'ଶ୍ରୀମନ୍ଦିର ଉପରେ ବୋମାମାଡ଼ ହେବ', ସୋସିଆଲ ମିଡିଆରେ ଆସିଲା ଧମକପୂର୍ଣ୍ଣ ପୋଷ୍ଟ

Madhusudan Das Picture
Published On

ପୁରୀ: ‘ପୁରୀ ଜଗନ୍ନାଥ ମନ୍ଦିରରେ ଖୁବ୍‌ଶୀଘ୍ର ବୋମା ପଡ଼ିବ। ଖୁବ୍‌ଶୀଘ୍ର ଶୁଭାଶିଷ୍‌ ଖୁଣ୍ଟିଆଙ୍କୁ ଗୁଳିମାଡ଼ ହେବ। ସେହିପରି ଖୁବ୍‌ଶୀଘ୍ର ଗ୍ରାଣ୍ଡ ସେଣ୍ଟରରେ ଗୁଳି ଫୁଟାଇବୁ’। ଏହା କୌଣସି ନାଟକ କିମ୍ବା ଚଳଚ୍ଚିତ୍ରର ସଂଳାପ ନୁହେଁ; ଏମିତି ଧମକପୂର୍ଣ୍ଣ ପୋଷ୍ଟ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ବିଶେଷକରି ପୁରୀରେ ଏହି ପୋଷ୍ଟକୁ ନେଇ ଏବେ ସବୁଠି ଚର୍ଚ୍ଚା। ଜୁଲିରାଣୀ ପଣ୍ଡାଙ୍କ ଫେସ୍‌ବୁକ ପେଜ୍‌ରେ ଏଭଳି ପୋଷ୍ଟ ଶ୍ରୀମନ୍ଦିର ପ୍ରଶାସନ, ପୁଲିସ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ତେବେ ଜୁଲିରାଣୀ ପଣ୍ଡା କିଏ ଓ ସେ ଏଭଳି କାହିଁକି ପୋଷ୍ଟ କରିଛନ୍ତି ତାକୁ ନେଇ ଆଶଙ୍କା ବଢ଼ିଛି ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି ଶ୍ରୀମନ୍ଦିର। ପୂର୍ବରୁ ଏକାଧିକଥର ଗୁଇନ୍ଦା ଏଭଳି ସୂଚନା ଦେଇଆସିଛି। ଯେଉଁଥିପାଇଁ ବଡ଼ାଦଣ୍ଡର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ବିଭିନ୍ନ ସମୟରେ ଜାତୀୟ ସୁରକ୍ଷା ବାହିନୀ (ଏନ୍‌ଏସ୍‌ଜି) ମଧ୍ୟ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛି। ଏଭଳି ସ୍ଥିତିରେ ସାମାଜିକ ଗଣମାଧ୍ୟମରେ ଶ୍ରୀମନ୍ଦିର ଉପରେ ବୋମାମାଡ଼ କରାଯିବା ନେଇ ପୋଷ୍ଟ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଯାହା ଜଣାପଡୁଛି ଏହି ଫେସ୍‌ବୁକ୍‌ ଆକାଉଣ୍ଟଟି ନୂଆ କରି ଖୋଲାଯାଇଛି। ଆକାଉଣ୍ଟର ଡିପିରେ ଏକ ଟେଡି ଫଟୋ ରହିଛି। କୌଣସି ତଥ୍ୟ ଆକାଉଣ୍ଟରେ ପ୍ରଦାନ କରାଯାଇନାହିଁ। କେବେଳ ଆକାଉଣ୍ଟରେ ଜଣେ ମାତ୍ର ବ୍ୟକ୍ତି ତା’ର ବନ୍ଧୁ ତାଲିକାରେ ରହିଥିବା ଦେଖାଯାଉଛି। ସେୟାର ହୋଇଥିବା ଧମକପୂର୍ଣ୍ଣ ବାର୍ତ୍ତା ଗତ ୧୩ ତାରିଖରୁ ସେୟାର ହୋଇଥିବା ଜଣାପଡ଼ିଛି। ତେବେ ଶ୍ରୀମନ୍ଦିର ସମ୍ପର୍କରେ ଏପରି ଧମକପୂର୍ଣ୍ଣ ପୋଷ୍ଟକୁ ନେଇ ଭକ୍ତମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କିଏ ଏବଂ କିଭଳି ଏପରି ଧମକପୂର୍ଣ୍ଣ ବାର୍ତ୍ତା ଦେଇଛି, ଖୁବ୍‌ଶୀଘ୍ର ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ଏ ସମ୍ପର୍କରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ କହିଛନ୍ତି, ଆଇନ ଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ସୋସିଆଲ୍‌ ମିଡିଆରେ ଖୋଲାଖୋଲି ଧମକ ଦିଆଯିବା ଏହା ହିଁ ସ୍ପଷ୍ଟ କରୁଛି। ଜଣେ ସାଂସଦଙ୍କ ପ୍ରତି ଯଦି ଏଭଳି ଧମକ ଦିଆଯାଉଛି, ତା’ହେଲେ ସାଧାରଣ ଲୋକଙ୍କ ଜୀବନ କେତେ ସୁରକ୍ଷିତ ତାହା ସହଜେ ଅନୁମେୟ। ଏଭଳି ପୋଷ୍ଟ ମୋ ଜୀବନ ପ୍ରତି ଓ ମୋ ପରିବାର ଜୀବନ ପ୍ରତି ବିପଦ ଥିବା ଦର୍ଶାଉଛି। ମୋର ସୁରକ୍ଷାକୁ ପୁଲିସ ନିଶ୍ଚିତ କରୁ ବୋଲି କହିଛନ୍ତି ସାଂସଦ ଶ୍ରୀ ଖୁଣ୍ଟିଆ। 

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ଅନ୍ୟପକ୍ଷରେ ସାମାଜିକ ଗଣମାଧ୍ୟମରେ ଏଭଳି ଧମକପୂର୍ଣ୍ଣ ପୋଷ୍ଟ ସମ୍ପର୍କରେ ଏସ୍‌ପି ପ୍ରତୀକ ସିଂ କହିଛନ୍ତି, ଆମ ନଜରକୁ ଏହା ଆସିଛି। ଏନେଇ ସୋସିଆଲ ମିଡିଆକୁ ଏହି ପୋଷ୍ଟ ସମ୍ପର୍କରେ ସବିଶେଷ ତଥ୍ୟ ମାଗିଛୁ। ପୁଲିସ ଏହାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଚଳାଇଛି। କିଛି ବ୍ୟକ୍ତିଙ୍କ ଉପରେ ସନ୍ଦେହ ହେବାରୁ ସେମାନଙ୍କୁ ପଚରାଉଚରା କରାଯାଇଛି। ଆମ ସୁରକ୍ଷା ବାହିନୀ ସତର୍କ ଓ ସଜାଗ ରହିଛନ୍ତି। ଦୁଇଦିନ ତଳୁ ଆମ ନଜରକୁ ଏଭଳି ପୋଷ୍ଟ ଆସିଛି ବୋଲି ଏସ୍‌ପି ଶ୍ରୀ ସିଂ କହିଛନ୍ତି।

21 Jan 2026 By Madhusudan Das

'ଶ୍ରୀମନ୍ଦିର ଉପରେ ବୋମାମାଡ଼ ହେବ', ସୋସିଆଲ ମିଡିଆରେ ଆସିଲା ଧମକପୂର୍ଣ୍ଣ ପୋଷ୍ଟ

ପୁରୀ: ‘ପୁରୀ ଜଗନ୍ନାଥ ମନ୍ଦିରରେ ଖୁବ୍‌ଶୀଘ୍ର ବୋମା ପଡ଼ିବ। ଖୁବ୍‌ଶୀଘ୍ର ଶୁଭାଶିଷ୍‌ ଖୁଣ୍ଟିଆଙ୍କୁ ଗୁଳିମାଡ଼ ହେବ। ସେହିପରି ଖୁବ୍‌ଶୀଘ୍ର ଗ୍ରାଣ୍ଡ ସେଣ୍ଟରରେ ଗୁଳି ଫୁଟାଇବୁ’। ଏହା କୌଣସି ନାଟକ କିମ୍ବା ଚଳଚ୍ଚିତ୍ରର ସଂଳାପ ନୁହେଁ; ଏମିତି ଧମକପୂର୍ଣ୍ଣ ପୋଷ୍ଟ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ବିଶେଷକରି ପୁରୀରେ ଏହି ପୋଷ୍ଟକୁ ନେଇ ଏବେ ସବୁଠି ଚର୍ଚ୍ଚା। ଜୁଲିରାଣୀ ପଣ୍ଡାଙ୍କ ଫେସ୍‌ବୁକ ପେଜ୍‌ରେ ଏଭଳି ପୋଷ୍ଟ ଶ୍ରୀମନ୍ଦିର ପ୍ରଶାସନ, ପୁଲିସ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ତେବେ ଜୁଲିରାଣୀ ପଣ୍ଡା କିଏ ଓ ସେ ଏଭଳି କାହିଁକି ପୋଷ୍ଟ କରିଛନ୍ତି ତାକୁ ନେଇ ଆଶଙ୍କା ବଢ଼ିଛି ।

ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି ଶ୍ରୀମନ୍ଦିର। ପୂର୍ବରୁ ଏକାଧିକଥର ଗୁଇନ୍ଦା ଏଭଳି ସୂଚନା ଦେଇଆସିଛି। ଯେଉଁଥିପାଇଁ ବଡ଼ାଦଣ୍ଡର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ବିଭିନ୍ନ ସମୟରେ ଜାତୀୟ ସୁରକ୍ଷା ବାହିନୀ (ଏନ୍‌ଏସ୍‌ଜି) ମଧ୍ୟ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛି। ଏଭଳି ସ୍ଥିତିରେ ସାମାଜିକ ଗଣମାଧ୍ୟମରେ ଶ୍ରୀମନ୍ଦିର ଉପରେ ବୋମାମାଡ଼ କରାଯିବା ନେଇ ପୋଷ୍ଟ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଯାହା ଜଣାପଡୁଛି ଏହି ଫେସ୍‌ବୁକ୍‌ ଆକାଉଣ୍ଟଟି ନୂଆ କରି ଖୋଲାଯାଇଛି। ଆକାଉଣ୍ଟର ଡିପିରେ ଏକ ଟେଡି ଫଟୋ ରହିଛି। କୌଣସି ତଥ୍ୟ ଆକାଉଣ୍ଟରେ ପ୍ରଦାନ କରାଯାଇନାହିଁ। କେବେଳ ଆକାଉଣ୍ଟରେ ଜଣେ ମାତ୍ର ବ୍ୟକ୍ତି ତା’ର ବନ୍ଧୁ ତାଲିକାରେ ରହିଥିବା ଦେଖାଯାଉଛି। ସେୟାର ହୋଇଥିବା ଧମକପୂର୍ଣ୍ଣ ବାର୍ତ୍ତା ଗତ ୧୩ ତାରିଖରୁ ସେୟାର ହୋଇଥିବା ଜଣାପଡ଼ିଛି। ତେବେ ଶ୍ରୀମନ୍ଦିର ସମ୍ପର୍କରେ ଏପରି ଧମକପୂର୍ଣ୍ଣ ପୋଷ୍ଟକୁ ନେଇ ଭକ୍ତମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କିଏ ଏବଂ କିଭଳି ଏପରି ଧମକପୂର୍ଣ୍ଣ ବାର୍ତ୍ତା ଦେଇଛି, ଖୁବ୍‌ଶୀଘ୍ର ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି।

ଏ ସମ୍ପର୍କରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ କହିଛନ୍ତି, ଆଇନ ଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ସୋସିଆଲ୍‌ ମିଡିଆରେ ଖୋଲାଖୋଲି ଧମକ ଦିଆଯିବା ଏହା ହିଁ ସ୍ପଷ୍ଟ କରୁଛି। ଜଣେ ସାଂସଦଙ୍କ ପ୍ରତି ଯଦି ଏଭଳି ଧମକ ଦିଆଯାଉଛି, ତା’ହେଲେ ସାଧାରଣ ଲୋକଙ୍କ ଜୀବନ କେତେ ସୁରକ୍ଷିତ ତାହା ସହଜେ ଅନୁମେୟ। ଏଭଳି ପୋଷ୍ଟ ମୋ ଜୀବନ ପ୍ରତି ଓ ମୋ ପରିବାର ଜୀବନ ପ୍ରତି ବିପଦ ଥିବା ଦର୍ଶାଉଛି। ମୋର ସୁରକ୍ଷାକୁ ପୁଲିସ ନିଶ୍ଚିତ କରୁ ବୋଲି କହିଛନ୍ତି ସାଂସଦ ଶ୍ରୀ ଖୁଣ୍ଟିଆ। 

ଅନ୍ୟପକ୍ଷରେ ସାମାଜିକ ଗଣମାଧ୍ୟମରେ ଏଭଳି ଧମକପୂର୍ଣ୍ଣ ପୋଷ୍ଟ ସମ୍ପର୍କରେ ଏସ୍‌ପି ପ୍ରତୀକ ସିଂ କହିଛନ୍ତି, ଆମ ନଜରକୁ ଏହା ଆସିଛି। ଏନେଇ ସୋସିଆଲ ମିଡିଆକୁ ଏହି ପୋଷ୍ଟ ସମ୍ପର୍କରେ ସବିଶେଷ ତଥ୍ୟ ମାଗିଛୁ। ପୁଲିସ ଏହାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଚଳାଇଛି। କିଛି ବ୍ୟକ୍ତିଙ୍କ ଉପରେ ସନ୍ଦେହ ହେବାରୁ ସେମାନଙ୍କୁ ପଚରାଉଚରା କରାଯାଇଛି। ଆମ ସୁରକ୍ଷା ବାହିନୀ ସତର୍କ ଓ ସଜାଗ ରହିଛନ୍ତି। ଦୁଇଦିନ ତଳୁ ଆମ ନଜରକୁ ଏଭଳି ପୋଷ୍ଟ ଆସିଛି ବୋଲି ଏସ୍‌ପି ଶ୍ରୀ ସିଂ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର