ନବୀନଙ୍କ ସଭା ଭଣ୍ଡୁର ପାଇଁ ବିଜେପି କରୁଛି ଉଦ୍ୟମ: ବିଜେଡି

Deviprasad Mohanty Picture
Published On

ନୂଆପଡ଼ା: ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ସଭାକୁ ଭଣ୍ଡୁର କରିବା ପାଇଁ ବିଜେପି ଷଡ଼ଯନ୍ତ୍ର କରୁଛି ବୋଲି ବିଜେଡି ଅଭିଯୋଗ କରିଛି। ଆଜି ବିଜେଡି ପକ୍ଷରୁ ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ପ୍ରକାଶ ବିନ୍ଦୁଙ୍କ ନିକଟରେ ଏହି ଅଭିଯୋଗ କର ଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟର ଲିଷ୍ଟରୁ ୯.୮ ଲକ୍ଷ ଭୋଟର୍ ବାଦ୍ ପଡ଼ିବା ପ୍ରସଙ୍ଗ: ସିଇଓଙ୍କ ଅଫିସ ଆଗରେ ବିଜେଡିର ପ୍ରତିବାଦ

ବିଜୁ ଜନତା ଦଳ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଏକ ଅଭିଯୋଗରେ କୁହା ଯାଇଛି ଯେ, ଶାସକ ଦଳ ଭାରତୀୟ ଜନତା ପାର୍ଟି ଇଚ୍ଛାପୂର୍ବକ ଆମ ଦଳପତି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ୩ ନଭେମ୍ବର ୨୦୨୫ ତାରିଖରେ ତରବୋଡ଼ ଧନମଣ୍ଡି ପଡ଼ିଆ, କୋମ୍ନା ବ୍ଲକରେ ହେବାକୁ ଥିବା ସାର୍ବଜନିକ ସଭାକୁ ବାଧା ଦେବା ପାଇଁ ଷଡଯନ୍ତ୍ର ଚଳାଇଛି। ଏହା ସଂପର୍କିତ ଏକ ଅଡିଓ ରେକର୍ଡିଂରେ ଗାଁ ସାଥୀ ସଂଘଠନର ଅଧ୍ୟକ୍ଷ ଲକ୍ଷ୍ମିଧର ବିଶ୍ୱାଳ ସ୍ୱୟଂ ସ୍ୱୀକାର କରିଛନ୍ତି ଯେ, ପଞ୍ଚାୟତିରାଜ ମନ୍ତ୍ରୀ  ରବି ନାରାୟଣ ନାୟକ ତାଙ୍କ ସଂଘଠନ ସଦସ୍ୟମାନଙ୍କୁ ସେହି ତାରିଖ ଓ ସ୍ଥାନରେ ଏକତ୍ର ହେବାକୁ ନିର୍ଦେଶ ଦେଇଛନ୍ତି। ଏହା ଏକ ସଂଗଠିତ ଉଦ୍ୟମ ଯାହା ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ପରିବେଶକୁ ଭଙ୍ଗ କରିବାକୁ ଉଦେଶ୍ୟ ବୋଲି ବିଜେଡି ଅଭିଯୋଗ କରିଛି।

ଆହୁରି ପଢ଼ନ୍ତୁ: ଜନଗଣନା କରିବା ବାହାନାରେ ଆସିଲା, ବେକରେ ଛୁରୀ ଲଗାଇ ଫୋନ ଓ ମଙ୍ଗଳସୂତ୍ର ନେଇଗଲା ଲୁଟେରା

ବିଜୁ ଜନତା ଦଳ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରାଯାଇଛି ଯେ, ଏହି ବିଷୟକୁ ଗୁରୁତ୍ୱ  ଦେଇ ନିର୍ବାଚନରେ ଶାନ୍ତି, ଶୃଙ୍ଖଳା ସୁନିଶ୍ଚିତ କରଯାଉ । ବିଜେଡି ପକ୍ଷରୁ ଲେଖାଶ୍ରୀ ସାମନ୍ତସିଂହାର, ସାଂସଦ ନିରଞ୍ଜନ ବିଶି, ମନ୍ମଥ ରାଉତରାୟ ଅଭିଯୋଗ ଦାଖଲ କରିଥିଲେ।

ଆହୁରି ପଢ଼ନ୍ତୁ: ଟାଇଁ ଟାଇଁ ଖରାରେ ହନ୍ତସନ୍ତ ରାଜଧାନୀବାସୀ, ଅପରାହ୍ନ ୨ଟା ସୁଦ୍ଧା ୪୨ ଡିଗ୍ରୀ ଛୁଇଁଲା ତାପମାତ୍ରା

ଅନ୍ୟପକ୍ଷେ ଦଳ ପକ୍ଷରୁ  ନୁଆପଡା ଏଲଇଡି ଭିଡିଓ, ସାମ୍ବଲପୁରି ଲୋଗୋର ପ୍ରାମାଣିକତା ପାଇଁ ଅନୁରୋଧ କରାଯାଇଛି। ଦଳ ଦ୍ୱାରା ସଂପୂର୍ଣ୍ଣ ସମୀକ୍ଷା କରିବା ପରେ ଏହି ଭିଡିଓରେ ନିର୍ବାଚନ ଆଚରଣବିଧି କିମ୍ବା ନିର୍ଦ୍ଦେଶାବଳୀର କୌଣସି ଉଲ୍ଲଂଘନ ନଥିବା ଜଣା ପଡ଼ିଛି। ଏହିପରି, ଏହି ଭିଡିଓକୁ ଶୀଘ୍ର ପ୍ରମାଣିତ କରି ନିର୍ବାଚନ ପ୍ରଚାରରେ ବ୍ୟବହାର ପାଇଁ ଅନୁମତି ଦିଆଯାଉ ଭାବେ ଦଳ ଅନୁରୋଧ କରିଛି।

01 Nov 2025 By Deviprasad Mohanty

ନବୀନଙ୍କ ସଭା ଭଣ୍ଡୁର ପାଇଁ ବିଜେପି କରୁଛି ଉଦ୍ୟମ: ବିଜେଡି

ନୂଆପଡ଼ା: ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ସଭାକୁ ଭଣ୍ଡୁର କରିବା ପାଇଁ ବିଜେପି ଷଡ଼ଯନ୍ତ୍ର କରୁଛି ବୋଲି ବିଜେଡି ଅଭିଯୋଗ କରିଛି। ଆଜି ବିଜେଡି ପକ୍ଷରୁ ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ପ୍ରକାଶ ବିନ୍ଦୁଙ୍କ ନିକଟରେ ଏହି ଅଭିଯୋଗ କର ଯାଇଛି।

ବିଜୁ ଜନତା ଦଳ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଏକ ଅଭିଯୋଗରେ କୁହା ଯାଇଛି ଯେ, ଶାସକ ଦଳ ଭାରତୀୟ ଜନତା ପାର୍ଟି ଇଚ୍ଛାପୂର୍ବକ ଆମ ଦଳପତି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ୩ ନଭେମ୍ବର ୨୦୨୫ ତାରିଖରେ ତରବୋଡ଼ ଧନମଣ୍ଡି ପଡ଼ିଆ, କୋମ୍ନା ବ୍ଲକରେ ହେବାକୁ ଥିବା ସାର୍ବଜନିକ ସଭାକୁ ବାଧା ଦେବା ପାଇଁ ଷଡଯନ୍ତ୍ର ଚଳାଇଛି। ଏହା ସଂପର୍କିତ ଏକ ଅଡିଓ ରେକର୍ଡିଂରେ ଗାଁ ସାଥୀ ସଂଘଠନର ଅଧ୍ୟକ୍ଷ ଲକ୍ଷ୍ମିଧର ବିଶ୍ୱାଳ ସ୍ୱୟଂ ସ୍ୱୀକାର କରିଛନ୍ତି ଯେ, ପଞ୍ଚାୟତିରାଜ ମନ୍ତ୍ରୀ  ରବି ନାରାୟଣ ନାୟକ ତାଙ୍କ ସଂଘଠନ ସଦସ୍ୟମାନଙ୍କୁ ସେହି ତାରିଖ ଓ ସ୍ଥାନରେ ଏକତ୍ର ହେବାକୁ ନିର୍ଦେଶ ଦେଇଛନ୍ତି। ଏହା ଏକ ସଂଗଠିତ ଉଦ୍ୟମ ଯାହା ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ପରିବେଶକୁ ଭଙ୍ଗ କରିବାକୁ ଉଦେଶ୍ୟ ବୋଲି ବିଜେଡି ଅଭିଯୋଗ କରିଛି।

ବିଜୁ ଜନତା ଦଳ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରାଯାଇଛି ଯେ, ଏହି ବିଷୟକୁ ଗୁରୁତ୍ୱ  ଦେଇ ନିର୍ବାଚନରେ ଶାନ୍ତି, ଶୃଙ୍ଖଳା ସୁନିଶ୍ଚିତ କରଯାଉ । ବିଜେଡି ପକ୍ଷରୁ ଲେଖାଶ୍ରୀ ସାମନ୍ତସିଂହାର, ସାଂସଦ ନିରଞ୍ଜନ ବିଶି, ମନ୍ମଥ ରାଉତରାୟ ଅଭିଯୋଗ ଦାଖଲ କରିଥିଲେ।

ଅନ୍ୟପକ୍ଷେ ଦଳ ପକ୍ଷରୁ  ନୁଆପଡା ଏଲଇଡି ଭିଡିଓ, ସାମ୍ବଲପୁରି ଲୋଗୋର ପ୍ରାମାଣିକତା ପାଇଁ ଅନୁରୋଧ କରାଯାଇଛି। ଦଳ ଦ୍ୱାରା ସଂପୂର୍ଣ୍ଣ ସମୀକ୍ଷା କରିବା ପରେ ଏହି ଭିଡିଓରେ ନିର୍ବାଚନ ଆଚରଣବିଧି କିମ୍ବା ନିର୍ଦ୍ଦେଶାବଳୀର କୌଣସି ଉଲ୍ଲଂଘନ ନଥିବା ଜଣା ପଡ଼ିଛି। ଏହିପରି, ଏହି ଭିଡିଓକୁ ଶୀଘ୍ର ପ୍ରମାଣିତ କରି ନିର୍ବାଚନ ପ୍ରଚାରରେ ବ୍ୟବହାର ପାଇଁ ଅନୁମତି ଦିଆଯାଉ ଭାବେ ଦଳ ଅନୁରୋଧ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର