ପ୍ରଥମଥର ପାଇଁ ଇଓଡବ୍ଲ୍ୟୁରେ ବିଲ୍ଡର ନାଁରେ ମାମଲା ; ୬କୋଟିର ଠକେଇ

The Sakala Picture
Published On

ଭୁବନେଶ୍ୱର : ହାଇକୋର୍ଟ ରାୟ ପରେ ଏବେ ଓଡ଼ିଶାରେ ପ୍ରଥମ କରି ଟ୍ରାଇଡେଣ୍ଟ ପ୍ରପର୍ଟି ପ୍ରାଇଭେଟ ଲିମିଟେଡ୍‍ ବିଲ୍ଡର ସଂସ୍ଥା ବିରୋଧରେ ୬ କୋଟି ଟଙ୍କାର ଠକେଇ ମାମଲା ରୁଜୁ କରିଛି କ୍ରାଇମ୍‍ବ୍ରାଞ୍ଚର ଇଓଡବ୍ଲ୍ୟୁ (ଅର୍ଥନୈତିିକ ଅପରାଧ ଶାଖା)। ବିଲ୍ଡର ଘର ଦେବା ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ଅନୁସାରେ କୌଣସି କାମ କରିନଥିବାରୁ ତାଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଛି। ଟ୍ରାଇଡେଣ୍ଟ ଗ୍ୟାଲାକ୍ସି ରେସିଡେନି୍ସ େଓ୍‍ଲ୍‍ଫେୟାର ଆସୋସିଏସନ୍‍ ପକ୍ଷରୁ ଅଭିଯୋଗ କରାଯାଇଥିଲା। ଏହି ଅଭିଯୋଗ ପରେ […]

ଭୁବନେଶ୍ୱର : ହାଇକୋର୍ଟ ରାୟ ପରେ ଏବେ ଓଡ଼ିଶାରେ ପ୍ରଥମ କରି ଟ୍ରାଇଡେଣ୍ଟ ପ୍ରପର୍ଟି ପ୍ରାଇଭେଟ ଲିମିଟେଡ୍‍ ବିଲ୍ଡର ସଂସ୍ଥା ବିରୋଧରେ ୬ କୋଟି ଟଙ୍କାର ଠକେଇ ମାମଲା ରୁଜୁ କରିଛି କ୍ରାଇମ୍‍ବ୍ରାଞ୍ଚର ଇଓଡବ୍ଲ୍ୟୁ (ଅର୍ଥନୈତିିକ ଅପରାଧ ଶାଖା)। ବିଲ୍ଡର ଘର ଦେବା ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ଅନୁସାରେ କୌଣସି କାମ କରିନଥିବାରୁ ତାଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଛି। ଟ୍ରାଇଡେଣ୍ଟ ଗ୍ୟାଲାକ୍ସି ରେସିଡେନି୍ସ େଓ୍‍ଲ୍‍ଫେୟାର ଆସୋସିଏସନ୍‍ ପକ୍ଷରୁ ଅଭିଯୋଗ କରାଯାଇଥିଲା। ଏହି ଅଭିଯୋଗ ପରେ ଇଓଡବ୍ଲ୍ୟୁ ହାଇକୋର୍ଟଙ୍କ ରାୟ ଆଧାରରେ ବିଲ୍ଡର ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଛି। ଓଡ଼ିଶାରେ ଏଭଳି ଠକେଇ ମାମଲା ପ୍ରଥମ କରି ହୋଇଥିବାରୁ ଅନେକ ବିଲ୍ଡରଙ୍କ ମନରେ ଛନକା ପଶିଲାଣି। ସେମାନେ ଘର କିଣିବା ସମୟରେ ମାଲିକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ନ କଲେ ନିହାତି ଫସିବେ।

ଆହୁରି ପଢ଼ନ୍ତୁ: ସ୍ୱାସ୍ଥ୍ୟସେବାର ଚରମ ଅବ୍ୟବସ୍ଥା: ପିଆର୍‌ଏମ୍‌ରେ ଅସୁସ୍ଥ ସ୍ତ୍ରୀଙ୍କୁ କାନ୍ଧରେ ବୋହିଲେ ସ୍ୱାମୀ

ଟ୍ରାଇଡେଣ୍ଟ ପ୍ରପର୍ଟି ପ୍ରାଇଭେଟ ଲିମିଟେଡ୍‍ ନାମକ ବିଲ୍ଡର ସଂସ୍ଥାର ଅଫିସ୍‍ ସେଫୋନି ମଲ୍‍ ତୃତୀୟ ମହଲାରେ ରହିଛି। ୨୦୧୧ ମସିହାରେ ଚନ୍ଦକା ପାଇକରାପୁରରେ ଟ୍ରାଇଡେଣ୍ଟ ଗ୍ୟାଲାକ୍ସି ରେସିଡେନ୍ସି ନାମକ ଏକ ପ୍ରୋଜେକ୍ଟ ଆରମ୍ଭ କରିଥିଲେ। ଏହି ପ୍ରୋଜେକ୍ଟରେ ସେ ଏକାଧିକ ସୁବିଧା ଯୋଗାଇ ଦେବାକୁ ସର୍ବସାଧାରଣରେ ବିଜ୍ଞାପନ ଦେଇଥିଲେ। ଏହି ବିଜ୍ଞାପନ ଦେଖି ଅନେକ ଲୋକେ କିଣିବା ପାଇଁ ରାଜି ହୋଇଥିଲେ। ଏଥିଲାଗି ମଧ୍ୟ ଗ୍ରାହକ ଏବଂ ବିଲ୍ଡରଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଥିଲା। ଏହି ଚୁକ୍ତ ଅନୁସାରେ ବିଲ୍ଡର ଦେବାକୁ ଥିବା ଫ୍ଲାଟ୍‍ରେ କି ସୁବିଧାରେ ଯୋଗାଇ ଦେବେ ସବୁ ଲିଖିତ ଆକାରରେ ରହିଥିଲା। ବିଲ୍ଡର ୨୦୧୪ ସୁଦ୍ଧା ଘର କାମ କରି ଗ୍ରାହକଙ୍କ ହସ୍ତାନ୍ତର କରିବେ ବୋଲି ଚୁକ୍ତି କରିଥିଲେ। ବିଡିଏର ଅକ୍ୟୁପାନ୍ସି ସାର୍ଟିଫିକେଟ୍‍ ଦେବାକୁ ମଧ୍ୟ କହିଥିଲା। ଏହାସହ ଫାୟାର ସାର୍ଟିଫିକେଟ୍‍ ଦେବାକୁ ମଧ୍ୟ କହିଥିଲା।

ଆହୁରି ପଢ଼ନ୍ତୁ: ଘରର କବାଟ ଭାଙ୍ଗି ମା’କୁ ଅଟକ ରଖିଲେ, ୧୫ ବର୍ଷର ନାବାଳିକା ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ

ଚୁକ୍ତି ଅନୁସାରେ ପ୍ରୋଜେକ୍ଟ-୨ର ଘର କାମ ୨୦୧୫ ମାର୍ଚ୍ଚ ସୁଦ୍ଧା ଶେଷ କରିଥାନ୍ତେ। କିନ୍ତୁ ବିଲ୍ଡର ୨୦୧୭ରେ ଘର କାମ ଶେଷ କରି ଗ୍ରାହକଙ୍କୁ ହସ୍ତାନ୍ତର କରିଥିଲେ। ଏପରିକି ଉକ୍ତ ବିଲ୍ଡିଂର ଏନ୍‍ଓସି ସାର୍ଟିଫିକେଟ୍‍ ନଥିଲା। ଏପରିକି ୨୦୧୮ ମାର୍ଚ୍ଚ ୧୪ରେ ବିଡିଏର ଅଧିକାରୀମାନେ ଉକ୍ତ ବିଲ୍ଡିଂକୁ ଯାଇ ଯାଞ୍ଚ କରିବା ପରେ ଉକ୍ତ ବିଲ୍ଡିଂରେ ଅନେକ ସମସ୍ୟା ରହିଥିଲା। ତେଣୁ ତାହାକୁ ସୁଧାରିବା ପାଇଁ ମଧ୍ୟ ବିଡିଏ ଉକ୍ତ ବିଲ୍ଡରକୁ କହିଥିଲେ। କିନ୍ତୁ ଏତେ ସବୁ ପରେ ମଧ୍ୟ ବିଲ୍ଡର କିଛିବି କାର୍ଯ୍ୟ କରିନଥିଲା। ଘର କିଣିବା ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ପୁରଣ କରିନଥିଲା। ଯାହାଫଳରେ ସେ ଘର କିଣିଥିବା ଗ୍ରାହକମାନଙ୍କୁ ଏକ ପ୍ରକାର ଠକେଇ କରିଥିଲା। ତେଣୁ ଠକେଇର ଶିକାର ହୋଇଥିବା ଏକାଧିକ ଫ୍ଲାଟ୍‍ ମାଲିକ ଏନେଇ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ TPCODL ଲାଇନମ୍ୟାନ୍, ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

03 Aug 2021 By The Sakala

ପ୍ରଥମଥର ପାଇଁ ଇଓଡବ୍ଲ୍ୟୁରେ ବିଲ୍ଡର ନାଁରେ ମାମଲା ; ୬କୋଟିର ଠକେଇ

ଭୁବନେଶ୍ୱର : ହାଇକୋର୍ଟ ରାୟ ପରେ ଏବେ ଓଡ଼ିଶାରେ ପ୍ରଥମ କରି ଟ୍ରାଇଡେଣ୍ଟ ପ୍ରପର୍ଟି ପ୍ରାଇଭେଟ ଲିମିଟେଡ୍‍ ବିଲ୍ଡର ସଂସ୍ଥା ବିରୋଧରେ ୬ କୋଟି ଟଙ୍କାର ଠକେଇ ମାମଲା ରୁଜୁ କରିଛି କ୍ରାଇମ୍‍ବ୍ରାଞ୍ଚର ଇଓଡବ୍ଲ୍ୟୁ (ଅର୍ଥନୈତିିକ ଅପରାଧ ଶାଖା)। ବିଲ୍ଡର ଘର ଦେବା ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ଅନୁସାରେ କୌଣସି କାମ କରିନଥିବାରୁ ତାଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଛି। ଟ୍ରାଇଡେଣ୍ଟ ଗ୍ୟାଲାକ୍ସି ରେସିଡେନି୍ସ େଓ୍‍ଲ୍‍ଫେୟାର ଆସୋସିଏସନ୍‍ ପକ୍ଷରୁ ଅଭିଯୋଗ କରାଯାଇଥିଲା। ଏହି ଅଭିଯୋଗ ପରେ ଇଓଡବ୍ଲ୍ୟୁ ହାଇକୋର୍ଟଙ୍କ ରାୟ ଆଧାରରେ ବିଲ୍ଡର ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଛି। ଓଡ଼ିଶାରେ ଏଭଳି ଠକେଇ ମାମଲା ପ୍ରଥମ କରି ହୋଇଥିବାରୁ ଅନେକ ବିଲ୍ଡରଙ୍କ ମନରେ ଛନକା ପଶିଲାଣି। ସେମାନେ ଘର କିଣିବା ସମୟରେ ମାଲିକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ନ କଲେ ନିହାତି ଫସିବେ।

ଟ୍ରାଇଡେଣ୍ଟ ପ୍ରପର୍ଟି ପ୍ରାଇଭେଟ ଲିମିଟେଡ୍‍ ନାମକ ବିଲ୍ଡର ସଂସ୍ଥାର ଅଫିସ୍‍ ସେଫୋନି ମଲ୍‍ ତୃତୀୟ ମହଲାରେ ରହିଛି। ୨୦୧୧ ମସିହାରେ ଚନ୍ଦକା ପାଇକରାପୁରରେ ଟ୍ରାଇଡେଣ୍ଟ ଗ୍ୟାଲାକ୍ସି ରେସିଡେନ୍ସି ନାମକ ଏକ ପ୍ରୋଜେକ୍ଟ ଆରମ୍ଭ କରିଥିଲେ। ଏହି ପ୍ରୋଜେକ୍ଟରେ ସେ ଏକାଧିକ ସୁବିଧା ଯୋଗାଇ ଦେବାକୁ ସର୍ବସାଧାରଣରେ ବିଜ୍ଞାପନ ଦେଇଥିଲେ। ଏହି ବିଜ୍ଞାପନ ଦେଖି ଅନେକ ଲୋକେ କିଣିବା ପାଇଁ ରାଜି ହୋଇଥିଲେ। ଏଥିଲାଗି ମଧ୍ୟ ଗ୍ରାହକ ଏବଂ ବିଲ୍ଡରଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଥିଲା। ଏହି ଚୁକ୍ତ ଅନୁସାରେ ବିଲ୍ଡର ଦେବାକୁ ଥିବା ଫ୍ଲାଟ୍‍ରେ କି ସୁବିଧାରେ ଯୋଗାଇ ଦେବେ ସବୁ ଲିଖିତ ଆକାରରେ ରହିଥିଲା। ବିଲ୍ଡର ୨୦୧୪ ସୁଦ୍ଧା ଘର କାମ କରି ଗ୍ରାହକଙ୍କ ହସ୍ତାନ୍ତର କରିବେ ବୋଲି ଚୁକ୍ତି କରିଥିଲେ। ବିଡିଏର ଅକ୍ୟୁପାନ୍ସି ସାର୍ଟିଫିକେଟ୍‍ ଦେବାକୁ ମଧ୍ୟ କହିଥିଲା। ଏହାସହ ଫାୟାର ସାର୍ଟିଫିକେଟ୍‍ ଦେବାକୁ ମଧ୍ୟ କହିଥିଲା।

ଚୁକ୍ତି ଅନୁସାରେ ପ୍ରୋଜେକ୍ଟ-୨ର ଘର କାମ ୨୦୧୫ ମାର୍ଚ୍ଚ ସୁଦ୍ଧା ଶେଷ କରିଥାନ୍ତେ। କିନ୍ତୁ ବିଲ୍ଡର ୨୦୧୭ରେ ଘର କାମ ଶେଷ କରି ଗ୍ରାହକଙ୍କୁ ହସ୍ତାନ୍ତର କରିଥିଲେ। ଏପରିକି ଉକ୍ତ ବିଲ୍ଡିଂର ଏନ୍‍ଓସି ସାର୍ଟିଫିକେଟ୍‍ ନଥିଲା। ଏପରିକି ୨୦୧୮ ମାର୍ଚ୍ଚ ୧୪ରେ ବିଡିଏର ଅଧିକାରୀମାନେ ଉକ୍ତ ବିଲ୍ଡିଂକୁ ଯାଇ ଯାଞ୍ଚ କରିବା ପରେ ଉକ୍ତ ବିଲ୍ଡିଂରେ ଅନେକ ସମସ୍ୟା ରହିଥିଲା। ତେଣୁ ତାହାକୁ ସୁଧାରିବା ପାଇଁ ମଧ୍ୟ ବିଡିଏ ଉକ୍ତ ବିଲ୍ଡରକୁ କହିଥିଲେ। କିନ୍ତୁ ଏତେ ସବୁ ପରେ ମଧ୍ୟ ବିଲ୍ଡର କିଛିବି କାର୍ଯ୍ୟ କରିନଥିଲା। ଘର କିଣିବା ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ପୁରଣ କରିନଥିଲା। ଯାହାଫଳରେ ସେ ଘର କିଣିଥିବା ଗ୍ରାହକମାନଙ୍କୁ ଏକ ପ୍ରକାର ଠକେଇ କରିଥିଲା। ତେଣୁ ଠକେଇର ଶିକାର ହୋଇଥିବା ଏକାଧିକ ଫ୍ଲାଟ୍‍ ମାଲିକ ଏନେଇ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର