ବେପରୁଆ ଗାଡ଼ି ଚାଳନା ପଡ଼ିଲା ମହଙ୍ଗା: ଓଡ଼ିଶା ପରିବହନ ବିଭାଗ ଜାରି କଲା ଭୟଙ୍କର ଦୁର୍ଘଟଣାର ଭିଡିଓ

Tapas Ranjan Nanda Picture
Published On

ଭୁବନେଶ୍ୱର: ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ସବୁବେଳେ ସଡ଼କ ସୁରକ୍ଷାକୁ ନେଇ ସଚେତନତା ସୃଷ୍ଟି କରାଯାଉଛି। ତଥାପି ଅନେକ ଲୋକ ଟ୍ରାଫିକ ନିୟମକୁ ଅଣଦେଖା କରି ନିଜ ଜୀବନକୁ ବିପଦରେ ପକାଉଛନ୍ତି। ନିକଟରେ STA ଓଡ଼ିଶା ନିଜର ଅଫିସିଆଲ୍ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ସିସିଟିଭି ଭିଡିଓ ସେୟାର କରିଛି, ଯାହା ବେପରୁଆ ଗାଡ଼ି ଚାଳନାର ଭୟାବହ ପରିଣାମକୁ ଦର୍ଶାଉଛି।

ଆହୁରି ପଢ଼ନ୍ତୁ: ଆଜି ଗୁରୁ ଦିବସ; ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର

ଭାଇରାଲ ହେଲା ଦୁର୍ଘଟଣାର ଭିଡିଓ

ଏସଟିଏ ଦ୍ୱାରା ଜାରି କରାଯାଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଗୋଟିଏ ବାଇକରେ ତିନି ଜଣ ଯୁବକ (ଟ୍ରିପଲ ରାଇଡିଂ) ବେପରୁଆ ଭାବେ ଯାଉଥିଲେ। ଟ୍ରାଫିକ ନିୟମ ଉଲ୍ଲଂଘନ କରି ଦ୍ରୁତ ଗତିରେ ଯାଉଥିବା ବେଳେ ସେମାନେ ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଛନ୍ତି। କିଛି କ୍ଷଣର ମଜା କିପରି ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ, ତାହା ଏହି ଭିଡିଓ ମାଧ୍ୟମରେ ସ୍ପଷ୍ଟ ହୋଇଛି।

ସତର୍କ କରାଇଲା ପରିବହନ ବିଭାଗ

ଏହି ଭିଡିଓ ସେୟାର କରି STA ପକ୍ଷରୁ କୁହାଯାଇଛି ଯେ, ବେପରୁଆ ଗାଡ଼ି ଚାଳନା କେବଳ ଦୁଃଖ, କଷ୍ଟ ଏବଂ ଯନ୍ତ୍ରଣା ନେଇ ଆସେ। ଅନେକ ସମୟରେ ଲୋକମାନେ ଟ୍ରାଫିକ ନିୟମ ପାଳନ ନକରି ଆରାମରେ ଗନ୍ତବ୍ୟସ୍ଥଳରେ ପହଞ୍ଚିଯିବେ ବୋଲି ଭାବିଥାନ୍ତି, କିନ୍ତୁ ଏହା ଏକ ଭୁଲ୍ ଧାରଣା। ତେଣୁ ଗାଡ଼ି ଚଳାଇବା ସମୟରେ ଟ୍ରିପଲ ରାଇଡିଂ ନକରିବା, ହେଲମେଟ ପିନ୍ଧିବା ଏବଂ ସମସ୍ତ ଟ୍ରାଫିକ ନିୟମ ମାନିବାକୁ ବିଭାଗ ପକ୍ଷରୁ ନିବେଦନ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର