ମାଟ୍ରିକ ପରୀକ୍ଷା ପାଇଁ ବୋର୍ଡର ଜୋରଦାର ପ୍ରସ୍ତୁତି, ଆଜିଠାରୁ ନୋଡାଲ ସେଣ୍ଟରକୁ ଯିବ ପ୍ରଶ୍ନପତ୍ର

Madhusudan Das Picture
Published On

ଭୁବନେଶ୍ୱର: ଆସନ୍ତା ୧୯ ତାରିଖରେ ମାଟ୍ରିକ ପରୀକ୍ଷା । ପରୀକ୍ଷାକୁ ଆଉ ୯ ଦିନ ଥିବାରୁ ବୋର୍ଡର ଜୋରଦାର ପ୍ରସ୍ତୁତି ଚଳାଇଛି । ଆଜିଠାରୁ ନୋଡାଲ ସେଣ୍ଟରକୁ ଯିବ ପ୍ରଶ୍ନପତ୍ର। ପ୍ରଶ୍ନପତ୍ର ରଖିବା ପାଇଁ ରାଜ୍ୟରେ ୩୨୨ଟି ନୋଡାଲ୍ ସେଣ୍ଟର ରହିଛି। ମାଓ ପ୍ରଭାବିତ ୧୭ଟି ଥାନାରେ କରାଯାଇଛି ନୋଡାଲ୍ ସେଣ୍ଟର। ଅନୁମୋଦିତ ରୁଟ୍ ମାଧ୍ୟମରେ ୧୭ ତାରିଖ ଭିତରେ ସବୁ ନୋଡାଲ୍ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିବ। ନିର୍ଦ୍ଧାରିତ୍ ରୁଟ୍ ଛଡ଼ା ଆଉ କେଉଁ ବାଟରେ ମଧ୍ୟ ପ୍ରଶ୍ନପତ୍ର ନିଆଯିବ ନାହିଁ ବୋଲି କହିଛନ୍ତି ବୋର୍ଡ ସଭାପତି। ଆସନ୍ତା ୧୯ରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ମାଟ୍ରିକ୍ ପରୀକ୍ଷା ଅନୁଷ୍ଠିତ ହେବ। 

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

ଚଳିତ ବର୍ଷ ୫ ଲକ୍ଷ ୬୧ ହଜାର ୯୭୯ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେବେ । ଏଥିପାଇଁ ୩ ହଜାର ୮୨ଟି ପରୀକ୍ଷା ସେଣ୍ଟର କରାଯାଇଛି । ୩୨୨ଟି ନୋଡାଲ ସେଣ୍ଟର ହୋଇଛି । ନୋଡାଲ ସେଣ୍ଟର ଗୁଡିକ ସିସିଟିଭି ନଜରରେ ରହିବ । ପରୀକ୍ଷା କେନ୍ଦ୍ର ଗୁଡିକ ମଧ୍ୟ ସିସିଟିଭି ନଜରରେ ରହିବ। ଆଜି ପ୍ରଥମ ପର୍ଯ୍ୟାୟରେ ୪ଟି ଜିଲ୍ଲାକୁ ପ୍ରଶ୍ନପତ୍ର ଯାଇଛି । ୧୭ ତାରିଖ ସୁଦ୍ଧା ସବୁ ନୋଡାଲ ସେଣ୍ଟରରେ ସମସ୍ତ ପ୍ରଶ୍ନ ପତ୍ର ପହଞ୍ଚିବ ବୋଲି ସୂଚନା ଦେଇଛନ୍ତି ବୋର୍ଡ଼ ସଭାପତି ।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ଦୁଇ ଏସିଆଟିକ୍ ସିଂହ ଶାବକଙ୍କ ଜନ୍ମ: ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର