ମନୋରଞ୍ଜନ
ଉପରେ ପାଣି ବୋତଲ, ଭିତରେ ଚାଲାଣ ହେଉଥିଲା ଗଞ୍ଜେଇ; ମାଡିବସିଲା ଅବକାରୀ ବିଭାଗ, ୨ଗିରଫ
ଯାଜପୁର: ଅଭିନବ ଉପାୟରେ ହେଉଥିଲା ଗଞ୍ଜେଇ ଚାଲାଣ, ମାଡିବସିଲା ଅବକାରୀ ବିଭାଗ । ଯାଜପୁର ଅବକାରୀ ବିଭାଗକୁ ମିଳିଛି ଏହି ବଡ ସଫଳତା। ପିକଅପ ଗାଡ଼ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ। ଉପରେ ପାଣି ବୋତଲ ସହ ଭିତରେ ଗଞ୍ଜେଇ ଚାଲାଣ ହୋଉଥିଲା ବେଳେ ଧରିଲା ଅବକାରୀ ବିଭାଗ । ୧ କ୍ଵିଣ୍ଟାଲ ୬୦ କେଜି ଗଞ୍ଜେଇ ଜବତ ହୋଇଥିବା ସୂଚନା ଦେଲା ଆବ୍କାରି ବିଭାଗ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି । ଏହି ଘଟଣାରେ ଗଞ୍ଜେଇ ଚାଲାଣ ଅଭିଯୋଗରେ ୨ ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରହିଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ହେଲେ ବୌଦ୍ଧ ଜିଲାର ଆଂନନ୍ଦ ଭୋଇ ଓ ଅନୁଗୁଳ ଜିଲାର ରେଙ୍ଗାଲବେଢା ଅଞ୍ଚଳର ଅନୀଲ ବେହେରା। ଏମାନେ ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ବୌଦ୍ଧ ଜିଲ୍ଲାରୁ ଗଞ୍ଜେଇ ଆଣି ଚାଲାଣ କରୁଥିଲେ। ଜ଼ିଲ୍ଲା ଅବକାରୀ ଭ୍ରାମ୍ୟମାଣ ଦଳ ପକ୍ଷରୁ ବିଶେଷ ସୂତ୍ରରୁ ଖବର ପାଇ ମାଳହାଟ ନିକଟରେ ଏହି ଚଢ଼ାଉ କରା ଯାଇଥିଲା।
ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି






