ମୋକିମ୍ ଓ ଭକ୍ତ କଳି ଦିଲ୍ଲୀରେ ହେବ ସମାଧାନ: ରାମଚନ୍ଦ୍ର କାଡାମ 

Deviprasad Mohanty Picture
Published On

ଭୁବନେଶ୍ବର: ଓଡ଼ିଶା କଂଗ୍ରେସ କଳୀ ଦିଲ୍ଲୀରେ ସମାଧାନ ହେବ। ଓଡ଼ିଶା ସଂଗଠନକୁ ଏଆଇସିସି ଫୋକସ କରିଛି। ନେତାଏ ଦିଲ୍ଲୀ ଯାଉଥିବାରୁ ସେଠାରେ ସଂଗଠନ ଉପରେ ଆଲୋଚନା କରାଯିବ । ଦଳରେ ଯେଉଁ ଅସନ୍ତୋଷ ରହିଛି ତାହା ଦୂର କରାଯିବ । ନେତାମାନେ କିପରି ଏକଜୁଟ ହୋଇ କାମ କରିବେ ତାହା ଉପରେ ଆଲୋଚନା ହେବ। ବହୁ ବର୍ଷ ପରେ ଓଡ଼ିଶା ଲୋକ କଂଗ୍ରେସ କୁ ଚାହିଁବା ଆରମ୍ଭ କରିଛନ୍ତି । ଲୋକଙ୍କ ଆଶିର୍ବାଦ ମଧ୍ୟ କଂଗ୍ରେସ ଉପରେ ରହିଛି ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି। 

ଆହୁରି ପଢ଼ନ୍ତୁ: କୋଷ୍ଟାଲ ହାଇଓ୍ବେକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି; 'ଏ ପ୍ରକଳ୍ପ ପର୍ଯ୍ୟଟନ ବିକାଶରେ ସହାୟକ ହେବ ନାହିଁ'

ଖବର ଅନୁଯାୟୀ, ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଇଥିଲେ କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମୋକିମ । ଏନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ମୋକିମ । ମୋକିମ ଚିଠିରେ ଉଲ୍ଲେଖ କରିଥିଲେ ଯେ , ଓଡିଶାରେ କଂଗ୍ରେସ ନେତୃତ୍ୱ ଦୁର୍ବଳ ସ୍ଥିତିରେ ଅଛି। ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମୟରେ ଦଳ ସାଧାରଣ ନିର୍ବାଚନରେ ମାତ୍ର ୧୩ ପ୍ରତିଶତ ଭୋଟ ପାଇଥିଲା। ପରେ ୨୦୨୫ରେ ଭକ୍ତ ଦାସଙ୍କୁ ଦାୟିତ୍ବ ଦିଆଗଲା । ଏବେ ଦଳ ଆହୁରି ଦୁର୍ବଳ ହେବାରେ ଲାଗିଛି । ଭକ୍ତ ଦାସ କଂଗ୍ରେସର ସଭାପତି ରହିଲେ, ଦଳ ଓଡ଼ିଶାରେ ଉଧାଇ ପାରିବନି ବୋଲି ଚିଠିରେ ଉଲ୍ଲେଖ ଥିଲା। ପିସିସି ସଭାପତିଙ୍କ ପରିଚାଳନାଗତ ତୃଟି ପାଇଁ ନୂଆପଡ଼ାରେ କଂଗ୍ରେସ ହାରିଲା ବୋଲି ସେ ଅଭିଯୋଗ ଆଣିଥିଲେ।

ଆହୁରି ପଢ଼ନ୍ତୁ: OERCର ନୂଆ ସଦସ୍ୟ ଭାବେ ସୁଧାଂଶୁ ଶେଖର ବରପଣ୍ଡାଙ୍କୁ ନିଯୁକ୍ତ କଲେ ରାଜ୍ୟ ସରକାର

12 Dec 2025 By Deviprasad Mohanty

ମୋକିମ୍ ଓ ଭକ୍ତ କଳି ଦିଲ୍ଲୀରେ ହେବ ସମାଧାନ: ରାମଚନ୍ଦ୍ର କାଡାମ 

ଭୁବନେଶ୍ବର: ଓଡ଼ିଶା କଂଗ୍ରେସ କଳୀ ଦିଲ୍ଲୀରେ ସମାଧାନ ହେବ। ଓଡ଼ିଶା ସଂଗଠନକୁ ଏଆଇସିସି ଫୋକସ କରିଛି। ନେତାଏ ଦିଲ୍ଲୀ ଯାଉଥିବାରୁ ସେଠାରେ ସଂଗଠନ ଉପରେ ଆଲୋଚନା କରାଯିବ । ଦଳରେ ଯେଉଁ ଅସନ୍ତୋଷ ରହିଛି ତାହା ଦୂର କରାଯିବ । ନେତାମାନେ କିପରି ଏକଜୁଟ ହୋଇ କାମ କରିବେ ତାହା ଉପରେ ଆଲୋଚନା ହେବ। ବହୁ ବର୍ଷ ପରେ ଓଡ଼ିଶା ଲୋକ କଂଗ୍ରେସ କୁ ଚାହିଁବା ଆରମ୍ଭ କରିଛନ୍ତି । ଲୋକଙ୍କ ଆଶିର୍ବାଦ ମଧ୍ୟ କଂଗ୍ରେସ ଉପରେ ରହିଛି ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି। 

ଖବର ଅନୁଯାୟୀ, ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଇଥିଲେ କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମୋକିମ । ଏନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ମୋକିମ । ମୋକିମ ଚିଠିରେ ଉଲ୍ଲେଖ କରିଥିଲେ ଯେ , ଓଡିଶାରେ କଂଗ୍ରେସ ନେତୃତ୍ୱ ଦୁର୍ବଳ ସ୍ଥିତିରେ ଅଛି। ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମୟରେ ଦଳ ସାଧାରଣ ନିର୍ବାଚନରେ ମାତ୍ର ୧୩ ପ୍ରତିଶତ ଭୋଟ ପାଇଥିଲା। ପରେ ୨୦୨୫ରେ ଭକ୍ତ ଦାସଙ୍କୁ ଦାୟିତ୍ବ ଦିଆଗଲା । ଏବେ ଦଳ ଆହୁରି ଦୁର୍ବଳ ହେବାରେ ଲାଗିଛି । ଭକ୍ତ ଦାସ କଂଗ୍ରେସର ସଭାପତି ରହିଲେ, ଦଳ ଓଡ଼ିଶାରେ ଉଧାଇ ପାରିବନି ବୋଲି ଚିଠିରେ ଉଲ୍ଲେଖ ଥିଲା। ପିସିସି ସଭାପତିଙ୍କ ପରିଚାଳନାଗତ ତୃଟି ପାଇଁ ନୂଆପଡ଼ାରେ କଂଗ୍ରେସ ହାରିଲା ବୋଲି ସେ ଅଭିଯୋଗ ଆଣିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର