ଆଜି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ, ରାଜଧାନୀରେ କଂଗ୍ରେସର ସମ୍ବିଧାନ ବଞ୍ଚାଅ ସମାବେଶ..
ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି ଲୋକସଭାରେ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ। ରାହୁଲଙ୍କ ସହ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡ୍ଗେ, ଜାତୀୟ ସଂଗଠନ ସମ୍ପାଦକ କେସି ବେଣୁଗୋପାଳ ପ୍ରମୁଖ ମଧ୍ୟ ଆସୁଛନ୍ତି। ଦିନ ୧୧ଟାରେ ସ୍ୱତନ୍ତ୍ର ବିମାନ ଯୋଗେ ରାହୁଲ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା ସମ୍ବିଧାନ ବଞ୍ଚାଅ ସମାବେଶସ୍ଥଳ ବରମୁଣ୍ଡା ପଡ଼ିଆ ଯିବେ। ସେଠାରେ ସଭାରେ ରାହୁଲ ଯୋଗଦେବେ। ସଭା ଶେଷ ପରେ ମଧ୍ୟାହ୍ନ ଭୋଜନ ସାରି ସେ ଅପରାହ୍ଣ ୩ଟାରେ କଂଗ୍ରେସ […]
ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି ଲୋକସଭାରେ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ। ରାହୁଲଙ୍କ ସହ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡ୍ଗେ, ଜାତୀୟ ସଂଗଠନ ସମ୍ପାଦକ କେସି ବେଣୁଗୋପାଳ ପ୍ରମୁଖ ମଧ୍ୟ ଆସୁଛନ୍ତି। ଦିନ ୧୧ଟାରେ ସ୍ୱତନ୍ତ୍ର ବିମାନ ଯୋଗେ ରାହୁଲ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା ସମ୍ବିଧାନ ବଞ୍ଚାଅ ସମାବେଶସ୍ଥଳ ବରମୁଣ୍ଡା ପଡ଼ିଆ ଯିବେ। ସେଠାରେ ସଭାରେ ରାହୁଲ ଯୋଗଦେବେ। ସଭା ଶେଷ ପରେ ମଧ୍ୟାହ୍ନ ଭୋଜନ ସାରି ସେ ଅପରାହ୍ଣ ୩ଟାରେ କଂଗ୍ରେସ ଭବନରେ ପହଞ୍ଚିବେ। ପ୍ରଥମେ ରାଜନୈତିକ ବ୍ୟାପାର କମିଟି ଏବଂ ପରେ ବିଧାୟକ ଓ ପିସିସି କାର୍ଯ୍ୟକର୍ତ୍ତାଙ୍କ ସହ ରାହୁଲ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ରାହୁଲଙ୍କ ଗସ୍ତ ପୂର୍ବରୁ ବରମୁଣ୍ଡା ପଡ଼ିଆସ୍ତିତ ସଭାସ୍ଥଳରେ ପ୍ରସ୍ତୁତି ଶେଷ ପର୍ଯାୟରେ ପହଞ୍ଚିଛି। ଗୁରୁବାର ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ ଅନ୍ୟ ବରିଷ୍ଠ କଂଗ୍ରେସ ନେତା ପ୍ରସ୍ତୁତି ପର୍ଯ୍ୟାୟର ଚୂଡ଼ାନ୍ତ ସମୀକ୍ଷା କରିଛନ୍ତି। ଭୁବନେଶ୍ୱର ଡିସିପି ମଧ୍ୟ ସଭାସ୍ଥଳ ବୁଲି ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବା ସହ କାର୍କେଡ୍ ରିହରସେଲ୍ କରିଛନ୍ତି।