ବିଜେଡି ଭଦ୍ରକ ଜିଲ୍ଲା କମିଟି ପୁନର୍ଗଠିତ, ଜଗନ୍ନାଥ ସ୍ୱାଇଁ ହେଲେ ଜିଲ୍ଲା ସଭାପତି

The Sakala Picture
Published On

ଭଦ୍ରକ: ଆଜି ବିଜୁ ଜନତା ଦଳ ଭଦ୍ରକ ଜିଲ୍ଲାର ନୂତନ କମିଟି ଘୋଷଣା କରିଛି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଆଜି ଭଦ୍ରକ ଜିଲ୍ଲା ବିଜେଡ଼ିର ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ନୂତନ ଜିଲ୍ଲା ସଭାପତି ଭାବେ ଜଗନ୍ନାଥ ସ୍ୱାଇଁ ମନୋନୀତ ହୋଇଛନ୍ତି । ସେହିପରି ନୂତନ କମିଟିରେ ୮ ଜଣ ଉପସଭାପତି ରହିଥିବାବେଳେ ୧୩ ଜଣଙ୍କୁ ସାଧାରଣ ସଂପାଦକ ତାଲିକାରେ ରଖାଯାଇଛି । ଅନ୍ୟପଟେ ୬ ଜଣଙ୍କୁ ସଂପାଦକ […]

ଭଦ୍ରକ: ଆଜି ବିଜୁ ଜନତା ଦଳ ଭଦ୍ରକ ଜିଲ୍ଲାର ନୂତନ କମିଟି ଘୋଷଣା କରିଛି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଆଜି ଭଦ୍ରକ ଜିଲ୍ଲା ବିଜେଡ଼ିର ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ନୂତନ ଜିଲ୍ଲା ସଭାପତି ଭାବେ ଜଗନ୍ନାଥ ସ୍ୱାଇଁ ମନୋନୀତ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ସେହିପରି ନୂତନ କମିଟିରେ ୮ ଜଣ ଉପସଭାପତି ରହିଥିବାବେଳେ ୧୩ ଜଣଙ୍କୁ ସାଧାରଣ ସଂପାଦକ ତାଲିକାରେ ରଖାଯାଇଛି । ଅନ୍ୟପଟେ ୬ ଜଣଙ୍କୁ ସଂପାଦକ ଭାବେ ମନୋନୀତ କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

ଭାନୁ ପ୍ରକାଶ ପଲ୍ଲାଇ, ବିଜୟ କୁମାର ଖଟୁଆ, ଏସ.କେ ଆୟୁବ ଖାନ. ଯୋଗେନ୍ଦ୍ର ପ୍ରସାଦ ସାହୁ, ପର୍ଶୁରାମ ପଣ୍ଡା ଏବଂ ପ୍ରଦୀପ କୁମାର ପଣ୍ଡା ସଂପାଦକ ଭାବେ ନିଯୁକ୍ତ ପାଇଛନ୍ତି । ଭଦ୍ରକ ବିଜେଡ଼ିର ନୂତନ ଟିମ ଘୋଷଣା ନେଇ ବିଜେଡ଼ି ପକ୍ଷରୁ ପ୍ରେସ ବାର୍ତ୍ତା ମାଧ୍ୟମରେ ସୂଚନା ଦିଆଯାଇଛି ।

ଆହୁରି ପଢ଼ନ୍ତୁ: କଲେଜ ହଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର