୨୭ତାରିଖରେ ବସିବ ରତ୍ନଭଣ୍ଡାର ସଂପର୍କିତ ବୈଠକ, ଜାନୁଆରୀ ମାସରେ ହେବ ଗଣତିମଣତି: ଜଷ୍ଟିସ ବିଶ୍ବନାଥ ରଥ

Madhusudan Das Picture
Published On

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗଣତି ଓ ମଣତି ପ୍ରକ୍ରିୟାକୁ ନେଇ ଆସିଛି ବଡ଼ ଅପଡେଟ୍। ଆସନ୍ତା ୨୭ତାରିଖରେ ବସିବ ରତ୍ନଭଣ୍ଡାର ସଂପର୍କିତ ବୈଠକ । ଜାନୁଆରୀ ମାସ ମଧ୍ୟରେ ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାରରେ ଥିବା ସମସ୍ତ ଅଳଙ୍କାରର ଗଣତି କାର୍ଯ୍ୟ ଆରମ୍ଭ ହୋଇପାରେ। ଏ ସମ୍ପର୍କରେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: କଲେଜ ହଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଆସନ୍ତା ୨୭ ତାରିଖରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଗଣତି ପ୍ରକ୍ରିୟା ପାଇଁ ଏସଓପି (SOP) ଚୂଡ଼ାନ୍ତ କରାଯିବା ସହ କେଉଁମାନେ ଏହି କାର୍ଯ୍ୟରେ ସାମିଲ ହେବେ, ସେ ନେଇ ନିଷ୍ପତ୍ତି ନିଆଯିବ। ଭିତର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ସରିଛି ଏବଂ ସମସ୍ତ ରତ୍ନ ଅଳଙ୍କାରକୁ ପୁଣି ଥରେ ସୁରକ୍ଷିତ ଭାବେ ରତ୍ନଭଣ୍ଡାର ମଧ୍ୟରେ ରଖାଯାଇଛି। ଅଳଙ୍କାରର ଗୁଣବତ୍ତା ପରୀକ୍ଷା ପାଇଁ ରିଜର୍ଭ ବ୍ୟାଙ୍କର ସହାୟତା ଲୋଡ଼ାଯାଇଛି। ଏହି କାର୍ଯ୍ୟରେ ଦୁଇ ଜଣ ବିଶେଷଜ୍ଞ ମଧ୍ୟ ସାମିଲ ହେବେ।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

୧୯୫୪ ମସିହାର ରେକର୍ଡ ଏବଂ ୧୯୭୮ ମସିହାରେ ହୋଇଥିବା ଗଣତି ତାଲିକାକୁ ଆଧାର କରି ବର୍ତ୍ତମାନର ଅଳଙ୍କାର ସହ ମେଳ କରାଯିବ। ଗଣତି ସମୟରେ ମହାପ୍ରଭୁଙ୍କ ଦର୍ଶନରେ କିଛିଟା ବ୍ୟାଘାତ ସୃଷ୍ଟି ହୋଇପାରେ, ତେଣୁ ଶ୍ରଦ୍ଧାଳୁମାନଙ୍କ ସହଯୋଗ ପାଇଁ ଅନୁରୋଧ କରାଯାଇଛି। ଏହି ସମ୍ବେଦନଶୀଳ ପ୍ରକ୍ରିୟା ପାଇଁ ମୁକ୍ତି ମଣ୍ଡପର ପରାମର୍ଶ ମଧ୍ୟ ନିଆଯିବ ବୋଲି ଜଷ୍ଟିସ ରଥ ସ୍ପଷ୍ଟ କରିଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର