ଓଡିଶାକୁ ଅଧିକ ସାର ଯୋଗାଣ ପାଇଁ କେନ୍ଦ୍ର ସାରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର: ଓଡିଶାକୁ ସାର ଯୋଗାଣ ବାବଦରେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟକୁ ଆବଶ୍ୟକ ପରିମାଣର ସାର ମିଳୁନଥିବାରୁ ଉଦବୋଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ କେନ୍ଦ୍ର ସାର ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଲେ ନବୀନ । ମାସିକ କୋଟା ପ୍ରଦାନ ସହ ପୂର୍ବରୁ ବକେୟା ଥିବା ସାର ଯୋଗାଇଦେବାକୁ ଦାବି କଲେ ମୁଖ୍ୟମନ୍ତ୍ରୀ । ମେ, ଜୁନ୍‌, ଜୁଲାଇ ମାସରେ ରାଜ୍ୟକୁ କମ୍ […]

ଭୁବନେଶ୍ୱର: ଓଡିଶାକୁ ସାର ଯୋଗାଣ ବାବଦରେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟକୁ ଆବଶ୍ୟକ ପରିମାଣର ସାର ମିଳୁନଥିବାରୁ ଉଦବୋଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ କେନ୍ଦ୍ର ସାର ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଲେ ନବୀନ । ମାସିକ କୋଟା ପ୍ରଦାନ ସହ ପୂର୍ବରୁ ବକେୟା ଥିବା ସାର ଯୋଗାଇଦେବାକୁ ଦାବି କଲେ ମୁଖ୍ୟମନ୍ତ୍ରୀ । ମେ, ଜୁନ୍‌, ଜୁଲାଇ ମାସରେ ରାଜ୍ୟକୁ କମ୍ ସାର ଯୋଗାଣ ହୋଇଛି । ତୁୁରନ୍ତ ରାଜ୍ୟକୁ ଅଧିକ ସାର ଯୋଗାଇବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଆହୁରି ପଢ଼ନ୍ତୁ: ପୁରୀ କୃଷ୍ଣପ୍ରସାଦରେ ଅଭାବନୀୟ ଘଟଣା: ବଜ୍ରାଘାତରେ ୯ ଗାଈ ମୃତ, ୧୧ ଆହତ

ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ୨ଲକ୍ଷ ୩୧ହଜାର ୫୩୦ ମେଟ୍ରିକ ଟନ୍ ୟୁରିଆ ସାର ପାଇବା କଥା ମିଳିଛି ମାତ୍ର ୧ଲକ୍ଷ ୪୫ହଜାର ୧୪୫ ମେଟ୍ରିକ ଟନ୍ । ସେହିପରି ଏହି ସମୟ ମଧ୍ୟରେ ଡିଏପି ସାର ୧ଲକ୍ଷ ୫୨ ହଜାର ମେଟ୍ରିକ ଟନ୍ ବଦଳରେ ମିଳିଛି ୯୭ହଜାର ୭୬୩ ମେଟ୍ରିକ ଟନ୍ । ସେହିପରି ଏମଓପି ସାର ଯୋଗାଣରେ ମଧ୍ୟ କେନ୍ଦ୍ର ଅଣଦେଖା କରାଯାଇଛି । ମୋଟ୍ ୟୁରିଆ ଯୋଗାଣ ୬୨ପ୍ରତିଶତ ମିଳିଛି । ଅନ୍ୟ ସାର କ୍ଷେତ୍ରରେ ମଧ୍ୟ ଓଡ଼ିଶା ପାଇଛି ୬୦ରୁ ୭୪ ପ୍ରତିଶତ । ସାଇକ୍ଲୋନ୍ ୟାସ୍‌ରେ ବ୍ୟାପକ ଫସଲ ନଷ୍ଟ ହୋଇଛି । ଗତବର୍ଷ ମଧ୍ୟ ଘୂର୍ଣ୍ଣିଝଡ଼ରେ ବ୍ୟାପକ ଫସଲ ନଷ୍ଟ ହୋଇଥିଲା । କୃଷି ଉତ୍ପାଦନ ବୃଦ୍ଧି ପାଇଁ ଆବଶ୍ୟକ ସାର ଯୋଗାଇଦେବାକୁ ଚିଠିରେ ଦାବି କରିଛନ୍ତି । ଜୁଲାଇରୁ ସେପ୍ଟେମ୍ବର ଓଡ଼ିଶାରେ ୟୁରିଆର ସର୍ବାଧିକ ବ୍ୟବହାର ହୋଇଥାଏ । ସାରର ଅଭାବ ରହିଲେ ରାଜ୍ୟରେ କୃଷି ଉତ୍ପାଦନ ପ୍ରଭାବିତ ହେବା ସହ ଅଧିକା ଅଯଥା ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ITDA ବାଲିଗୁଡ଼ା ସହକାରୀ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ

31 Jul 2021 By The Sakala

ଓଡିଶାକୁ ଅଧିକ ସାର ଯୋଗାଣ ପାଇଁ କେନ୍ଦ୍ର ସାରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶାକୁ ସାର ଯୋଗାଣ ବାବଦରେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟକୁ ଆବଶ୍ୟକ ପରିମାଣର ସାର ମିଳୁନଥିବାରୁ ଉଦବୋଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ କେନ୍ଦ୍ର ସାର ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଲେ ନବୀନ । ମାସିକ କୋଟା ପ୍ରଦାନ ସହ ପୂର୍ବରୁ ବକେୟା ଥିବା ସାର ଯୋଗାଇଦେବାକୁ ଦାବି କଲେ ମୁଖ୍ୟମନ୍ତ୍ରୀ । ମେ, ଜୁନ୍‌, ଜୁଲାଇ ମାସରେ ରାଜ୍ୟକୁ କମ୍ ସାର ଯୋଗାଣ ହୋଇଛି । ତୁୁରନ୍ତ ରାଜ୍ୟକୁ ଅଧିକ ସାର ଯୋଗାଇବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ୨ଲକ୍ଷ ୩୧ହଜାର ୫୩୦ ମେଟ୍ରିକ ଟନ୍ ୟୁରିଆ ସାର ପାଇବା କଥା ମିଳିଛି ମାତ୍ର ୧ଲକ୍ଷ ୪୫ହଜାର ୧୪୫ ମେଟ୍ରିକ ଟନ୍ । ସେହିପରି ଏହି ସମୟ ମଧ୍ୟରେ ଡିଏପି ସାର ୧ଲକ୍ଷ ୫୨ ହଜାର ମେଟ୍ରିକ ଟନ୍ ବଦଳରେ ମିଳିଛି ୯୭ହଜାର ୭୬୩ ମେଟ୍ରିକ ଟନ୍ । ସେହିପରି ଏମଓପି ସାର ଯୋଗାଣରେ ମଧ୍ୟ କେନ୍ଦ୍ର ଅଣଦେଖା କରାଯାଇଛି । ମୋଟ୍ ୟୁରିଆ ଯୋଗାଣ ୬୨ପ୍ରତିଶତ ମିଳିଛି । ଅନ୍ୟ ସାର କ୍ଷେତ୍ରରେ ମଧ୍ୟ ଓଡ଼ିଶା ପାଇଛି ୬୦ରୁ ୭୪ ପ୍ରତିଶତ । ସାଇକ୍ଲୋନ୍ ୟାସ୍‌ରେ ବ୍ୟାପକ ଫସଲ ନଷ୍ଟ ହୋଇଛି । ଗତବର୍ଷ ମଧ୍ୟ ଘୂର୍ଣ୍ଣିଝଡ଼ରେ ବ୍ୟାପକ ଫସଲ ନଷ୍ଟ ହୋଇଥିଲା । କୃଷି ଉତ୍ପାଦନ ବୃଦ୍ଧି ପାଇଁ ଆବଶ୍ୟକ ସାର ଯୋଗାଇଦେବାକୁ ଚିଠିରେ ଦାବି କରିଛନ୍ତି । ଜୁଲାଇରୁ ସେପ୍ଟେମ୍ବର ଓଡ଼ିଶାରେ ୟୁରିଆର ସର୍ବାଧିକ ବ୍ୟବହାର ହୋଇଥାଏ । ସାରର ଅଭାବ ରହିଲେ ରାଜ୍ୟରେ କୃଷି ଉତ୍ପାଦନ ପ୍ରଭାବିତ ହେବା ସହ ଅଧିକା ଅଯଥା ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର