୨୦୨୫ ବର୍ଷର ମୂଲ୍ୟାଙ୍କନ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ୨୦୨୫ ବର୍ଷର ମୂଲ୍ୟାଙ୍କନ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି । ସାମ୍ବାଦିକ ସମ୍ମିଳନୀରେ କରି ବିଜେପିକୁ ଟାର୍ଗେଟ୍ କରିଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଏବଂ ବିଜେଡି ମିଡିଆ ସଂଯୋଜକ ଲେନିନ ମହାନ୍ତି । ବିଜେପି ସରକାରରେ ରାଷ୍ଟ୍ରୀୟ, ରାଜ୍ୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ନିନ୍ଦିତ ହୋଇଛି । ଆଇନ ଶୃଙ୍ଖଳା ବ୍ୟବସ୍ଥା ସାରା ଦେଶରେ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଡବଲ ଇଞ୍ଜିନ ସରକାର ଆଇନ ଶୃଙ୍ଖଳା ସମ୍ଭାଳିବାରେ ବିଫଳ ହୋଇଛି । ୨୦୨୪ ଜୁନରେ ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିଥିଲା । ତତ୍କାଳୀନ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିଥିଲେ । ହେଲେ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଲାନାହିଁ । ରାଜ୍ୟରେ ଆଗକୁ ଆଇନ ଶୃଙ୍ଖଳା କିପରି ବିପର୍ଯ୍ୟସ୍ତ ହେବ, ତାହା ସ୍ପଷ୍ଟ କରିଥିଲା । ୨୦୨୫ରେ BMC କାର୍ଯ୍ୟାଳୟରେ ଗୁଣ୍ଡାରାଜ୍ ଚାଲିଲା । ଅଫିସରେ ପଶି ନେତାଙ୍କ ଅନୁଗତମାନେ ଜଣେ OAS ଅଧିକାରୀଙ୍କୁ ମାଡ଼ ମାରିଲେ । ଗତ ଦେଢ଼ ବର୍ଷରେ ୪୦ ହଜାରରୁ ଅଧିକ ମହିଳା ଓ ଶିଶୁ ବିରୋଧୀ ମାମଲା ବିଭିନ୍ନ ଥାନାରେ ରୁଜୁ ହୋଇଛି । ଏଭଳି ସମ୍ବେଦନଶୀଳ ଘଟଣା ମାନ ରାଜ୍ୟରେ ବଢ଼ିଛି ବୋଲି ବିଧାନସଭାରୁ ଉତ୍ତର ମଧ୍ୟ ଆସିଛି ବୋଲି ସସ୍ମିତ ପାତ୍ର କହିଛନ୍ତି ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

୨୦୨୪ ତୁଳନାରେ ୮ପ୍ରତିଶତ ଦୁଷ୍କର୍ମ ମାମଲା ୨୦୨୫ରେ ବଢିଛି । ମୁଖ୍ୟମନ୍ତ୍ରୀ ବିଧାନସଭାରେ ଉତ୍ତର ରହିଲେ ଯେ ଗତ ଦେଢ଼ ବର୍ଷରେ ମହିଳାଙ୍କ ବିରୋଧରେ ୪୦,୯୪୭ ମାମଲା ରୁଜୁ ହୋଇଛି । ଦଣ୍ଡ ବିଧାନ ଏହା କେବଳ ୫.୫ ପ୍ରତିଶତରେ ସୀମିତ ରହିଛି । ଦେଶର ୧୦ ଅପରାଧ ପ୍ରବଣ ରାଜ୍ୟ ଭିତରେ ଓଡ଼ିଶା ଆସୁଛି । ଏଥିରୁ ୮ଟି ରାଜ୍ୟରେ ବିଜେପି ସରକାର ରହିଛି । ଏହା ରାଜ୍ୟର ଅର୍ଥନୈତିକ ବିକାଶକୁ ପ୍ରଭାବିତ କରୁଛି । ଏହା ଯୋଗୁ GSDP ୭.୨%କୁ ଖସିଛି । ଗତ ୧୮ ମାସରେ ୧୮ ସରକାରୀ ପରୀକ୍ଷାରେ ଦୁର୍ନୀତି ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ଏହାର ଚେର ବିଜେପି ସହ ସିଧାସଳଖ ଯୋଡି ହୋଇଛି ।  ଆଇନ ଶୃଙ୍ଖଳାକୁ ନେଇ ବିଜେପି ସରକାରର ନୈରାଶ୍ୟଜନକ ମନୋଭାବ ରହୁଛି । ଆଇନ ଶୃଙ୍ଖଳା ଠିକ୍ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି । ଏ ବିଭାଗରେ ମୁଖ୍ୟମନ୍ତ୍ରୀ ନିଜେ ଦାୟିତ୍ୱରେ ଅଛନ୍ତି । ବିଜେଡି ପକ୍ଷରୁ ରାଜ୍ୟସଭା ସାଂସଜ ନିବେଦନ କରିଛନ୍ତି ଯେ, ୨୦୨୬ ଆରମ୍ଭ ହେବାକୁ ଯାଉଛି, ସରକାର ଆଇନ ଶୃଙ୍ଖଳା ଠିକ୍ କରିବାକୁ ଯତ୍ନବାନ ରୁହନ୍ତୁ । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପାଇଁ ଲୋକେ ଭୟଭୀତ ଏବଂ ଝିଅ ରାତିରେ ବାହାରକୁ ବାହିରିବାକୁ ଡରୁଛନ୍ତି । ଏ ଭୟ ନବୀନ ପଟ୍ଟନାୟକ ସରକାରରେ ନଥିଲା ।୨୦୨୬ରେ ଓଡ଼ିଶାବାସୀଙ୍କୁ ସୁରକ୍ଷା ଦିଆଯାଉ ବୋଲି ବିଜେଡି ପ୍ରେସମିଟରେ ଦାବି ରଖିଛନ୍ତି ବିଜେଡି ସଂସଦୀୟ ଦଳ ନେତା ତଥା ରାଜ୍ୟ ସଭା ସାଂସଦ ସସ୍ମିତ ପାତ୍ର ।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

ବିଜେଡି ମିଡିଆ ସଂଯୋଜକ ଲେନିନ ମହାନ୍ତି ମଧ୍ୟ ବିଜେପି ସରକାର ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ୨୦୨୫ ମସିହା ଥିଲା ଘଟଣା ବହୁଳ ବର୍ଷ । ଆରମ୍ଭର ହେଲା ଚର୍ଚ୍ଚିତ ମାମଲାରୁ, ସରିଲା ବି ଚର୍ଚ୍ଚିତ ମାମଲାରେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ସମସ୍ତଙ୍କୁ ଏହା ବ୍ୟଥିତ କରିଛି । ୨୦୨୫ରେ ଦୁଷ୍କର୍ମ ବର୍ଷ ଥିଲା ବୋଲି ଲେନିନ କହିଛନ୍ତି । କୋଭିଡ ପରେ ନବୀନ ପଟ୍ଟନାୟକ ଧୀରେ ଧୀରେ 5T ଆଧାରରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିଲେ । ଦେଶ ଭିତରୁ ଏବଂ ବିଦେଶୀରୁ ମଧ୍ୟ ପର୍ଯ୍ୟଟକମାନେ ଓଡ଼ିଶାର କଳା ସଂସ୍କୃତିକୁ ଦେଖିବାକୁ ଧାଇଁ ଆସୁଥିଲେ । ମାତ୍ର ଏହା ଏବେ ହ୍ରାସ ପାଇବାରେ ଲାଗିଛି । ଏହାର କାରଣ ପର୍ଯ୍ୟଟନସ୍ଥଳୀରେ ମହିଳାମାନଙ୍କ ସହିତ ଅସଦାଚରଣ ହେଉଛି । ଦୁଷ୍କର୍ମ ଭଳି ଅଭିଯୋଗମାନ ଆସୁଛି ବୋଲି ଲେନିନ ମାହାନ୍ତି କହିଛନ୍ତି । ସେହିପରି କଟକ ଭଳି ଭାଇଚାରାର ସହରରେ ଦୁର୍ଗାପୂଜା ଭସାଣୀରେ ଦଙ୍ଗା ଭଳି ପରିସ୍ଥିତି ଦେଖିବାକୁ ମିଳିଲା । ଏସବୁ ଓଡ଼ିଶା କେବେ ବି ଗ୍ରହଣ କରି ପାରିବ ନାହିଁ । ବାଲେଶ୍ୱରରେ ଶିକ୍ଷାନୁଷ୍ଠାନର ଅବହେଳାରୁ ABVP ନେତ୍ରୀ ଆତ୍ମଦାହ କଲେ । ଏହାଛଡ଼ା ଦୁଃଖର କଥା ଯେ ଦେଶର ସର୍ବମାନ୍ୟ ନେତା ଆସିବା ଦିନରେ ହତ୍ୟାକାଣ୍ଡ ଘଟୁଛି । ବିଜେପି ସରକାରରେ ରାଜ୍ୟର ଅର୍ଥନୈତିକ ବ୍ୟବସ୍ଥା ଦୋହଲି ଯାଇଛି । ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ଶାନ୍ତିପ୍ରିୟ ଓଡ଼ିଶା । ହେଲେ ଏଠି ସରକାର ସମ୍ଭାଳି ପାରୁନାହାନ୍ତି । ଡବଲ ଇଞ୍ଜିନରେ ସରକାର ଓଡ଼ିଶାକୁ ଦେଶ ବିଦେଶରେ ନିନ୍ଦିତ କରୁଛନ୍ତି । ନବୀନ ପଟ୍ଟନାୟକ ସବୁବେଳେ ଚାହାଁନ୍ତି ଓଡ଼ିଶା ସବୁ କ୍ଷେତ୍ରରେ ଏକ ନମ୍ବର ହେଉ ବୋଲି ଲେନିନ ମହାନ୍ତି କହିଛନ୍ତି ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

31 Dec 2025 By Madhusudan Das

https://www.thesakala.in/latest-odisha-news/bjd-targets-state-government-clarification-over-calendar-maintains-records-for-2025/article-43871
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର