ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ, ଆପାଦ ମସ୍ତକ ପଦ୍ମରେ ସଜ୍ଜିତ ହେବେ ଚତୁର୍ଦ୍ଧାମୂର୍ତ୍ତି

Madhusudan Das Picture
Published On

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ । ଆପାଦ ମସ୍ତକ ପଦ୍ମରେ ସଜ୍ଜିତ ହେବେ ଚତୁର୍ଦ୍ଧାମୂର୍ତ୍ତି । ମାଘ ମାସ ଅମାବାସ୍ୟାଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ବୁଧବାର କିମ୍ବା ଶନିବାର ପଡ଼ିଲେ ସେହିଦିନ ମହାପ୍ରଭୁଙ୍କ ଅତୀବ ରମଣୀୟ ପଦ୍ମବେଶ ହୋଇଥାଏ। ତେଣୁ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଦ୍ମବେଶ ଅନୁଷ୍ଠିତ ହେବ। ବଡ଼ସିଂହାର ବେଶରେ ଠାକରମାନଙ୍କୁ ବେଶ କରାଯିବ। ଏହି ବେଶ ପରେ ଖିରି ଓ ଅମାଲୁ ଭୋଗ କରାଯିବ। ପଦ୍ମବେଶ ଥାଇ ଠାକୁର ପହୁଡ଼ ହେବେ। ବର୍ଷକରେ କେବଳ ଏହି ଗୋଟିଏ ଦିନ ମହାପ୍ରଭୁ ପଦ୍ମବେଶରେ ହିଁ ପହୁଡ଼ ଯାଆନ୍ତି । ଗୁରୁବାର ମଙ୍ଗଳ ଆଳତି ପର୍ଯ୍ୟନ୍ତ ମହାପ୍ରଭୁଙ୍କର ଏହି ବେଶ ରହିବ। ମଙ୍ଗଳ ଆଳତିରେ ଭକ୍ତମାନେ ଦୁର୍ଲ୍ଲଭ ପଦ୍ମବେଶରେ ଠାକୁରଙ୍କୁ ଦର୍ଶନ କରିପାରିବେ। ଅବକାଶ ହୋଇ ବେଶ ଓଲାଗି କରାଯିବ। 

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ଦମନଲୀଳାକୁ ବିଜେଡି ସାଂସଦଙ୍କ ତୀବ୍ର ନିନ୍ଦା

ବଡ଼ଛତା ମଠ ପକ୍ଷରୁ ପ୍ରତିବର୍ଷ ଏହି ବେଶ ଯୋଗାଇ ଦିଆଯାଇଥାଏ। ଗଙ୍ଗାମାତା ମଠ ପରିସରରେ ପାରମ୍ପରିକ ବେଶ କାରିଗର ବସନ୍ତ ରଣାଙ୍କ ନେତୃତ୍ୱରେ ଏହି ବେଶ ନିର୍ମାଣ ହୋଇଛି । ଶୋଲ, ଜରି, କଦଳୀପଟ, କନା, କଇଁଥ ଅଠା, ରଙ୍ଗ ସାହାଯ୍ୟରେ ନିର୍ମାଣ କରାଯାଇଛି।

ଆହୁରି ପଢ଼ନ୍ତୁ: ଆଜି ବାହୁଡ଼ିବେ ମହାବାହୁ: ମଧ୍ୟାହ୍ନ ୧୨ଟାରୁ ୨ଟା ୩୦ ମଧ୍ୟରେ ବାହୁଡ଼ା ପହଣ୍ଡି, ଅପରାହ୍ଣ ୪ଟାରେ ରଥଟଣା

21 Jan 2026 By Madhusudan Das

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ, ଆପାଦ ମସ୍ତକ ପଦ୍ମରେ ସଜ୍ଜିତ ହେବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ । ଆପାଦ ମସ୍ତକ ପଦ୍ମରେ ସଜ୍ଜିତ ହେବେ ଚତୁର୍ଦ୍ଧାମୂର୍ତ୍ତି । ମାଘ ମାସ ଅମାବାସ୍ୟାଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ବୁଧବାର କିମ୍ବା ଶନିବାର ପଡ଼ିଲେ ସେହିଦିନ ମହାପ୍ରଭୁଙ୍କ ଅତୀବ ରମଣୀୟ ପଦ୍ମବେଶ ହୋଇଥାଏ। ତେଣୁ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଦ୍ମବେଶ ଅନୁଷ୍ଠିତ ହେବ। ବଡ଼ସିଂହାର ବେଶରେ ଠାକରମାନଙ୍କୁ ବେଶ କରାଯିବ। ଏହି ବେଶ ପରେ ଖିରି ଓ ଅମାଲୁ ଭୋଗ କରାଯିବ। ପଦ୍ମବେଶ ଥାଇ ଠାକୁର ପହୁଡ଼ ହେବେ। ବର୍ଷକରେ କେବଳ ଏହି ଗୋଟିଏ ଦିନ ମହାପ୍ରଭୁ ପଦ୍ମବେଶରେ ହିଁ ପହୁଡ଼ ଯାଆନ୍ତି । ଗୁରୁବାର ମଙ୍ଗଳ ଆଳତି ପର୍ଯ୍ୟନ୍ତ ମହାପ୍ରଭୁଙ୍କର ଏହି ବେଶ ରହିବ। ମଙ୍ଗଳ ଆଳତିରେ ଭକ୍ତମାନେ ଦୁର୍ଲ୍ଲଭ ପଦ୍ମବେଶରେ ଠାକୁରଙ୍କୁ ଦର୍ଶନ କରିପାରିବେ। ଅବକାଶ ହୋଇ ବେଶ ଓଲାଗି କରାଯିବ। 

ବଡ଼ଛତା ମଠ ପକ୍ଷରୁ ପ୍ରତିବର୍ଷ ଏହି ବେଶ ଯୋଗାଇ ଦିଆଯାଇଥାଏ। ଗଙ୍ଗାମାତା ମଠ ପରିସରରେ ପାରମ୍ପରିକ ବେଶ କାରିଗର ବସନ୍ତ ରଣାଙ୍କ ନେତୃତ୍ୱରେ ଏହି ବେଶ ନିର୍ମାଣ ହୋଇଛି । ଶୋଲ, ଜରି, କଦଳୀପଟ, କନା, କଇଁଥ ଅଠା, ରଙ୍ଗ ସାହାଯ୍ୟରେ ନିର୍ମାଣ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର