ପାତରଅନ୍ତର କରିବ ଶୀତ; ଉପକୂଳରେ କମ୍‌, ଆଭ୍ୟନ୍ତରୀଣରେ ସ୍ୱାଭାବିକ...

Deviprasad Mohanty Picture
Published On

ଭୁବନେଶ୍ୱର: ଚଳିତବର୍ଷ ଦେଶରେ ପ୍ରବଳ ଶୀତ ନେଇ ବିଭିନ୍ନ ପାଣିପାଗ ଆକଳନକାରୀ ସଂସ୍ଥା ପୂର୍ବାନୁମାନ କରୁଛନ୍ତି। ହିମାଳୟ ବରାଫାଦୃତ ସହିତ ଲା-ନିନା ସ୍ଥିତି ଶୀତ ପାଇଁ ଅନୁକୂଳ ସ୍ଥିତି ସୃଷ୍ଟି କରିଛି। ମାତ୍ର ଏସବୁ ସତ୍ତ୍ବେ ରାଜ୍ୟରେ ଶୀତର ମାତ୍ରାକୁ ନେଇ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟରେ ଚଳିତ ବର୍ଷ  ଶୀତ ପ୍ରବଣ ଅଞ୍ଚଳଗୁଡ଼ିକରେ ଶୀତ ସ୍ୱାଭାବିକ ରହିବା ସହ ଉପକୂଳ ଓଡ଼ିଶାରେ ଏହା ଅପେକ୍ଷାକୃତ କମ୍‌ ରହିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି।   

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୁଲିସର ଦମନଲୀଳା: ବିଜୟଚୌକରେ ବିଜେଡିର ପ୍ରତିବାଦ

ଶୀତ ସ୍ଥିତିକୁ ନେଇ ପ୍ରଫେସର୍‌ ପଶୁପାଳକ କହିଛନ୍ତି ଯେ ଚଳିତ ବର୍ଷ ଉତ୍ତର ଭାରତରେ ପ୍ରବଳ ଶୀତ ହେବ। କିନ୍ତୁ ରାଜ୍ୟରେ ଶୀତ ବିଳମ୍ବର ଆସିବ ଓ କମ୍‌ ଥଣ୍ଡା ରହିବ। ଅକ୍ଟୋବରରୁ ଲା-ନିନା ସ୍ଥିତି ସୃଷ୍ଟି ହୋଇଛି। ମାତ୍ର ଫେବ୍ରୁଆରୀ ସୁଦ୍ଧା ଏହା ସ୍ୱାଭାବିକ ସ୍ଥିତିକୁ ଆସିଯିବ। ସାଧାରଣତଃ ଲା-ନିନା ବର୍ଷଗୁଡ଼ିକରେ ଶୀତର ମାତ୍ରା ଅଧିକ ରହିଥାଏ। କିନ୍ତୁ ସବୁଆଡେ଼ ଏହା ହୋଇ ନ ଥାଏ। ଏଥର ମଧ୍ୟ ଶୀତ ହେଉଥିବା ରାଜ୍ୟଗୁଡ଼ିକରେ ଶୀତ ସ୍ୱାଭାବିକଠାରୁ ଅଧିକ ରହିବ। ନଭେମ୍ବର-ଡିସେମ୍ବରରେ ପଶ୍ଚିମ ହିମାଳୟ ଓ ସଂଲଗ୍ନ ପଞ୍ଜାବ, ଜାମ୍ମୁ କଶ୍ମୀର, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ପାକିସ୍ତାନ ଓ ସଂଲଗ୍ନ ଅଞ୍ଚଳରେ ତାପମାତ୍ରା ବହୁତ କମିବ। କିନ୍ତୁ ଓଡ଼ିଶାକୁ ଶୀତ ଆସିବାରେ ବିଳମ୍ବିତ ହେବ। ଡିସେମ୍ବର ଆରମ୍ଭ ପର୍ଯ୍ୟନ୍ତ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। ଜାନୁଆରୀ ଓ ଫେବୃଆରୀରେ ଶୀତ ସ୍ୱାଭାବିକ ରହିପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। 

ଆହୁରି ପଢ଼ନ୍ତୁ: ସୁନ୍ଦରଗଡ ଜିଲ୍ଲାରେ ନିକ୍ଷୟ ମିତ୍ର ପଦକ୍ଷେପ ଜରିଆରେ ଯକ୍ଷ୍ମା ରୋଗୀମାନଙ୍କୁ ସହାୟତା କରୁଛି ବେଦାନ୍ତ ଆଲୁମିନିୟମ

ସେ ଆହୁରି କହିଛନ୍ତି ଯେ, ସାଧାରଣତଃ ଦୁଇଟି କାରଣ ପାଇଁ କମ୍‌ ଶୀତ ହୋଇଥାଏ। ଉତ୍ତର-ପୂର୍ବ ପବନ ବୋହିଲେ ଆର୍ଦ୍ରତା ଅଧିକ ରହିବା ସହ କୁହୁଡ଼ି ଅଧିକ ରହିବ ଏବଂ ମେଘୁଆ ପାଗ ବଢ଼ିବ। ଉତ୍ତର ଭାରତରୁ ଥଣ୍ଡା ପବନ ମଧ୍ୟ ଆସିବାରେ ବାଧାପ୍ରାପ୍ତ ହେବ। ଦ୍ୱିତୀୟତଃ, ପଶ୍ଚିମା ଝଡ଼ର ପ୍ରଭାବ ଅଧିକ ହେତୁ ମେଘୁଆ ପାଗ ସହ ବର୍ଷା ହେବ। ତେବେ ଏହି ସମୟରେ ଦିନବେଳା ସାଧାରଣ ଭାବେ ତାପମାତ୍ରା କମ୍‌ ରହିବ। କୋହଲା ପାଗ ଅଧିକ ରହିପାରେ। ଶୀତ କମ୍‌ ରହିଲେ ମଧ୍ୟ ଡିସେମ୍ବର ଓ ଜାନୁଆରୀରେ କିଛି ସ୍ୱଳ୍ପ ଅବଧି ପାଇଁ ଶୀତ ଲହରୀ ହୋଇପାରେ। ଉପକୂଳରେ ଶୀତ କମିଲେ ମଧ୍ୟ ଆଭ୍ୟନ୍ତରୀଣରେ ବିଶେଷ କରି ଶୀତପ୍ରବଣ ଅଞ୍ଚଳରେ ସ୍ୱାଭାବିକ ଥଣ୍ଡା ରହିପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପ୍ରଥମ: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତାବ

18 Oct 2025 By Deviprasad Mohanty

ପାତରଅନ୍ତର କରିବ ଶୀତ; ଉପକୂଳରେ କମ୍‌, ଆଭ୍ୟନ୍ତରୀଣରେ ସ୍ୱାଭାବିକ...

ଭୁବନେଶ୍ୱର: ଚଳିତବର୍ଷ ଦେଶରେ ପ୍ରବଳ ଶୀତ ନେଇ ବିଭିନ୍ନ ପାଣିପାଗ ଆକଳନକାରୀ ସଂସ୍ଥା ପୂର୍ବାନୁମାନ କରୁଛନ୍ତି। ହିମାଳୟ ବରାଫାଦୃତ ସହିତ ଲା-ନିନା ସ୍ଥିତି ଶୀତ ପାଇଁ ଅନୁକୂଳ ସ୍ଥିତି ସୃଷ୍ଟି କରିଛି। ମାତ୍ର ଏସବୁ ସତ୍ତ୍ବେ ରାଜ୍ୟରେ ଶୀତର ମାତ୍ରାକୁ ନେଇ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟରେ ଚଳିତ ବର୍ଷ  ଶୀତ ପ୍ରବଣ ଅଞ୍ଚଳଗୁଡ଼ିକରେ ଶୀତ ସ୍ୱାଭାବିକ ରହିବା ସହ ଉପକୂଳ ଓଡ଼ିଶାରେ ଏହା ଅପେକ୍ଷାକୃତ କମ୍‌ ରହିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି।   

ଶୀତ ସ୍ଥିତିକୁ ନେଇ ପ୍ରଫେସର୍‌ ପଶୁପାଳକ କହିଛନ୍ତି ଯେ ଚଳିତ ବର୍ଷ ଉତ୍ତର ଭାରତରେ ପ୍ରବଳ ଶୀତ ହେବ। କିନ୍ତୁ ରାଜ୍ୟରେ ଶୀତ ବିଳମ୍ବର ଆସିବ ଓ କମ୍‌ ଥଣ୍ଡା ରହିବ। ଅକ୍ଟୋବରରୁ ଲା-ନିନା ସ୍ଥିତି ସୃଷ୍ଟି ହୋଇଛି। ମାତ୍ର ଫେବ୍ରୁଆରୀ ସୁଦ୍ଧା ଏହା ସ୍ୱାଭାବିକ ସ୍ଥିତିକୁ ଆସିଯିବ। ସାଧାରଣତଃ ଲା-ନିନା ବର୍ଷଗୁଡ଼ିକରେ ଶୀତର ମାତ୍ରା ଅଧିକ ରହିଥାଏ। କିନ୍ତୁ ସବୁଆଡେ଼ ଏହା ହୋଇ ନ ଥାଏ। ଏଥର ମଧ୍ୟ ଶୀତ ହେଉଥିବା ରାଜ୍ୟଗୁଡ଼ିକରେ ଶୀତ ସ୍ୱାଭାବିକଠାରୁ ଅଧିକ ରହିବ। ନଭେମ୍ବର-ଡିସେମ୍ବରରେ ପଶ୍ଚିମ ହିମାଳୟ ଓ ସଂଲଗ୍ନ ପଞ୍ଜାବ, ଜାମ୍ମୁ କଶ୍ମୀର, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ପାକିସ୍ତାନ ଓ ସଂଲଗ୍ନ ଅଞ୍ଚଳରେ ତାପମାତ୍ରା ବହୁତ କମିବ। କିନ୍ତୁ ଓଡ଼ିଶାକୁ ଶୀତ ଆସିବାରେ ବିଳମ୍ବିତ ହେବ। ଡିସେମ୍ବର ଆରମ୍ଭ ପର୍ଯ୍ୟନ୍ତ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। ଜାନୁଆରୀ ଓ ଫେବୃଆରୀରେ ଶୀତ ସ୍ୱାଭାବିକ ରହିପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। 

ସେ ଆହୁରି କହିଛନ୍ତି ଯେ, ସାଧାରଣତଃ ଦୁଇଟି କାରଣ ପାଇଁ କମ୍‌ ଶୀତ ହୋଇଥାଏ। ଉତ୍ତର-ପୂର୍ବ ପବନ ବୋହିଲେ ଆର୍ଦ୍ରତା ଅଧିକ ରହିବା ସହ କୁହୁଡ଼ି ଅଧିକ ରହିବ ଏବଂ ମେଘୁଆ ପାଗ ବଢ଼ିବ। ଉତ୍ତର ଭାରତରୁ ଥଣ୍ଡା ପବନ ମଧ୍ୟ ଆସିବାରେ ବାଧାପ୍ରାପ୍ତ ହେବ। ଦ୍ୱିତୀୟତଃ, ପଶ୍ଚିମା ଝଡ଼ର ପ୍ରଭାବ ଅଧିକ ହେତୁ ମେଘୁଆ ପାଗ ସହ ବର୍ଷା ହେବ। ତେବେ ଏହି ସମୟରେ ଦିନବେଳା ସାଧାରଣ ଭାବେ ତାପମାତ୍ରା କମ୍‌ ରହିବ। କୋହଲା ପାଗ ଅଧିକ ରହିପାରେ। ଶୀତ କମ୍‌ ରହିଲେ ମଧ୍ୟ ଡିସେମ୍ବର ଓ ଜାନୁଆରୀରେ କିଛି ସ୍ୱଳ୍ପ ଅବଧି ପାଇଁ ଶୀତ ଲହରୀ ହୋଇପାରେ। ଉପକୂଳରେ ଶୀତ କମିଲେ ମଧ୍ୟ ଆଭ୍ୟନ୍ତରୀଣରେ ବିଶେଷ କରି ଶୀତପ୍ରବଣ ଅଞ୍ଚଳରେ ସ୍ୱାଭାବିକ ଥଣ୍ଡା ରହିପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର