଛେଦ ସହ କେନ୍ଦ୍ର ସରକାରଙ୍କ ଶ୍ରମିକ ସ୍ବାର୍ଥ ବିରୋଧୀ ୪ଟି ଶ୍ରମ କୋଡ ବାତିଲ ଓ ଅନ୍ୟାନ୍ୟ ଦାବି ନେଇ ଦେଶବ୍ୟାପୀ ବନ୍ଦ ଧର୍ମଘଟ କରିଛି ଟ୍ରେଡ ୟୁନିୟନ । 

ରାୟଗଡା ସହରର ଶିରିଗୁଡ଼ା ଛକରେ ଭାରତ ବନ୍ଦ ପ୍ରଭାବରେ ଅନେକ ଯାନବାହାନ ଅଟକିଥିଲା ।  ଶତାଧିକ ଆନ୍ଦୋଳକାରୀ ରାସ୍ତାରେ ପ୍ରତିବାଦ କରୁଥିଲେ । ଆନ୍ଦୋଳନକାରୀଙ୍କ ସହ ସୁରକ୍ଷା ଦୃଷ୍ଟିରୁ ପୋଲିସ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ସେତିକିବେଳେ ଅଟକି ରହିଥିବା ପୋଲିସ ବସ୍ ବ୍ରେକ ଫେଲ ହୋଇ ହଠାତ ଗଡିଗଲା। ବ୍ୟାରିକେଡ ଭାଙ୍ଗି ପ୍ରାୟ ୧୦୦ ମିଟର ଗଡ଼ିଗଲା ବସ୍ । ସାମନାରେ ଥିବା ଲୋକମାନେ ଚିତ୍କାର କରି ଏଣେତେଣେ ଧାଇଁଥିଲେ । ତେବେ ଡ଼୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଗଲେ।

https://www.thesakala.in/latest-odisha-news/police-bus-brake-fail-during-bharat-bandh-in-rayagada/article-44612
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର