ଆରମ୍ଭ ହେଲା ରଥଭଙ୍ଗା

The Sakala Picture
Published On

ପୁରୀ: ଆସନ୍ତା ୧୬ ତାରିଖରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ଆରମ୍ଭ ହେବ। ତେବେ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନବଦିନାତ୍ମକ ଘୋଷଯାତ୍ରାରୁ ଫେରି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଠିଆ ହୋଇଥିବା ତିନିରଥ ଭାଙ୍ଗିବା କାର୍ଯ୍ଯ ଗୁରୁବାରଠାରୁ ଆରମ୍ଭ ହୋଇଛି। ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଭଙ୍ଗାଯାଉଛି। ସକାଳେ ଭୋଇ ସେବକମାନେ ରଥ ସମ୍ମୁଖରେ ପୂଜାର୍ଚ୍ଚନା କରିବା ପରେ ରଥର ଉପରିଅଂଶ ଖୋଲାଯାଇଛି। ଭୋଇ ସର୍ଦ୍ଧାର ରବି ଭୋଇଙ୍କ ନେତୃତ୍ୱରେ […]

ପୁରୀ: ଆସନ୍ତା ୧୬ ତାରିଖରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ଆରମ୍ଭ ହେବ। ତେବେ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନବଦିନାତ୍ମକ ଘୋଷଯାତ୍ରାରୁ ଫେରି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଠିଆ ହୋଇଥିବା ତିନିରଥ ଭାଙ୍ଗିବା କାର୍ଯ୍ଯ ଗୁରୁବାରଠାରୁ ଆରମ୍ଭ ହୋଇଛି। ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଭଙ୍ଗାଯାଉଛି। ସକାଳେ ଭୋଇ ସେବକମାନେ ରଥ ସମ୍ମୁଖରେ ପୂଜାର୍ଚ୍ଚନା କରିବା ପରେ ରଥର ଉପରିଅଂଶ ଖୋଲାଯାଇଛି। ଭୋଇ ସର୍ଦ୍ଧାର ରବି ଭୋଇଙ୍କ ନେତୃତ୍ୱରେ ୯ ଜଣ ଭୋଇ ସେବକ ରଥଭଙ୍ଗା କାର୍ଯ୍ଯରେ ନିୟୋଜିତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ପ୍ରଥମେ ଦର୍ପଦଳନ ରଥର କଳସ ଓ ପାରଭାଡ଼ି ଭଙ୍ଗା ଯାଇଛି। ପର୍ଯ୍ଯାୟ କ୍ରମେ ୧୦ଦିନ ଭିତରେ ଅନ୍ୟ ଦୁଇ ରଥ ଭଙ୍ଗାଯିବ। ଗତବର୍ଷ ତିନିରଥକୁ ସଂରକ୍ଷଣ କରି ରଖିବା ନେଇ ଅତି ସତର୍କତାର ସହ ରଥ ଖୋଲାଯାଇଥିଲା। ଚଳିତବର୍ଷ ରଥ ଭଙ୍ଗାଯିବା ପରେ କାଠଗୁଡିକ ମହାପ୍ରଭୁଙ୍କ କୋଠଭୋଗ ପାଇଁ ଜାଳେଣି ଭାବେ ବ୍ୟବହାର କରାଯିବ। ଅନ୍ୟପକ୍ଷରେ ଭକ୍ତଙ୍କ ପ୍ରବେଶ ପାଇଁ ସିଂହଦ୍ୱାର ସମ୍ମୁଖରେ ଶେଡ୍ ନିର୍ମାଣ ଚାଲିଛି। ଶେଡର ଶେଷ ଭାଗରେ ତିନିରଥ ରହିଛି।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

05 Aug 2021 By The Sakala

ଆରମ୍ଭ ହେଲା ରଥଭଙ୍ଗା

ପୁରୀ: ଆସନ୍ତା ୧୬ ତାରିଖରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ଆରମ୍ଭ ହେବ। ତେବେ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନବଦିନାତ୍ମକ ଘୋଷଯାତ୍ରାରୁ ଫେରି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଠିଆ ହୋଇଥିବା ତିନିରଥ ଭାଙ୍ଗିବା କାର୍ଯ୍ଯ ଗୁରୁବାରଠାରୁ ଆରମ୍ଭ ହୋଇଛି। ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଭଙ୍ଗାଯାଉଛି। ସକାଳେ ଭୋଇ ସେବକମାନେ ରଥ ସମ୍ମୁଖରେ ପୂଜାର୍ଚ୍ଚନା କରିବା ପରେ ରଥର ଉପରିଅଂଶ ଖୋଲାଯାଇଛି। ଭୋଇ ସର୍ଦ୍ଧାର ରବି ଭୋଇଙ୍କ ନେତୃତ୍ୱରେ ୯ ଜଣ ଭୋଇ ସେବକ ରଥଭଙ୍ଗା କାର୍ଯ୍ଯରେ ନିୟୋଜିତ ହୋଇଛନ୍ତି।

ପ୍ରଥମେ ଦର୍ପଦଳନ ରଥର କଳସ ଓ ପାରଭାଡ଼ି ଭଙ୍ଗା ଯାଇଛି। ପର୍ଯ୍ଯାୟ କ୍ରମେ ୧୦ଦିନ ଭିତରେ ଅନ୍ୟ ଦୁଇ ରଥ ଭଙ୍ଗାଯିବ। ଗତବର୍ଷ ତିନିରଥକୁ ସଂରକ୍ଷଣ କରି ରଖିବା ନେଇ ଅତି ସତର୍କତାର ସହ ରଥ ଖୋଲାଯାଇଥିଲା। ଚଳିତବର୍ଷ ରଥ ଭଙ୍ଗାଯିବା ପରେ କାଠଗୁଡିକ ମହାପ୍ରଭୁଙ୍କ କୋଠଭୋଗ ପାଇଁ ଜାଳେଣି ଭାବେ ବ୍ୟବହାର କରାଯିବ। ଅନ୍ୟପକ୍ଷରେ ଭକ୍ତଙ୍କ ପ୍ରବେଶ ପାଇଁ ସିଂହଦ୍ୱାର ସମ୍ମୁଖରେ ଶେଡ୍ ନିର୍ମାଣ ଚାଲିଛି। ଶେଡର ଶେଷ ଭାଗରେ ତିନିରଥ ରହିଛି।

https://www.thesakala.in/latest-odisha-news/the-chariot-breaking-began/article-4386
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର