ଆସୁଛି ଆଉ ଏକ ଲଘୁଚାପ, ବର୍ଷାଭିଜା ହୋଇପାରେ ଦଶହରା

The Sakala Picture
Published On

ଭୁବନେଶ୍ୱର: ଆସନ୍ତା ୨୫ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଅନୁଭୂତ ହେବ। ଲଘୁଚାପଟି ଅଧିକ ଘନୀଭୂତ ହେବା ଆଶଙ୍କା ଥିବାରୁ ଏଥର ଦଶହରା ବର୍ଷାଭିଜା ହୋଇପାରେ।ଲଘୁଚାପ ନେଇ ଆଇଏମ୍‌ଡି ପକ୍ଷରୁ କରାଯାଇଥିବା ବେଳେ ଏହାର ପ୍ରଭାବରେ ୨୫ରୁ ୩-୪ ଦିନ ବର୍ଷା ହେବାର ଆଶଙ୍କା କରାଯାଇଛି। ପାଣିପାଗ ବିଭାଗ ଦ୍ୱାରା ଜାରି ସୂଚନା ଅନୁଯାୟୀ, ଆସନ୍ତା ୨୫ ତାରିଖରେ ପୂର୍ବକେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପୂର୍ବ […]

ଭୁବନେଶ୍ୱର: ଆସନ୍ତା ୨୫ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଅନୁଭୂତ ହେବ। ଲଘୁଚାପଟି ଅଧିକ ଘନୀଭୂତ ହେବା ଆଶଙ୍କା ଥିବାରୁ ଏଥର ଦଶହରା ବର୍ଷାଭିଜା ହୋଇପାରେ।ଲଘୁଚାପ ନେଇ ଆଇଏମ୍‌ଡି ପକ୍ଷରୁ କରାଯାଇଥିବା ବେଳେ ଏହାର ପ୍ରଭାବରେ ୨୫ରୁ ୩-୪ ଦିନ ବର୍ଷା ହେବାର ଆଶଙ୍କା କରାଯାଇଛି।

ଆହୁରି ପଢ଼ନ୍ତୁ: ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଆଜି ହେବ ତିନି ରଥର ଦକ୍ଷିଣ ମୋଡ଼

ପାଣିପାଗ ବିଭାଗ ଦ୍ୱାରା ଜାରି ସୂଚନା ଅନୁଯାୟୀ, ଆସନ୍ତା ୨୫ ତାରିଖରେ ପୂର୍ବକେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗର ମଧ୍ୟ ସମୁଦ୍ର ନିକଟସ୍ଥ ମ୍ୟାଁମାର-ବାଂଲାଦେଶ ଉପକୂଳ ନିକଟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ପରବର୍ତ୍ତୀ ସମୟରେ ଏହା ବଙ୍ଗୋପସାଗରମୁହାଁ ହୋଇ ରାଜ୍ୟର ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ଉପରେ ପ୍ରଭାବ ପକାଇପାରେ।

ଆହୁରି ପଢ଼ନ୍ତୁ: ଭ୍ରମାତ୍ମକ ମନ୍ତବ୍ୟ ପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ଭର୍ତ୍ତୃହରି: ବିଜେଡି

ବର୍ତ୍ତମାନ ଓଡ଼ିଶା ଉପରେ କୌଣସି ପ୍ରକାର ପାଣିପାଗ ନିୟାମକ ସକ୍ରିୟ ନାହିଁ। ହେଲେ ବର୍ତ୍ତମାନ ରାଜ୍ୟରେ ହେଉଥିବା ଖରା ଓ ଗୁଳୁଗୁଳି ଯୋଗୁଁ ଅପରାହ୍ଣରେ କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ଆଶଙ୍କା ଥିବା ପାଣିପାଗ କେନ୍ଦ୍ର କହିଛି। ଏଭଳି ସ୍ଥିତିରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବା ନେଇ ଆଶଙ୍କା କରାଯାଇଛି।

ଆହୁରି ପଢ଼ନ୍ତୁ: ଅନୁଗୋଳ ଗଣଦୁଷ୍କର୍ମ ମାମଲା: ୪ ଅଭିଯୁକ୍ତଙ୍କୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇଲେ ସ୍ୱତନ୍ତ୍ର କୋର୍ଟ

20 Sep 2025 By The Sakala

ଆସୁଛି ଆଉ ଏକ ଲଘୁଚାପ, ବର୍ଷାଭିଜା ହୋଇପାରେ ଦଶହରା

ଭୁବନେଶ୍ୱର: ଆସନ୍ତା ୨୫ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଅନୁଭୂତ ହେବ। ଲଘୁଚାପଟି ଅଧିକ ଘନୀଭୂତ ହେବା ଆଶଙ୍କା ଥିବାରୁ ଏଥର ଦଶହରା ବର୍ଷାଭିଜା ହୋଇପାରେ।ଲଘୁଚାପ ନେଇ ଆଇଏମ୍‌ଡି ପକ୍ଷରୁ କରାଯାଇଥିବା ବେଳେ ଏହାର ପ୍ରଭାବରେ ୨୫ରୁ ୩-୪ ଦିନ ବର୍ଷା ହେବାର ଆଶଙ୍କା କରାଯାଇଛି।

ପାଣିପାଗ ବିଭାଗ ଦ୍ୱାରା ଜାରି ସୂଚନା ଅନୁଯାୟୀ, ଆସନ୍ତା ୨୫ ତାରିଖରେ ପୂର୍ବକେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗର ମଧ୍ୟ ସମୁଦ୍ର ନିକଟସ୍ଥ ମ୍ୟାଁମାର-ବାଂଲାଦେଶ ଉପକୂଳ ନିକଟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ପରବର୍ତ୍ତୀ ସମୟରେ ଏହା ବଙ୍ଗୋପସାଗରମୁହାଁ ହୋଇ ରାଜ୍ୟର ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ଉପରେ ପ୍ରଭାବ ପକାଇପାରେ।

ବର୍ତ୍ତମାନ ଓଡ଼ିଶା ଉପରେ କୌଣସି ପ୍ରକାର ପାଣିପାଗ ନିୟାମକ ସକ୍ରିୟ ନାହିଁ। ହେଲେ ବର୍ତ୍ତମାନ ରାଜ୍ୟରେ ହେଉଥିବା ଖରା ଓ ଗୁଳୁଗୁଳି ଯୋଗୁଁ ଅପରାହ୍ଣରେ କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ଆଶଙ୍କା ଥିବା ପାଣିପାଗ କେନ୍ଦ୍ର କହିଛି। ଏଭଳି ସ୍ଥିତିରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବା ନେଇ ଆଶଙ୍କା କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର