ଦ୍ୱନ୍ଦ୍ୱ ବଢ଼ାଇଲା ଯୋଡ଼ା ଲଘୁଚାପ, ବାତ୍ୟା ଗତିପଥ ବଦଳାଇଲେ...

Deviprasad Mohanty Picture
Published On

ଭୁବନେଶ୍ୱର: ମଲାକ୍କା ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ସଦୃଶ ଲଘୁଚାପରେ ପରିଣତ ହୋଇଛି। ସୋମବାର ସୁଦ୍ଧା ଏହା ଅଧିକ ଘନୀଭୂତ ହୋଇ ଅବପାତ ଓ ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ବାତ୍ୟାର ପରିଣତ ହେବ। ଏହି ସ୍ପଷ୍ଟ ଚିହ୍ନିତ ଲଘୁଚାପ ବର୍ତ୍ତମାନ ସକ୍ରିୟ ରହିଖଥିବା ବେଳେ ଏହା କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି ଜାରି ରଖିଛି। ଅନ୍ୟପଟେ ଏହି ଲଘୁଚାପ ସହିତ ବଙ୍ଗୋପସାଗରରେ ଆସନ୍ତା ୨୫ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି ଯାହାକି ବାତ୍ୟାର ଗତିପଥ ଓ ତୀବ୍ରତାକୁ ଦ୍ୱନ୍ଦ୍ବାତ୍ମକ କରିଦେଇଛି। ପାଣିପାଗ ବିଶେଷଜ୍ଞମାନେ ଦୁଇଟି ଲଘୁଚାପର ମିଶ୍ରଣ ନେଇ ଆକଳନ କରୁଥିଲେ ମଧ୍ୟ ଏହା ମିଶ୍ରଣ ପରେ କେଉଁ ଆଡ଼କୁ ଗତି କରିବ ତାହା ଆସନ୍ତା ୨୭ ପରେ ସ୍ପଷ୍ଟ ହେବ ବୋଲି କହୁଛନ୍ତି।   

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ଅନ୍ୟପଟେ ଦୀର୍ଘ ୧୦୦ ବର୍ଷ ର ରେକର୍ଡ ଅନୁଯାୟୀ ଶୀତ ଦିନରେ ବାତ୍ୟା ସୃଷ୍ଟି ହେଲେ ତାହାର ପ୍ରଭାବ ତାମିଲନାଡୁ ବା ଆନ୍ଧ୍ର ଆଡ଼କୁ ହୋଇଥିବା ଦେଖା ଦେଇଛି। ତେଣୁ ଏହି ବାତ୍ୟା ମଧ୍ୟ ଓଡିଶା ଆଡ଼କୁ ଆସିବାର ସମ୍ଭାବନା କମ୍‌ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି। ସେ କହିଛନ୍ତି ଏହା ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡିଶାରେ ଅଳ୍ପରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତାଙ୍କ କହିବା ଅନୁଯାୟୀ ବଙ୍ଗୋପସାଗରରେ ୨ ଟି ଲଘୁଚାପ ସୃଷ୍ଟି ହେଉଛି। ଗୋଟେ ଲଘୁଚାପ ଦକ୍ଷିଣ ଆଣ୍ଡମାନ ସାଗର ଓ ଆଖ ପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ବେଳେ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗ ଆଡ଼କୁ ଗତି କରୁଛି। ଅନ୍ୟପଟେ ଆଉ ଏକ ଲଘୁଚାପ ଦକ୍ଷିଣ ବଙ୍ଗୋପସାଗରରେ ମଧ୍ୟ ସୃଷ୍ଟି ହେବା ସମ୍ଭାବନା ରହିଛି। ତେବେ କେଉଁ ଲଘୁଚାପ ଶକ୍ତିଶାଳୀ ହେବ କିଏ ଦୁର୍ବଳ ହେବ ଏହା ଏଯାବତ ସ୍ପଷ୍ଟ ହେଉ ନଥିବାରୁ ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପରୁ ଗୋଟିଏ ଲଘୁଚାପ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେବ ବୋଲି ଡଃ ସାହୁ ପୂର୍ବାନୁମାନ କରିଛନ୍ତି। ତେଣୁ ଆସନ୍ତା ୪୮ ଘଣ୍ଟା ପରେ ଚିତ୍ର ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।
ବାତ୍ୟା କେତେ ସୁଦୃଢ଼ ହେବ କେଉଁ ଦିଗକୁ ଯିବ ଓଡ଼ିଶାରେ ଏହା ର ପ୍ରଭାବ ପଡିବ କି ନାହିଁ ତାହା ବର୍ତ୍ତମାନ ସ୍ପଷ୍ଟ ହେଉ ନାହିଁ। କିନ୍ତୁ ଡିସେମ୍ୱର ପହିଲାରୁ ରାଜ୍ୟର ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ବିଭିନ୍ନ ମଡେଲ୍‌ର ବାତ୍ୟାକୁ ନେଇ ଦୁଇଟି ଦୃଶ୍ୟପଟ ଆଙ୍କୁଛନ୍ତି। ଏଥିରେ ଜିଏଫ୍‌ଏସ୍‌ ମଡେଲ୍‌ ବାତ୍ୟା ଦୁଇ ତାରିଖ ବେଳକୁ ଓଡ଼ିଶା ଉପକୂଳ ନିଟତର ହୋଇ ଓଡ଼ିଶାରେ ଘସି ହୋଇ ବଙ୍ଗଲାଦେଶ ମୁହାଁ ହୋଇପାରେ। ମାତ୍ର ଇସିଏମ୍‌ଡବ୍ଲୁଏଫ୍‌ ଏହାର ଆକଳନ ସମ୍ପୂର୍ଣ୍ଣ ଅଲଗା ରଖିଛି। ଏହି ମଡେଲ୍‌ ଅନୁଯାୟୀ ବାତ୍ୟାଟି ଡିସେମ୍ବର ୪ ତାରିଖ ବେଳକୁ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ନିକଟତର ହୋଇପାରେ। ମାତ୍ର ଏହାପରେ ବାତ୍ୟା ଦିଗ ପରିବର୍ତ୍ତନ କରି ଆନ୍ଧ୍ର ଓ ତାମିଲନାଡ଼ୁ ମୁହାଁ ହେବ। ଏମିତି ହେଲେ ଓଡ଼ିଶା ଉପରେ ବିଶେଷ ପ୍ରଭାବ ପଡ଼ି ନପାରେ।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ଅନ୍ୟପଟେ ସାମ୍ଭାବ୍ୟ ବାତ୍ୟାକୁ ନେଇ  ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି,  ବନ୍ୟା ଓ ବାତ୍ୟା ପରିଚାଳନା କରିବାରେ ଓଡିଶାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦେଶରେ ସବୁଠୁ ଆଗରେ। ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ତାକୁ ସାମ୍ନା କରିବାରେ ଆମ ରାଜ୍ୟର ବିପର୍ଯ୍ୟୟ ପପରିଚାଳନା ବିଭାଗ, ଅଗ୍ନିଶମ ବିଭାଗ, ଓଡିଆରଏଫ,ଏନଡିଆରଏଫ ବିଭାଗ ଆଦି ନିକଟରେ ବହୁତ ଅନୁଭବ ରହିଛି। ଜିଲ୍ଲା ପ୍ରଶାସନର ମଧ୍ୟ ଚମକ୍ରାର ପରିଚାଳନା ଦକ୍ଷତା ରହିଛି। ବିଗତ ଦିନରେ ଭଲ ଅଭିଜ୍ଞତା ଥିଲା ଏଥିରେ ଜିରୋ କାଜୁଆଲିଟି ରହିଛି। ତେଣୁ ଆମେ ସମ୍ଭାବ୍ୟ ବାତ୍ୟା ପାଇଁ ପୁରାପୁରି ପ୍ରସ୍ତୁତ ଅଛୁ ବୋଲି ମନ୍ତ୍ରୀ କହିଛନ୍ତି। 

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର