ପୋଲିସ SI ପରୀକ୍ଷା ସ୍କାମ: CBI ଚାର୍ଜସିଟ୍‌ରେ ଚାଞ୍ଚଲ୍ୟକର ତଥ୍ୟ, ସନ୍ଦେହଘେରରେ OPRB

Madhusudan Das Picture
Published On

ଭୁବନେଶ୍ୱର: ପୋଲିସ ଏସଆଇ ପରୀକ୍ଷା ସ୍କାମ ମାମଲାରେ ସିବିଆଇ ଦାଖଲ କରିଥିବା ଚାର୍ଜସିଟ୍ ରେ ରହିଛି ଚାଞ୍ଚଲ୍ୟକର ତଥ୍ୟ । ୨୦୨୫ ମାର୍ଚ୍ଚ ମାସରୁ ସବୁ କିଛି ଡିଲ୍ ହୋଇସାରିଥିଲା । ପ୍ରଶ୍ନପତ୍ର ଛାପିବା ଦାୟିତ୍ଵ OPRB ର ରହିଥିବା ବେଳେ ଚଞ୍ଚକତା କରି ସିଲିକନ୍ ଟେକ୍ ଏମଡି ସୁରେଶ ନାୟକ ଏକ ସେଟ ପ୍ରଶ୍ନ ପତ୍ର ଛାପି ନେଇ ଚାଲିଯାଇଥିଲେ । ପ୍ରଶ୍ନପତ୍ରକୁ ଦେଖାଇ ଆଶାୟୀ ପରୀକ୍ଷାର୍ଥୀଙ୍କୁ ପ୍ରଲୋଭିତ କରିବା ସହ ୨୫ ଲକ୍ଷ ଟଙ୍କାରେ ପୋଲିସ ଏସଆଇ ପଦବୀ ହୋଇଥିଲା ଡିଲ। ହଠାତ ମାର୍ଚ୍ଚ ମାସରେ ପରୀକ୍ଷା ବାତିଲ ହୋଇଯିବାରୁ ସବୁକିଛି ହୋଇଯାଇଥିଲା ଗଡବଡ । 

ଆହୁରି ପଢ଼ନ୍ତୁ: ବିବାହ ବେଦୀରେ ବସିବା ପରେ ବଦଳିଗଲା ବରର ମନ, କନିଆଁକୁ ଛାଡ଼ି ପଳାଇ ଆସିଲା ପୁଅ

ହେଲେ ପୁଣିଥରେ ଅକ୍ଟୋବରରେ ପରୀକ୍ଷା ତାରିଖ ଘୋଷଣା ସହ ପୂର୍ବରୁ ଛାପା ହୋଇଥିବା ପ୍ରଶ୍ନପତ୍ର ଅନୁସାରେ ପରୀକ୍ଷା ହେବା ନେଇ ସ୍ଥିର ହେବା ପରେ ଦଲାଲଙ୍କ ଆଶା ହୋଇଥିଲା ଉଜ୍ଜୀବିତ । ପୁଣି ଡିଲ ଆରମ୍ଭ ହେବା ସହ ଜୋରସୋରରେ ଚାଲିଥିଲା ଚାକିରି କିଣାବିକା । ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଛାପିବା ଦାୟିତ୍ଵ OPRB ର ରହିଥିବା ବେଳେ ୫ଟି ସେଟ ପ୍ରଶ୍ନପତ୍ର ପ୍ରସ୍ତୁତ କରି OPRB କୁ ଦେଇଥିଲା ସିଲିକନ୍ ଟେକ୍ ଲ୍ୟାବ ଏମଡି ସୁରେଶ ନାୟକ । ସେଟ ନମ୍ବର ୫ ପ୍ରଶ୍ନପତ୍ର ଛାପିବା ପାଇଁ OPRB କହିଥିଲା । ହେଲେ ଚଞ୍ଚକତା କରି ସୁରେଶ ଛାପିଥିଲେ ସେଟ ନମ୍ବର ୩ । କାରଣ ୨୫ ଲକ୍ଷ ଟଙ୍କା ନେଇଥିବା ଆଶାୟୀ ପରୀକ୍ଷାର୍ଥୀଙ୍କୁ ପୂର୍ବରୁ ଏହି ପ୍ରଶ୍ନପତ୍ର ବଣ୍ଟା ସାରିଥିଲା । ହେଲେ ଆଶ୍ଚର୍ଯ୍ୟର କଥା OPRB ର ନୀରବତା  । ଏ ସବୁ ଡିଲ ବାବଦରେ OPRB ଜାଣିଶୁଣି ଚୁପ୍ ରହିଥିଲା ନା କିଛି ଜାଣିନଥିଲା ସେ ନେଇ OPRB ର SP ବଳଭଦ୍ର ଦୀପ ଓ ସେକସନ ଅଫିସର ଗୌତମ ପ୍ରସାଦ ବେହେରାଙ୍କୁ ପଚରାଉଚରା କରାଯାଇଛି ।

ଆହୁରି ପଢ଼ନ୍ତୁ: ଅନୁଗୁଳର ନରହନ୍ତା ଦନ୍ତାକୁ ସାତକୋଶିଆରେ ଛାଡିବାକୁ ସ୍ଥାନୀୟ ଅଞ୍ଚଳରେ ବିରୋଧ

05 Jan 2026 By Madhusudan Das

ପୋଲିସ SI ପରୀକ୍ଷା ସ୍କାମ: CBI ଚାର୍ଜସିଟ୍‌ରେ ଚାଞ୍ଚଲ୍ୟକର ତଥ୍ୟ, ସନ୍ଦେହଘେରରେ OPRB

ଭୁବନେଶ୍ୱର: ପୋଲିସ ଏସଆଇ ପରୀକ୍ଷା ସ୍କାମ ମାମଲାରେ ସିବିଆଇ ଦାଖଲ କରିଥିବା ଚାର୍ଜସିଟ୍ ରେ ରହିଛି ଚାଞ୍ଚଲ୍ୟକର ତଥ୍ୟ । ୨୦୨୫ ମାର୍ଚ୍ଚ ମାସରୁ ସବୁ କିଛି ଡିଲ୍ ହୋଇସାରିଥିଲା । ପ୍ରଶ୍ନପତ୍ର ଛାପିବା ଦାୟିତ୍ଵ OPRB ର ରହିଥିବା ବେଳେ ଚଞ୍ଚକତା କରି ସିଲିକନ୍ ଟେକ୍ ଏମଡି ସୁରେଶ ନାୟକ ଏକ ସେଟ ପ୍ରଶ୍ନ ପତ୍ର ଛାପି ନେଇ ଚାଲିଯାଇଥିଲେ । ପ୍ରଶ୍ନପତ୍ରକୁ ଦେଖାଇ ଆଶାୟୀ ପରୀକ୍ଷାର୍ଥୀଙ୍କୁ ପ୍ରଲୋଭିତ କରିବା ସହ ୨୫ ଲକ୍ଷ ଟଙ୍କାରେ ପୋଲିସ ଏସଆଇ ପଦବୀ ହୋଇଥିଲା ଡିଲ। ହଠାତ ମାର୍ଚ୍ଚ ମାସରେ ପରୀକ୍ଷା ବାତିଲ ହୋଇଯିବାରୁ ସବୁକିଛି ହୋଇଯାଇଥିଲା ଗଡବଡ । 

ହେଲେ ପୁଣିଥରେ ଅକ୍ଟୋବରରେ ପରୀକ୍ଷା ତାରିଖ ଘୋଷଣା ସହ ପୂର୍ବରୁ ଛାପା ହୋଇଥିବା ପ୍ରଶ୍ନପତ୍ର ଅନୁସାରେ ପରୀକ୍ଷା ହେବା ନେଇ ସ୍ଥିର ହେବା ପରେ ଦଲାଲଙ୍କ ଆଶା ହୋଇଥିଲା ଉଜ୍ଜୀବିତ । ପୁଣି ଡିଲ ଆରମ୍ଭ ହେବା ସହ ଜୋରସୋରରେ ଚାଲିଥିଲା ଚାକିରି କିଣାବିକା । ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଛାପିବା ଦାୟିତ୍ଵ OPRB ର ରହିଥିବା ବେଳେ ୫ଟି ସେଟ ପ୍ରଶ୍ନପତ୍ର ପ୍ରସ୍ତୁତ କରି OPRB କୁ ଦେଇଥିଲା ସିଲିକନ୍ ଟେକ୍ ଲ୍ୟାବ ଏମଡି ସୁରେଶ ନାୟକ । ସେଟ ନମ୍ବର ୫ ପ୍ରଶ୍ନପତ୍ର ଛାପିବା ପାଇଁ OPRB କହିଥିଲା । ହେଲେ ଚଞ୍ଚକତା କରି ସୁରେଶ ଛାପିଥିଲେ ସେଟ ନମ୍ବର ୩ । କାରଣ ୨୫ ଲକ୍ଷ ଟଙ୍କା ନେଇଥିବା ଆଶାୟୀ ପରୀକ୍ଷାର୍ଥୀଙ୍କୁ ପୂର୍ବରୁ ଏହି ପ୍ରଶ୍ନପତ୍ର ବଣ୍ଟା ସାରିଥିଲା । ହେଲେ ଆଶ୍ଚର୍ଯ୍ୟର କଥା OPRB ର ନୀରବତା  । ଏ ସବୁ ଡିଲ ବାବଦରେ OPRB ଜାଣିଶୁଣି ଚୁପ୍ ରହିଥିଲା ନା କିଛି ଜାଣିନଥିଲା ସେ ନେଇ OPRB ର SP ବଳଭଦ୍ର ଦୀପ ଓ ସେକସନ ଅଫିସର ଗୌତମ ପ୍ରସାଦ ବେହେରାଙ୍କୁ ପଚରାଉଚରା କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର