ହ୍ୟୁମାନ ସାଗର ମୃତ୍ୟୁ ମାମଲା: ମା’ ଶେଫାଳୀଙ୍କ ଏତଲା ଆଧାରରେ ତଦନ୍ତ କରାଯାଉଛି କହିଲେ କଟକ ଡିସିପି

Madhusudan Das Picture
Published On

କଟକ: ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ମାମଲା । ହ୍ୟୁମାନଙ୍କ ମା’ ଶେଫାଳୀ ସୁନା ଦେଇଥିବା ଏତଲା ଆଧାରରେ ତଦନ୍ତ କରାଯାଉଥିବା ନେଇ ସୂଚନା ଦେଲେ କଟକ ଡିସିପି ଋଷିକେଶ ଖିଲାରୀ । କଟକ ଡିସିପି କହିଛନ୍ତି କି, ଏତଲାରେ ଥିବା ବ୍ୟକ୍ତି ତଦନ୍ତ ପରିସରଭୁକ୍ତ ହେବେ। ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଛି । ଚିକିତ୍ସା ସମ୍ପର୍କରେ ଥିବା ସମସ୍ତ କାଗଜପତ୍ର ଯାଞ୍ଚ କରାଯାଇଛି ।  ହ୍ୟୁମାନଙ୍କ ମୃତ୍ୟୁ ପରେ ପୋଷ୍ଟମର୍ଟମ ନହେବା ସମ୍ପର୍କରେ ଏମ୍ସର ଡାକ୍ତରଙ୍କ ସହ ଯୋଗାଯୋଗରେ ରହିଛି ପୁଲିସ । କିଛି ଚିକିତ୍ସା ସମ୍ପର୍କିତ ଦସ୍ତାବିଜକୁ ମଧ୍ୟ ଆଣିଛି ପୁଲିସ । ହୋଇଥିବା ଅଭିଯୋଗର ଗୋଟି ଗୋଟି କରି ତଦନ୍ତ ହେବ । ସବୁଦିଗକୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ । ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ତାଙ୍କ ମା’ ଶେଫାଳି ସୁନା କଟକ ମର୍କତ ନଗର ଥାନାରେ ୯ ଜଣଙ୍କ ନାଁରେ ଏତଲା ଦେଇଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

29 Dec 2025 By Madhusudan Das

ହ୍ୟୁମାନ ସାଗର ମୃତ୍ୟୁ ମାମଲା: ମା’ ଶେଫାଳୀଙ୍କ ଏତଲା ଆଧାରରେ ତଦନ୍ତ କରାଯାଉଛି କହିଲେ କଟକ ଡିସିପି

କଟକ: ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ମାମଲା । ହ୍ୟୁମାନଙ୍କ ମା’ ଶେଫାଳୀ ସୁନା ଦେଇଥିବା ଏତଲା ଆଧାରରେ ତଦନ୍ତ କରାଯାଉଥିବା ନେଇ ସୂଚନା ଦେଲେ କଟକ ଡିସିପି ଋଷିକେଶ ଖିଲାରୀ । କଟକ ଡିସିପି କହିଛନ୍ତି କି, ଏତଲାରେ ଥିବା ବ୍ୟକ୍ତି ତଦନ୍ତ ପରିସରଭୁକ୍ତ ହେବେ। ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଛି । ଚିକିତ୍ସା ସମ୍ପର୍କରେ ଥିବା ସମସ୍ତ କାଗଜପତ୍ର ଯାଞ୍ଚ କରାଯାଇଛି ।  ହ୍ୟୁମାନଙ୍କ ମୃତ୍ୟୁ ପରେ ପୋଷ୍ଟମର୍ଟମ ନହେବା ସମ୍ପର୍କରେ ଏମ୍ସର ଡାକ୍ତରଙ୍କ ସହ ଯୋଗାଯୋଗରେ ରହିଛି ପୁଲିସ । କିଛି ଚିକିତ୍ସା ସମ୍ପର୍କିତ ଦସ୍ତାବିଜକୁ ମଧ୍ୟ ଆଣିଛି ପୁଲିସ । ହୋଇଥିବା ଅଭିଯୋଗର ଗୋଟି ଗୋଟି କରି ତଦନ୍ତ ହେବ । ସବୁଦିଗକୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ । ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ତାଙ୍କ ମା’ ଶେଫାଳି ସୁନା କଟକ ମର୍କତ ନଗର ଥାନାରେ ୯ ଜଣଙ୍କ ନାଁରେ ଏତଲା ଦେଇଥିଲେ।

https://www.thesakala.in/latest-odisha-news/human-sagar-death-case-investigation-is-being-done-based-on-mother-shefali-s-complaint/article-43836
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର