ପୁଣି ଆନ୍ଧ୍ରର ଦାଦାଗିରି; ଓଡ଼ିଶାର ଗାଁ ନେଇଯିବ ଆନ୍ଧ୍ର !

The Sakala Picture
Published On

ପାରଳାଖେମୁଣ୍ଡି/ ରାୟଗଡ଼: ଗଜପତି ଜିଲ୍ଲା ସୀମାନ୍ତରେ ପୁଣି ଆନ୍ଧ୍ର ଦାଦାଗିରି କରିଛି। କିଛି ଦିନ ହେଲା ରାୟଗଡ଼ ବ୍ଲକ୍‌ ଗଙ୍ଗାବାଡ଼ ପଞ୍ଚାୟତର ଅମରିଙ୍ଗି, ମାଣିକପାଟଣା, ବୁରୁସିଂ ଆଦି ଗ୍ରାମାଞ୍ଚଳକୁ ଆନ୍ଧ୍ରର ତହସିଲଦାର, ଆର୍‌ଆଇ ଏବଂ କିଛି ଅଜଣା ବ୍ୟକ୍ତି ବିଶେଷ ଆସି ଗ୍ରାମବାସୀଙ୍କୁ ଆନ୍ଧ୍ରରେ ମିଶିବାକୁ ପ୍ରବର୍ତ୍ତାଉଛନ୍ତି। ଏପରିକି, ଏଠାରେ ଥିବା ସମସ୍ତ ଭିତ୍ତିଭୂମଗୁଡ଼ିକ ଆନ୍ଧ୍ର ସରକାରଙ୍କ ବୋଲି ଦାବି କରି ପ୍ରଚାରପ୍ରସାର କରିଥିଲେ। ଏ ସମ୍ପର୍କରେ ଅଭିଯୋଗ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି […]

ପାରଳାଖେମୁଣ୍ଡି/ ରାୟଗଡ଼: ଗଜପତି ଜିଲ୍ଲା ସୀମାନ୍ତରେ ପୁଣି ଆନ୍ଧ୍ର ଦାଦାଗିରି କରିଛି। କିଛି ଦିନ ହେଲା ରାୟଗଡ଼ ବ୍ଲକ୍‌ ଗଙ୍ଗାବାଡ଼ ପଞ୍ଚାୟତର ଅମରିଙ୍ଗି, ମାଣିକପାଟଣା, ବୁରୁସିଂ ଆଦି ଗ୍ରାମାଞ୍ଚଳକୁ ଆନ୍ଧ୍ରର ତହସିଲଦାର, ଆର୍‌ଆଇ ଏବଂ କିଛି ଅଜଣା ବ୍ୟକ୍ତି ବିଶେଷ ଆସି ଗ୍ରାମବାସୀଙ୍କୁ ଆନ୍ଧ୍ରରେ ମିଶିବାକୁ ପ୍ରବର୍ତ୍ତାଉଛନ୍ତି। ଏପରିକି, ଏଠାରେ ଥିବା ସମସ୍ତ ଭିତ୍ତିଭୂମଗୁଡ଼ିକ ଆନ୍ଧ୍ର ସରକାରଙ୍କ ବୋଲି ଦାବି କରି ପ୍ରଚାରପ୍ରସାର କରିଥିଲେ। ଏ ସମ୍ପର୍କରେ ଅଭିଯୋଗ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଅନୁପ ପଣ୍ଡାଙ୍କ ସମେତ ଅଧିକାରୀ ଓ ଗାରାବନ୍ଧ ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିଶିକାଙ୍କ ସହ ପୁଲିସ୍‌ ସଦଳବଳେ ପହଞ୍ଚି ତଦନ୍ତ କରିଛନ୍ତି। ବିବାଦୀୟ ଗ୍ରାମାଞ୍ଚଳକୁ ଯାଇ ସେଠାକାର ଅଧିବାସୀଙ୍କ ସହ ଆଲୋଚନା କରି ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ଏନେଇ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଶ୍ରୀ ପଣ୍ଡା କହିଛନ୍ତି ଯେ, ଗତ କିଛିଦିନ ହେଲା ଆନ୍ଧ୍ରର ଅଧିକାରୀ ଓ ବ୍ୟକ୍ତି ବିଶେଷ ଆସି ଓଡ଼ିଶାର ଗ୍ରାମାଞ୍ଚଳରେ ପଶି ଧମକ ଚମକ ଦେବା ସହ ଏହି ଗ୍ରାମଗୁଡ଼ିକ ନିଜର ବୋଲି ଦାବି କରିଥିଲେ। ସେମାନେ ଯେଉଁ ଗ୍ରାମକୁ ଯାଇଛନ୍ତି, ସେଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଓଡ଼ିିଶା ତଥା ଗଜପତି ଜିଲ୍ଲାରେ ରହିଛି। ଏହି ଗ୍ରାମରେ ପ୍ରଶାସନ ପକ୍ଷରୁ ସମସ୍ତ ଭିତ୍ତିଭୂମି କରାଯାଇଛି। କୋଠଘରଠାରୁ ଆରମ୍ଭ କରି ସିସିରୋଡ୍‌, ଫରେଷ୍ଟ ଅଫିସ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଉପଲବ୍ଧ କରାଯାଇଛି। ଏପରିକି, ଏହି ଗ୍ରାମଗୁଡ଼ିକ ରାଜସ୍ୱ ସର୍କଲରେ ରହିଥିବାର ସମସ୍ତ ଦସ୍ତାବିଜ୍‌ ଅଛି। ସେମାନେ ଆସି ଏଠାକୁ ଅଯଥାରେ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ଆନ୍ଧ୍ରରୁ କେହି ପ୍ରଶାସନିକ ଅଧିକାରୀ କିମ୍ୱା କୌଣସି ବ୍ୟକ୍ତିବିଶେଷ ଆସି ଅପପ୍ରଚାର କଲେ, ସେମାନଙ୍କୁ ଅଟକ ରଖି ପୁଲିସ କିମ୍ୱା ପ୍ରଶାସନକୁ ଜଣାଇବାକୁ ଶ୍ରୀ ପଣ୍ଡା ପରାମର୍ଶ ଦେଇଛନ୍ତି। ଏହି ସମସ୍ୟା ଦୀର୍ଘ ବର୍ଷ ଧରି ଏହି ଅଞ୍ଚଳରେ ଲାଗି ରହିଛି। ୧୯୮୦-୧୯୯୦ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ରହିଥିବା ଯୁଗ୍ମ ସେଟେଲମେଣ୍ଟ ମ୍ୟାପକୁ ଧରି ଦୁଇ ରାଜ୍ୟ ପ୍ରଶାସନ ପକ୍ଷରୁ ଆଲୋଚନା ହେଲେ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ବୋଲି ଉପଜିଲ୍ଲାପାଳ ଶ୍ରୀ ପଣ୍ଡା କହିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ସୂଚନାଯୋଗ୍ୟ, ପ୍ରତିବର୍ଷ ବିଭିନ୍ନ ସମୟରେ ଆନ୍ଧ୍ର ଏମିତି ଦାଦାଗିରି କରି ଆସୁଛି। ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳ ଉପରେ ଲୋଲୁପ ଦୃଷ୍ଟି ପକାଇ ବାଲି, ମାଟି, ଗୋଡ଼ି ଭଳି ଖଣିଜ ସମ୍ପଦଠାରୁ ଆରମ୍ଭ କରି ପାଣି, କ୍ଷୀର ଆଦି ଲୁଟି ଚାଲିଛି। ସୀମାନ୍ତରେ ନିଜର କାୟା ବିସ୍ତାର ପାଇଁ କେତେବେଳେ ଆନ୍ଧ୍ର ମନ୍ତ୍ରୀ ଗୁଣ୍ଡା ସାଜି ଓଡ଼ିଶାର ପ୍ରଶାସନିକ ଅଧିକାରୀଙ୍କୁ ଧମକଚମକ ଦେଉଛନ୍ତି ତ ଆଉ କେତେବେଳେ ଗଜପତି ଜିଲ୍ଲାରେ ଥିବା ଗ୍ରାମାଞ୍ଚଳବାସୀଙ୍କୁ ହାତେଇବାକୁ ବିଭିନ୍ନ ଆଳ କରୁଛନ୍ତି। ଏପରକି, କେତେବେଳେ ଆନ୍ଧ୍ରର ନିର୍ବାଚନରେ ଭାଗ ନେବାକୁ ସୀମାନ୍ତବର୍ତ୍ତୀ ଗ୍ରାମରେ ଲୋକଙ୍କୁ ଉସୁକାଇବା ଭଳି କାମ କରୁଥିବାର ପୂର୍ବରୁ ବହୁ ଦୃଷ୍ଟାନ୍ତ ରହିଛି। ଏପରି ସ୍ଥିତିରେ ଓଡ଼ିଶା ସରକାରଙ୍କ ତରଫରୁ ସ୍ଥାୟୀ ସୀମା ନିର୍ଦ୍ଧାରଣ କରାନଯିବା ଏବଂ ବିବାଦୀୟ ସ୍ଥାନରେ ସରକାରୀ କର୍ମଚାରୀଙ୍କ ଅନୁପସ୍ଥିତି ଆଦିର ଭରପୂର ଫାଇଦା ଉଠାଉଛି ଆନ୍ଧ୍ର।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର