ଦୈନିକ ଖବରକାଗଜ ‘ସକାଳ’ର ୫ମ ସ୍ୱନକ୍ଷତ୍ର ଅବସରରେ ଅନୁଷ୍ଠିତ ହେବ ମିନି ମାରାଥନ, ଆପଣ ବି ହୁଅନ୍ତୁ ସାମିଲ…

Madhusudan Das Picture
Published On

ଭୁବନେଶ୍ୱର: ଦୈନିକ ଓଡ଼ିଆ ଖବରକାଗଜ ‘ସକାଳ’ର ୫ମ ସ୍ୱନକ୍ଷତ୍ର ଅବସରରେ ଆସନ୍ତାକାଲି(ଡିସେମ୍ବର ୧) ଏକ ମିନି ମାରାଥନ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ‘ସକାଳ’ ଓ ନନ୍ଦିଘୋଷ ଟିଭି ପକ୍ଷରୁ ମିଳିତ ଭାବେ ଆୟୋଜିତ ଏହି ମିନି ମାରାଥନ ଡିସେମ୍ବର ୧ (ସୋମବାର)ରେ ଏକାସଙ୍ଗେ ରାଜ୍ୟର ୫ଟି ସହରରେ ଅନୁଷ୍ଠିତ ହେବ। ରାଜଧାନୀ ଭୁବନେଶ୍ୱର ସମେତ ବାଲେଶ୍ୱର, ସମ୍ବଲପୁର, ଜୟପୁର ଓ ରାଉରକେଲାରେ ଏହି ମିନି ମାରାଥନ ଆୟୋଜିତ ହେବ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ପାଠକଙ୍କ ପ୍ରିୟ ବହୁଳ ପ୍ରସାରିତ ‘ସକାଳ’ର ସ୍ୱନକ୍ଷତ୍ର ଅବସରରେ ଜନ ସଚେତନତା ସୃଷ୍ଟି ପାଇଁ ଏ ମାରାଥନ ଦୌଡ଼ ଆୟୋଜନ କରାଯାଉଛି । ପାଦରେ ପାଦ ମିଶାଇ ଧାଇଁବ ସାରା ଓଡ଼ିଶା । ୧ ଡିସେମ୍ବର(ସୋମବାର) ସକାଳ ୬ଟାରେ ମିନି ମାରାଥନ ଆରମ୍ଭ ହେବ । ସକାଳ ୫.୩୦ରେ ଏଥିପାଇଁ ଆରମ୍ଭ ହେବ ପଞ୍ଜିକରଣ ।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

ଏହି ମାରାଥନର ଗତ ଚାରୋଟି ସିଜନରେ ବିଭିନ୍ନ ବୟସବର୍ଗର ସହସ୍ରାଧିକ ବ୍ୟକ୍ତିବିଶେଷ ଅଂଶଗ୍ରହଣ କରି ଏହାକୁ ସଫଳ ମଣ୍ଡିତ କରିଥିଲେ। ଚଳିତ ବର୍ଷ ମଧ୍ୟ ବୟସ ନିର୍ବିଶେଷରେ ଅଧିକରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରି ଏହି ମିନି ମାରାଥନକୁ ଆହୁରି ଉତ୍କଣ୍ଠା ଓ ପ୍ରତିଦ୍ୱନ୍ଦ୍ୱୀତାପୂର୍ଣ୍ଣ କରିବାକୁ ‘ସକାଳ’ ଓ ନନ୍ଦିଘୋଷ ଟିଭି ପରିବାର ପକ୍ଷରୁ ଓଡ଼ିଶାବାସୀଙ୍କୁ ନିବେଦନ କରାଯାଇଛି। 

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର