ଝାରସୁଗୁଡା; ୬୦ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୋଦୀ

The Sakala Picture
Published On

ଭୁବନେଶ୍ବର: ଝାରସୁଗୁଡା ଅମଲିପାଲିଠାରେ ଆୟୋଜିତ ସମାବେଶରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ସହ ପ୍ରାୟ ୬୦ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୋଦୀ। ଓଡିଶା ପାଇଁ ପ୍ରାୟ ୧୭୦୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ । ଝାରସୁଗୁଡାରେ ୬୦ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରାଯାଇଛି । […]

ଭୁବନେଶ୍ବର: ଝାରସୁଗୁଡା ଅମଲିପାଲିଠାରେ ଆୟୋଜିତ ସମାବେଶରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ସହ ପ୍ରାୟ ୬୦ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୋଦୀ। ଓଡିଶା ପାଇଁ ପ୍ରାୟ ୧୭୦୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ । ଝାରସୁଗୁଡାରେ ୬୦ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରାଯାଇଛି । ଦୂରସଞ୍ଚାର, ରେଳବାଇ, ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟସେବା, ଦକ୍ଷତା ବିକାଶ ଏବଂ ଗ୍ରାମୀଣ ଗୃହ ନିର୍ମାଣ ସମେତ ବିଭିନ୍ନ କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ। ଜାତୀୟ ଯୋଗାଯୋଗ ଭିତ୍ତିଭୂମିକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାରେ ପ୍ରାୟ ୩୭ ଜଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ୯୭ ହଜାର ୫୦୦ରୁ ଅଧିକ ମୋବାଇଲ୍ ୪-ଜି ଟାୱାରକୁ ଉଦଘାଟନ କରିଛନ୍ତି। ଦୂରବର୍ତ୍ତୀ, ସୀମାନ୍ତ ଏବଂ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳର ୨୬ ହଜାର ୭୦୦ ଅପହଞ୍ଚ ଗ୍ରାମକୁ ସଂଯୋଗ ପ୍ରଦାନ ହେବ। ଆଠଟି ଆଇଆଇଟିର ସମ୍ପ୍ରସାରଣ ପାଇଁ ଶିଳାନ୍ୟାସ ସହ ଆଗାମୀ ଚାରି ବର୍ଷ ମଧ୍ୟରେ ୧୯ ହଜାର ନୂତନ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସେବା ପ୍ରଦାନ କରିବ ଏହି ପ୍ରକଳ୍ପ।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ସମ୍ବଲପୁର-ସରଲାରେ ରେଳ ଫ୍ଲାଏଓଭର ପାଇଁ ଶିଳାନ୍ୟାସ, କୋରାପୁଟ-ବୈଗୁଡ଼ା ଲାଇନର ଦୋହରୀକରଣ ଏବଂ ମାନାବାର-କୋରାପୁଟ-ଗୋରାପୁର ଲାଇନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକର୍ପଣ ।ବ୍ରହ୍ମପୁର ଏବଂ ଉଧନା, ସୁରଟ ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସର ଉଦଘାଟନ । ଦେଶର ୨୭୫ଟି ରାଜ୍ୟ ଇଞ୍ଜିନିୟରିଂ ଏବଂ ପଲିଟେକ୍ନିକ୍ ପ୍ରତିଷ୍ଠାନରେ ଗୁଣବତ୍ତା, ସମାନତା, ଗବେଷଣା ଲାଗି ଡିଜାଇନ୍ କରାଯାଇଥିବା ମେରିଟ ଯୋଜନାର ଶୁଭାରମ୍ଭ । ରାଜ୍ୟରେ ଡିଜିଟାଲ ଶିକ୍ଷାକୁ ବୃଦ୍ଧି କରିବା ପାଇଁ, ୧୩୦ଟି ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ୱାଇ-ଫାଇ ସୁବିଧାର ଲୋକାର୍ପଣ । ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜ ଏବଂ ସମ୍ଭଲପୁରର ଭିମସାରକୁ ବିଶ୍ୱସ୍ତରୀୟ ସୁପର-ସ୍ପେଶାଲିଟି ହସ୍ପିଟାଲରେ ଉନ୍ନୀତ କରିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଦିଆଯାଇଛି । ଅନ୍ତୋଦୟ ଗୃହ ଯୋଜନାରେ ୫୦ ହଜାର ହିତାଧିକାରୀଙ୍କୁ ମଞ୍ଜୁରୀ ଆଦେଶ ବଣ୍ଟନ କରାଯାଇଛି।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

27 Sep 2025 By The Sakala

ଝାରସୁଗୁଡା; ୬୦ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୋଦୀ

ଭୁବନେଶ୍ବର: ଝାରସୁଗୁଡା ଅମଲିପାଲିଠାରେ ଆୟୋଜିତ ସମାବେଶରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ସହ ପ୍ରାୟ ୬୦ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୋଦୀ। ଓଡିଶା ପାଇଁ ପ୍ରାୟ ୧୭୦୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ । ଝାରସୁଗୁଡାରେ ୬୦ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରାଯାଇଛି । ଦୂରସଞ୍ଚାର, ରେଳବାଇ, ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟସେବା, ଦକ୍ଷତା ବିକାଶ ଏବଂ ଗ୍ରାମୀଣ ଗୃହ ନିର୍ମାଣ ସମେତ ବିଭିନ୍ନ କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ। ଜାତୀୟ ଯୋଗାଯୋଗ ଭିତ୍ତିଭୂମିକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାରେ ପ୍ରାୟ ୩୭ ଜଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ୯୭ ହଜାର ୫୦୦ରୁ ଅଧିକ ମୋବାଇଲ୍ ୪-ଜି ଟାୱାରକୁ ଉଦଘାଟନ କରିଛନ୍ତି। ଦୂରବର୍ତ୍ତୀ, ସୀମାନ୍ତ ଏବଂ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳର ୨୬ ହଜାର ୭୦୦ ଅପହଞ୍ଚ ଗ୍ରାମକୁ ସଂଯୋଗ ପ୍ରଦାନ ହେବ। ଆଠଟି ଆଇଆଇଟିର ସମ୍ପ୍ରସାରଣ ପାଇଁ ଶିଳାନ୍ୟାସ ସହ ଆଗାମୀ ଚାରି ବର୍ଷ ମଧ୍ୟରେ ୧୯ ହଜାର ନୂତନ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସେବା ପ୍ରଦାନ କରିବ ଏହି ପ୍ରକଳ୍ପ।

ସମ୍ବଲପୁର-ସରଲାରେ ରେଳ ଫ୍ଲାଏଓଭର ପାଇଁ ଶିଳାନ୍ୟାସ, କୋରାପୁଟ-ବୈଗୁଡ଼ା ଲାଇନର ଦୋହରୀକରଣ ଏବଂ ମାନାବାର-କୋରାପୁଟ-ଗୋରାପୁର ଲାଇନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକର୍ପଣ ।ବ୍ରହ୍ମପୁର ଏବଂ ଉଧନା, ସୁରଟ ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସର ଉଦଘାଟନ । ଦେଶର ୨୭୫ଟି ରାଜ୍ୟ ଇଞ୍ଜିନିୟରିଂ ଏବଂ ପଲିଟେକ୍ନିକ୍ ପ୍ରତିଷ୍ଠାନରେ ଗୁଣବତ୍ତା, ସମାନତା, ଗବେଷଣା ଲାଗି ଡିଜାଇନ୍ କରାଯାଇଥିବା ମେରିଟ ଯୋଜନାର ଶୁଭାରମ୍ଭ । ରାଜ୍ୟରେ ଡିଜିଟାଲ ଶିକ୍ଷାକୁ ବୃଦ୍ଧି କରିବା ପାଇଁ, ୧୩୦ଟି ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ୱାଇ-ଫାଇ ସୁବିଧାର ଲୋକାର୍ପଣ । ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜ ଏବଂ ସମ୍ଭଲପୁରର ଭିମସାରକୁ ବିଶ୍ୱସ୍ତରୀୟ ସୁପର-ସ୍ପେଶାଲିଟି ହସ୍ପିଟାଲରେ ଉନ୍ନୀତ କରିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଦିଆଯାଇଛି । ଅନ୍ତୋଦୟ ଗୃହ ଯୋଜନାରେ ୫୦ ହଜାର ହିତାଧିକାରୀଙ୍କୁ ମଞ୍ଜୁରୀ ଆଦେଶ ବଣ୍ଟନ କରାଯାଇଛି।

https://www.thesakala.in/latest-odisha-news/jharsuguda-modi-laid-the-foundation-stone-and-inaugurated-various-projects-worth-rs-60000-crore/article-42502
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର