ନିରଞ୍ଜନଙ୍କ ଘରୁ ଲୁଟ୍ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲା ଲୁଟେରା ସ୍ପାଇଡର୍

Madhusudan Das Picture
Published On

ଭୁବନେଶ୍ୱର: ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲା ଲୁଟେରା ସ୍ପାଇଡର୍ ସତୀଶ ରେଡ୍ଡି । ସାକ୍ଷ୍ୟ ପ୍ରମାଣ ଅଭାବରୁ ଅଭିଯୁକ୍ତ ସତୀଶ ରେଡ୍ଡିକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ। ଭୁବନେଶ୍ଵର JMFC ୩ କୋର୍ଟ ପକ୍ଷରୁ ସ୍ପାଇଡର ସତୀଶକୁ ନଟ୍ ଫାଉଣ୍ଡ ଗିଲ୍ଟି କରି ନିର୍ଦ୍ଦୋଷରେ ଖଲାସ କରାଯାଇଛି । 

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟ୍ ତାଲିକାରୁ କଟିଛି ୯ ଲକ୍ଷ ୮୦ ହଜାର ଭୋଟରଙ୍କ ନାଁ, ତୃଣମୂଳ ସ୍ତରରେ ଯାଞ୍ଚ ହୋଇନଥିବା ଅଭିଯୋଗ

୨୦୨୫ ମସିହା ଜାନୁଆରୀ ୨୬ ତାରିଖରେ ନିରଞ୍ଜନଙ୍କ ନୟାପଲ୍ଲୀ ସ୍ଥିତ ଘରୁ ଚୋରି ହୋଇଥିଲା । ସୁନା ଗହଣା ସହ କିଛି ନଗଦ ଅର୍ଥ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । କମିଶନରଟେ ପୋଲିସ ତଦନ୍ତର ଦିଗ ଆଗକୁ ବଢାଇବା ସହ ସିସିଟିଭି ଫୁଟେଜ ଯାଞ୍ଚ ଆଧାରରେ ସ୍ପାଇଡର୍ ସତୀଶ ରେଡ୍ଡିକୁ ଗିରଫ କରିଥିଲା । ତେବେ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ସ୍ପାଇଡର ସତୀକୁ ଆଜି ଭୁବନେଶ୍ବର ଜେଏମଏଫସି କୋର୍ଟ-୩ ଦୋଷମୁକ୍ତ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଜନ୍ମ ପ୍ରମାଣପତ୍ର ପାଇଁ ଗରିବଙ୍କୁ ଲୁଟୁଛନ୍ତି ସରକାରୀ ବାବୁ, ୭୦ ଟଙ୍କା ପରିବର୍ତ୍ତେ ନେଉଛନ୍ତି ୯୦୦

ଗତବର୍ଷ ଏପ୍ରିଲ ୨୫ରେ ଚାର୍ଜସିଟ ଦାଖଲ ହୋଇଥିଲା। ସତୀଶ ବିରୋଧରେ ୩୪ଟି କେସ ଥିବା ସେତେବେଳେ କୁହାଯାଇଥିଲା । କିନ୍ତୁ ଫିଲ୍ମ ଷ୍ଟାଇଲରେ ଚିତ୍ରଣ କରାଯାଇଥିବା ଏହି କେସ ଗୁଡିକର ପ୍ରମାଣ କୋର୍ଟଙ୍କ ନିକଟରେ ଦାଖଲ କରିପାରିନଥିଲା ପୋଲିସ। ଯେଉଁଥିପାଇଁ ପୋଲିସର ତଦନ୍ତ ପ୍ରକ୍ରିୟାକୁ ଭର୍ତ୍ସନା କରିଛନ୍ତି କୋର୍ଟ। 

ଆହୁରି ପଢ଼ନ୍ତୁ: ନିର୍ବନ୍ଧ ପରେ ଯୁବତୀଙ୍କୁ ହତ୍ୟା ଘଟଣା: ଜାମସେଦପୁରରୁ ଅଭିଯୁକ୍ତ ପ୍ରେମିକକୁ ଗିରଫ କଲା ପୋଲିସ

06 Feb 2026 By Madhusudan Das

ନିରଞ୍ଜନଙ୍କ ଘରୁ ଲୁଟ୍ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲା ଲୁଟେରା ସ୍ପାଇଡର୍

ଭୁବନେଶ୍ୱର: ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲା ଲୁଟେରା ସ୍ପାଇଡର୍ ସତୀଶ ରେଡ୍ଡି । ସାକ୍ଷ୍ୟ ପ୍ରମାଣ ଅଭାବରୁ ଅଭିଯୁକ୍ତ ସତୀଶ ରେଡ୍ଡିକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ। ଭୁବନେଶ୍ଵର JMFC ୩ କୋର୍ଟ ପକ୍ଷରୁ ସ୍ପାଇଡର ସତୀଶକୁ ନଟ୍ ଫାଉଣ୍ଡ ଗିଲ୍ଟି କରି ନିର୍ଦ୍ଦୋଷରେ ଖଲାସ କରାଯାଇଛି । 

୨୦୨୫ ମସିହା ଜାନୁଆରୀ ୨୬ ତାରିଖରେ ନିରଞ୍ଜନଙ୍କ ନୟାପଲ୍ଲୀ ସ୍ଥିତ ଘରୁ ଚୋରି ହୋଇଥିଲା । ସୁନା ଗହଣା ସହ କିଛି ନଗଦ ଅର୍ଥ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । କମିଶନରଟେ ପୋଲିସ ତଦନ୍ତର ଦିଗ ଆଗକୁ ବଢାଇବା ସହ ସିସିଟିଭି ଫୁଟେଜ ଯାଞ୍ଚ ଆଧାରରେ ସ୍ପାଇଡର୍ ସତୀଶ ରେଡ୍ଡିକୁ ଗିରଫ କରିଥିଲା । ତେବେ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ସ୍ପାଇଡର ସତୀକୁ ଆଜି ଭୁବନେଶ୍ବର ଜେଏମଏଫସି କୋର୍ଟ-୩ ଦୋଷମୁକ୍ତ କରିଛନ୍ତି ।

ଗତବର୍ଷ ଏପ୍ରିଲ ୨୫ରେ ଚାର୍ଜସିଟ ଦାଖଲ ହୋଇଥିଲା। ସତୀଶ ବିରୋଧରେ ୩୪ଟି କେସ ଥିବା ସେତେବେଳେ କୁହାଯାଇଥିଲା । କିନ୍ତୁ ଫିଲ୍ମ ଷ୍ଟାଇଲରେ ଚିତ୍ରଣ କରାଯାଇଥିବା ଏହି କେସ ଗୁଡିକର ପ୍ରମାଣ କୋର୍ଟଙ୍କ ନିକଟରେ ଦାଖଲ କରିପାରିନଥିଲା ପୋଲିସ। ଯେଉଁଥିପାଇଁ ପୋଲିସର ତଦନ୍ତ ପ୍ରକ୍ରିୟାକୁ ଭର୍ତ୍ସନା କରିଛନ୍ତି କୋର୍ଟ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର