ବିଜେଡି ଭଦ୍ରକ ଜିଲ୍ଲା କମିଟି ପୁନର୍ଗଠିତ, ଜଗନ୍ନାଥ ସ୍ୱାଇଁ ହେଲେ ଜିଲ୍ଲା ସଭାପତି

The Sakala Picture
Published On

ଭଦ୍ରକ: ଆଜି ବିଜୁ ଜନତା ଦଳ ଭଦ୍ରକ ଜିଲ୍ଲାର ନୂତନ କମିଟି ଘୋଷଣା କରିଛି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଆଜି ଭଦ୍ରକ ଜିଲ୍ଲା ବିଜେଡ଼ିର ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ନୂତନ ଜିଲ୍ଲା ସଭାପତି ଭାବେ ଜଗନ୍ନାଥ ସ୍ୱାଇଁ ମନୋନୀତ ହୋଇଛନ୍ତି । ସେହିପରି ନୂତନ କମିଟିରେ ୮ ଜଣ ଉପସଭାପତି ରହିଥିବାବେଳେ ୧୩ ଜଣଙ୍କୁ ସାଧାରଣ ସଂପାଦକ ତାଲିକାରେ ରଖାଯାଇଛି । ଅନ୍ୟପଟେ ୬ ଜଣଙ୍କୁ ସଂପାଦକ […]

ଭଦ୍ରକ: ଆଜି ବିଜୁ ଜନତା ଦଳ ଭଦ୍ରକ ଜିଲ୍ଲାର ନୂତନ କମିଟି ଘୋଷଣା କରିଛି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଆଜି ଭଦ୍ରକ ଜିଲ୍ଲା ବିଜେଡ଼ିର ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ନୂତନ ଜିଲ୍ଲା ସଭାପତି ଭାବେ ଜଗନ୍ନାଥ ସ୍ୱାଇଁ ମନୋନୀତ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଜଙ୍ଗଲରୁ ନିଖୋଜ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର, ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ସେହିପରି ନୂତନ କମିଟିରେ ୮ ଜଣ ଉପସଭାପତି ରହିଥିବାବେଳେ ୧୩ ଜଣଙ୍କୁ ସାଧାରଣ ସଂପାଦକ ତାଲିକାରେ ରଖାଯାଇଛି । ଅନ୍ୟପଟେ ୬ ଜଣଙ୍କୁ ସଂପାଦକ ଭାବେ ମନୋନୀତ କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେବାର ଆଶଙ୍କା

ଭାନୁ ପ୍ରକାଶ ପଲ୍ଲାଇ, ବିଜୟ କୁମାର ଖଟୁଆ, ଏସ.କେ ଆୟୁବ ଖାନ. ଯୋଗେନ୍ଦ୍ର ପ୍ରସାଦ ସାହୁ, ପର୍ଶୁରାମ ପଣ୍ଡା ଏବଂ ପ୍ରଦୀପ କୁମାର ପଣ୍ଡା ସଂପାଦକ ଭାବେ ନିଯୁକ୍ତ ପାଇଛନ୍ତି । ଭଦ୍ରକ ବିଜେଡ଼ିର ନୂତନ ଟିମ ଘୋଷଣା ନେଇ ବିଜେଡ଼ି ପକ୍ଷରୁ ପ୍ରେସ ବାର୍ତ୍ତା ମାଧ୍ୟମରେ ସୂଚନା ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ବଡ଼ଚଣା ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର