ଇନ୍‍ଫ୍ରା ରିଏଲିଟି ଲିମିଟେଡ୍‍ର ପରିଚାଳନା ନିର୍ଦ୍ଦେଶକ କୋଲକାତାରୁ ଗିରଫ

The Sakala Picture
Published On

ବାଲେଶ୍ୱର : ବାଲେଶ୍ୱର ସମେତ ଏହାର ଆଖପାଖ ଅଞ୍ଚଳରୁ ୧୫ କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଭୁବନେଶ୍ୱରସ୍ଥିତ ଅର୍ଥନୈତିକ ଅପରାଧ ଶାଖା ଅନ୍ୟତମ ଚିଟଫଣ୍ଡ ସଂସ୍ଥା ଏମ/ଏସ ମାସ ଇନଫ୍ରା ରିଏଲିଟି ଲିମିଟେଡ ତଥା ହ୍ୟୁମାନ ୱେଲଫେୟାର କ୍ରେଡିଟ ଏବଂ ଥ୍ରୀଫ୍ଟ କୋଅପରେଟିଭ ସୋସାଇଟି ଏଲଟିଡିର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ପ୍ରତାପ କୁମାର ବିଶ୍ୱାଳଙ୍କୁ ପଶ୍ଚିମବଙ୍ଗର କୋଲକତାସ୍ଥିତ ନିୟୁ ଗରିଆ ଅଞ୍ଚଳରୁ ଗିରଫ କରିଛି। ଗିରଫ ପରେ ପ୍ରତାପଙ୍କୁ ପଶ୍ଚିମବଙ୍ଗର ଦକ୍ଷିଣ ଚବିଶ […]

ବାଲେଶ୍ୱର : ବାଲେଶ୍ୱର ସମେତ ଏହାର ଆଖପାଖ ଅଞ୍ଚଳରୁ ୧୫ କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଭୁବନେଶ୍ୱରସ୍ଥିତ ଅର୍ଥନୈତିକ ଅପରାଧ ଶାଖା ଅନ୍ୟତମ ଚିଟଫଣ୍ଡ ସଂସ୍ଥା ଏମ/ଏସ ମାସ ଇନଫ୍ରା ରିଏଲିଟି ଲିମିଟେଡ ତଥା ହ୍ୟୁମାନ ୱେଲଫେୟାର କ୍ରେଡିଟ ଏବଂ ଥ୍ରୀଫ୍ଟ କୋଅପରେଟିଭ ସୋସାଇଟି ଏଲଟିଡିର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ପ୍ରତାପ କୁମାର ବିଶ୍ୱାଳଙ୍କୁ ପଶ୍ଚିମବଙ୍ଗର କୋଲକତାସ୍ଥିତ ନିୟୁ ଗରିଆ ଅଞ୍ଚଳରୁ ଗିରଫ କରିଛି। ଗିରଫ ପରେ ପ୍ରତାପଙ୍କୁ ପଶ୍ଚିମବଙ୍ଗର ଦକ୍ଷିଣ ଚବିଶ ପ୍ରଗଣା ପ୍ରଥମ ଅତିରିକ୍ତ ଚିଫ୍‍ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଯିବା ସହ ବାଲେଶ୍ୱରକୁ ଟ୍ରାଞ୍ଜିଟ ରିମାଣ୍ଡରେ ଅଣାଯାଇ ଓପିଆଇଡି କୋର୍ଟରେ ହଜାର କରାଯାଇଛି।

ଆହୁରି ପଢ଼ନ୍ତୁ: ଭୀମଭୋଇ ମେଡିକାଲରେ ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ପରିବାରର ପକ୍ଷରୁ ତୀବ୍ର ଉତ୍ତେଜନା

ପ୍ରକାଶଯୋଗ୍ୟ ଯେ, ଇନଫ୍ରା ରିଏଲିଟି ଲିମିଟେଡ ସଂସ୍ଥା ୨୦୧୦ ମସିହାରେ କୋଲକତାର ଆରଓସିରେ ପଞ୍ଜିକୃତ ହୋଇଥିବା ବେଳେ ଦକ୍ଷିଣ ଚବିଶ ପ୍ରଗଣା ଜିଲ୍ଲାର ବାରାସତ ଥାନା ଅଞ୍ଚଳରେ ଏହାର କାର୍ଯ୍ୟାଳୟ ଖୋଲିଥିଲା। ତେବେ ୨୦୧୨ ମସିହାରେ ରାତାରାତି ଏହି ସଂସ୍ଥା ମଲ୍ଟି ଷ୍ଟେଟ କୋଅପରେଟିଭ ସୋସାଇଟି ଆକ୍ଟ ବଳରେ ପୁଣି ହ୍ୟୁମାନ ୱେଲଫେୟାର କ୍ରେଡିଟ ଏବଂ ଥ୍ରୀଫ୍ଟ କୋଅପରେଟିଭ ସୋସାଇଟିରେ ବଦଳିଗଲା। ଜମାକାରୀଙ୍କୁ ଅଧିକ ଲାଭର ଲୋଭ ଦେଖାଇ ସେମାନଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଥିଲା। ଏହାପରେ କୋଲକତା ସମେତ ଅନ୍ୟ ସମସ୍ତ କାର୍ଯ୍ୟାଳୟକୁ ବନ୍ଦ କରି ରାତାରାତି ଉଭାନ ହୋଇଯାଇଥିଲା।

ଆହୁରି ପଢ଼ନ୍ତୁ: କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ; କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ୍‌ କଟକଣା ଜାରି

ଏହି କମ୍ପାନୀର ଚିଟଫଣ୍ଡ କାରବାର ପଛରେ ପରିଚାଳନା ନିର୍ଦ୍ଦେଶକ ପ୍ରତାପ କୁମାର ବିଶ୍ୱାଳ ତଥା ଅନ୍ୟ ୬ ଜଣ ନିର୍ଦ୍ଦେଶକଙ୍କ ହାତ ରହିଛି ବୋଲି ବାଲେଶ୍ୱର ଜିଲ୍ଲା ସୋରର ସୁକଦେବ ହୋତା ନାମକ ଜଣେ ବ୍ୟକ୍ତି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ କରିଥିଲେ। ସେହି ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ୪୦୬/୪୨୦/୪୬୭/୪୬୮/୪୭୧/୧୨୦-ବି ଆଇପିସି ଦଫା ଲଗାଇ ୧୬/୩୦ା୮ା୨୦୧୯ ନମ୍ୱରର ଏକ ମାମଲା ରୁଜୁ କରିଥିଲା। ଗତ ରବିବାର ପ୍ରତାପଙ୍କୁ ଅର୍ଥନୈତିକ ଅପରାଧ ଶାଖା କୋଲକାତାରୁ ଗିରଫ କରିବାରେ ସଫଳ ହୋଇଥିବାବେଳେ ଅନ୍ୟ ୬ ଜଣ ନିର୍ଦ୍ଦେଶକ ଫେରାର ଅଛନ୍ତି। ଏହି ମାମଲାର ତଦନ୍ତ ଏବେ ଚାଲୁ ରହିଛି।

ଆହୁରି ପଢ଼ନ୍ତୁ: ନବୀନଙ୍କ ଅନୁମୋଦନ: ନଭେମ୍ବର ୩୦ ଯାଏଁ ବଢ଼ିଲା ବିଜେଡିର ଜନ ସମ୍ପର୍କ ପଦଯାତ୍ରା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର