ଆସନ୍ତା ୧୪ ତାରିଖରେ ଓଡ଼ିଶା ଆସୁଛନ୍ତି ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

Madhusudan Das Picture
Published On

କଟକ: ଆସନ୍ତା ୧୪ ତାରିଖ (ରବିବାର) ଦିନ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ କଟକ ଆସିବେ। ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଥମଥର ପାଇଁ ସେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଉକ୍ତ ଦିନ ପୂର୍ବାହ୍ନ ସାଢ଼େ ୧୦ଟାରେ ସେ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ କଟକ ସହିଦ ଭବନଠାରେ ଆୟୋଜିତ ହେବାକୁ ଥିବା ଏକ ଆଲୋଚନାଚକ୍ରରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ବାର୍‌ ଆସୋସିଏସନ୍‌ ପକ୍ଷରୁ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆସୋସିଏସନ୍‌ର ସଭାପତି ମନୋଜ ମିଶ୍ର ଓ ସମ୍ପାଦକ ଅଭିଜିତ ପଟ୍ଟନାୟକ ଏ ସଂପର୍କରେ ସୂଚନା ଦେଇଛନ୍ତି। ‘ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ, ମାମଲା ଖର୍ଚ୍ଚ ଏବଂ ବିଳମ୍ବ ହ୍ରାସ କରିବା ପାଇଁ ରଣନୀତି’ ଶୀର୍ଷକ ବିଷୟବସ୍ତୁ ଉପରେ ଉଦ୍‌ବୋଧନ ଦେବେ ଜଷ୍ଟିସ ସୂର୍ଯ୍ୟକାନ୍ତ। ଏହି କାର୍ଯ୍ୟକ୍ରମ ଅବସରରେ ୫୦ ବର୍ଷରୁ ଅଧିକ ସମୟ ଧରି ଓକିଲାତିରେ ନିୟୋଜିତ ଥିବା ବରିଷ୍ଠ ଆଇନଜୀବୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। କାର୍ଯ୍ୟକ୍ରମରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରୀଶ ଟଣ୍ଡନ, ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ, ବାର୍‌ କାଉନସିଲ ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ବିବେଦୀ ପ୍ରମୁଖ ଅତିଥି ଭାବେ ଯୋଗଦେବେ। ଏହି ସାମ୍ବାଦିକ ସମ୍ମିଳନୀରେ ବାର୍‌ ଆସୋସିଏସନ୍‌ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

13 Dec 2025 By Madhusudan Das

ଆସନ୍ତା ୧୪ ତାରିଖରେ ଓଡ଼ିଶା ଆସୁଛନ୍ତି ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

କଟକ: ଆସନ୍ତା ୧୪ ତାରିଖ (ରବିବାର) ଦିନ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ କଟକ ଆସିବେ। ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଥମଥର ପାଇଁ ସେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଉକ୍ତ ଦିନ ପୂର୍ବାହ୍ନ ସାଢ଼େ ୧୦ଟାରେ ସେ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ କଟକ ସହିଦ ଭବନଠାରେ ଆୟୋଜିତ ହେବାକୁ ଥିବା ଏକ ଆଲୋଚନାଚକ୍ରରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ବାର୍‌ ଆସୋସିଏସନ୍‌ ପକ୍ଷରୁ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆସୋସିଏସନ୍‌ର ସଭାପତି ମନୋଜ ମିଶ୍ର ଓ ସମ୍ପାଦକ ଅଭିଜିତ ପଟ୍ଟନାୟକ ଏ ସଂପର୍କରେ ସୂଚନା ଦେଇଛନ୍ତି। ‘ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ, ମାମଲା ଖର୍ଚ୍ଚ ଏବଂ ବିଳମ୍ବ ହ୍ରାସ କରିବା ପାଇଁ ରଣନୀତି’ ଶୀର୍ଷକ ବିଷୟବସ୍ତୁ ଉପରେ ଉଦ୍‌ବୋଧନ ଦେବେ ଜଷ୍ଟିସ ସୂର୍ଯ୍ୟକାନ୍ତ। ଏହି କାର୍ଯ୍ୟକ୍ରମ ଅବସରରେ ୫୦ ବର୍ଷରୁ ଅଧିକ ସମୟ ଧରି ଓକିଲାତିରେ ନିୟୋଜିତ ଥିବା ବରିଷ୍ଠ ଆଇନଜୀବୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। କାର୍ଯ୍ୟକ୍ରମରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରୀଶ ଟଣ୍ଡନ, ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ, ବାର୍‌ କାଉନସିଲ ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ବିବେଦୀ ପ୍ରମୁଖ ଅତିଥି ଭାବେ ଯୋଗଦେବେ। ଏହି ସାମ୍ବାଦିକ ସମ୍ମିଳନୀରେ ବାର୍‌ ଆସୋସିଏସନ୍‌ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

https://www.thesakala.in/latest-odisha-news/supreme-court-chief-justice-justice-surya-kant-will-come-to-cuttack-tomorrow/article-43562
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର