କାଳ ପାଲଟିଛି ପରକୀୟା ପ୍ରୀତି; ୫ ବର୍ଷରେ ନିଜ ସିନ୍ଦୂର ପୋଛିଛନ୍ତି ୭୮୫ ପତ୍ନୀ…

The Sakala Picture
Published On

ନୂଆଦିଲ୍ଲୀ: ପରକୀୟାପ୍ରୀତି କାଳ ପାଲଟି ଯାଉଛି। ପତ୍ନୀଙ୍କ ଅବୈଧ ସମ୍ପର୍କ ଲାଗି ଅନେକ ସ୍ବାମୀଙ୍କ ଜୀବନ ଯାଉଛି। ରାଜା ରଘୁବଂଶୀ ହୁଅନ୍ତୁ ଅବା ମିରଠର ସୌରଭ ରାଜପୁତ କିମ୍ବା ଭିୱାନୀର ପ୍ରବୀଣ ହତ୍ୟାକାଣ୍ଡ ସବୁଥିରେ ପତ୍ନୀ ଏବଂ ତାଙ୍କ ପ୍ରେମିକଙ୍କ ହାତ ରହିଛି। ପରକୀୟାପ୍ରୀତି ପାଇଁ ସମାଜ, ସଂସ୍କୃତି ଏବଂ ସଂସ୍କାରକୁ ବି ଦେଖୁ ନାହାନ୍ତି। ପ୍ରେମ ପାଇବା ପାଇଁ ଛଳ କରୁଛନ୍ତି। ମିଛ କହୁଛନ୍ତି। ଏପରିକି ଅନ୍ୟର ଜୀବନ ନେବାକୁ ମଧ୍ୟ ପଛାଉ ନାହାନ୍ତି। ଗତ […]

ନୂଆଦିଲ୍ଲୀ: ପରକୀୟାପ୍ରୀତି କାଳ ପାଲଟି ଯାଉଛି। ପତ୍ନୀଙ୍କ ଅବୈଧ ସମ୍ପର୍କ ଲାଗି ଅନେକ ସ୍ବାମୀଙ୍କ ଜୀବନ ଯାଉଛି। ରାଜା ରଘୁବଂଶୀ ହୁଅନ୍ତୁ ଅବା ମିରଠର ସୌରଭ ରାଜପୁତ କିମ୍ବା ଭିୱାନୀର ପ୍ରବୀଣ ହତ୍ୟାକାଣ୍ଡ ସବୁଥିରେ ପତ୍ନୀ ଏବଂ ତାଙ୍କ ପ୍ରେମିକଙ୍କ ହାତ ରହିଛି। ପରକୀୟାପ୍ରୀତି ପାଇଁ ସମାଜ, ସଂସ୍କୃତି ଏବଂ ସଂସ୍କାରକୁ ବି ଦେଖୁ ନାହାନ୍ତି। ପ୍ରେମ ପାଇବା ପାଇଁ ଛଳ କରୁଛନ୍ତି। ମିଛ କହୁଛନ୍ତି। ଏପରିକି ଅନ୍ୟର ଜୀବନ ନେବାକୁ ମଧ୍ୟ ପଛାଉ ନାହାନ୍ତି। ଗତ କିଛି ବର୍ଷ ହେଲା ଏଭଳି ମାମଲା ଅଧିକ ବୃଦ୍ଧି ପାଇଛି। କାହାର ବିବାହ ପୂର୍ବରୁ ତ ଆଉ କାହାର ବିବାହ ପରେ ପ୍ରେମ ହେଉଛି। ଏହାର ଫଳ ନିରୀହ ସ୍ବାମୀଙ୍କୁ ଭୋଗିବାକୁ ପଡୁଛି। ହାତ ଧରି ଘରକୁ ଆଣିଥିବା ପତ୍ନୀ ହିଁ ସ୍ବାମୀ ପାଇଁ କାଳ ପାଲଟି ଯାଉଛି। କେଉଁଠି ନୀଳ ଡ୍ରମରେ ମୃତଦେହ ମିଳୁଛି ତ ଆଉ କେଉଁଠି ହତ୍ୟାକରି ନାଳରେ ଫୋପାଡ଼ି ଦିଆଯାଉଛି। ଏଭଳି ଅନେକ ମାମଲା ଦେଶରେ ଚର୍ଚ୍ଚାରେ ରହିଛି।

ଆହୁରି ପଢ଼ନ୍ତୁ: ପୀଡିତା ସମସ୍ତ ପ୍ରମାଣ ଦେଇସାରିଥିଲେ ମଧ୍ୟ ଖଣ୍ଡପଡ଼ା ଏସ୍‌ଡିପିଓ ଗିରଫ ହେଉନାହାନ୍ତି କାହିଁକି: ବିଜେଡି

କ୍ରାଇମ ଡାଟା ଏବଂ ରିପୋର୍ଟ ଅନୁଯାୟୀ ଗତ ୫ ବର୍ଷରେ ଦେଶର ୫ ରାଜ୍ୟରେ ୭୮୫ ପତ୍ନୀ ନିଜେ ନିଜ ସିନ୍ଦୂର ପୋଛିଛନ୍ତି। ପରକୀୟାପ୍ରୀତି ପାଇଁ ସ୍ବାମୀଙ୍କୁ ମାରି ଦିଆଯାଇଛି। ଏହି ରାଜ୍ୟ ମଧ୍ୟରେ ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ବିହାର, ରାଜସ୍ଥାନ ଏବଂ ମହାରାଷ୍ଟ୍ର ସାମିଲ ରହିଛି। ସେହିପରି ଦେଶରେ ବର୍ଷକୁ ୨୭୫ ସ୍ବାମୀଙ୍କୁ ହତ୍ୟା କରାଯାଉଛି। ଏହି ତଥ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ମହିଳା କାହିଁକି ଚାହୁଁଛନ୍ତି ବୋଲି ପ୍ରଶ୍ନ ଉଠୁଛି।

ଆହୁରି ପଢ଼ନ୍ତୁ: ବ୍ୟବସାୟୀଙ୍କୁ ଅପହରଣ କରି ୨ କୋଟି ଦାବି କଲେ ଦୁବୃର୍ତ୍ତ, ପରିବାର ପୁଲିସର ଦ୍ୱାରସ୍ଥ ହେବାରୁ ମାରି ଜଙ୍ଗଲରେ ଫିଙ୍ଗିଦେଲେ

ରିପୋର୍ଟ ଅନୁଯାୟୀ, ସ୍ବାମୀଙ୍କ ହତ୍ୟାରେ ୟୁପି ଆଗରେ ରହିଛି। ଏଠାରେ ୨୦୨୦ରେ ୨୦ ଜଣ, ୨୦୨୧ରେ ୫୨ ଜଣ, ୨୦୨୨ରେ ୬୦ ଜଣ, ୨୦୨୩ରେ ୫୫ ଜଣ ଏବଂ ୨୦୨୪ରେ ୬୨ ଜଣ ସ୍ବାମୀଙ୍କୁ ହତ୍ୟା କରାଯାଇଥିଲା। ଏହି କ୍ରମରେ ବିହାରରେ ୩୦ ଜଣ, ୩୫ ଜଣ , ୪୦ ଜଣ, ୩୯ ଜଣ ଏବଂ ୪୨ ଜଣ ସ୍ବାମୀଙ୍କୁ ମାରି ଦିଆଯାଇଥିଲା। ସେହିପରି ରାଜସ୍ଥାନରେ ଗତ ୫ ବର୍ଷରେ ୨୦ ଜଣ, ୨୫ ଜଣ, ୨୮ଜଣ, ୩୦ ଜଣ, ୩୫ ଜଣ, ମହାରାଷ୍ଟ୍ରରେ ୧୫ଜଣ, ୧୮ ଜଣ, ୨୦ ଜଣ, ୨୨ ଜଣ ଏବଂ ୨୫ ଜଣ, ମଧ୍ୟପ୍ରଦେଶରେ ୧୨ ଜଣ, ୧୫ ଜଣ, ୧୮ ଜଣ, ୨୦ ଜଣ ଏବଂ ୨୨ ଜଣ ସ୍ବାମୀଙ୍କୁ ହତ୍ୟା କରାଯାଇଥିଲା। ୨୦୨୨ର ଏନ୍‌ସିଆରବି ରିପୋର୍ଟ ଅନୁଯାୟୀ ହତ୍ୟାରେ ପ୍ରେମ ବ୍ୟାପାର ତୃତୀୟ ବଡ଼ କାରଣ ହୋଇଛି। ଏକ ଯାଞ୍ଚରୁ ଜଣାପଡ଼ିଛି ଯେ ଭାରତରେ ପ୍ରତି ବର୍ଷ ୨୭୫ ସ୍ବାମୀଙ୍କୁ ସ୍ତ୍ରୀ ହତ୍ୟା କରୁଛନ୍ତି। ବ୍ରିଟିଶ ମେଡିକାଲ ଜର୍ଣ୍ଣାଲ ‘ଦ ଲାନସେଟ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ମହିଳାଙ୍କ ସମ୍ବନ୍ଧିତ ୬୦ ପ୍ରତିଶତ ହତ୍ୟା ପଛରେ ତାଙ୍କର ବର୍ତ୍ତମାନ କିମ୍ବା ପୂର୍ବତନ ପ୍ରେମିକର ହାତ ରହିଛି। ଦେଶରେ ୧୦ରୁ ଗୋଟିଏ ହତ୍ୟା ପଛରେ ପ୍ରେମିକ, ପତି କିମ୍ବା ପତ୍ନୀ ଦ୍ବାରା କରାଯାଇଥାଏ। ୨୦୧୦ରୁ ୧୦୧୪ ମଧ୍ୟରେ ପ୍ରେମ ସମ୍ବନ୍ଧ ଏବଂ ସମ୍ପର୍କ ସମ୍ବନ୍ଧିତ ହତ୍ୟାର ଅନୁପାତ ୭ରୁ ୮ ପ୍ରତିଶତ ମଧ୍ୟରେ ଥିଲା। ମାତ୍ର ୨୦୧୫ରୁ ୨୦୨୨ ମଧ୍ୟରେ ଏହା ୧୦ରୁ ୧୧ ପ୍ରତିଶତରେ ପହଞ୍ଚି ଯାଇଛି।

ଆହୁରି ପଢ଼ନ୍ତୁ: ମହାନଦୀ ଜଳ ବିବାଦ: ଟ୍ରିବ୍ୟୁନାଲଙ୍କ କଡ଼ା ଆଭିମୁଖ୍ୟ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସସ୍ମିତ ପାତ୍ରଙ୍କ ଚିଠି

16 Jun 2025 By The Sakala

କାଳ ପାଲଟିଛି ପରକୀୟା ପ୍ରୀତି; ୫ ବର୍ଷରେ ନିଜ ସିନ୍ଦୂର ପୋଛିଛନ୍ତି ୭୮୫ ପତ୍ନୀ…

ନୂଆଦିଲ୍ଲୀ: ପରକୀୟାପ୍ରୀତି କାଳ ପାଲଟି ଯାଉଛି। ପତ୍ନୀଙ୍କ ଅବୈଧ ସମ୍ପର୍କ ଲାଗି ଅନେକ ସ୍ବାମୀଙ୍କ ଜୀବନ ଯାଉଛି। ରାଜା ରଘୁବଂଶୀ ହୁଅନ୍ତୁ ଅବା ମିରଠର ସୌରଭ ରାଜପୁତ କିମ୍ବା ଭିୱାନୀର ପ୍ରବୀଣ ହତ୍ୟାକାଣ୍ଡ ସବୁଥିରେ ପତ୍ନୀ ଏବଂ ତାଙ୍କ ପ୍ରେମିକଙ୍କ ହାତ ରହିଛି। ପରକୀୟାପ୍ରୀତି ପାଇଁ ସମାଜ, ସଂସ୍କୃତି ଏବଂ ସଂସ୍କାରକୁ ବି ଦେଖୁ ନାହାନ୍ତି। ପ୍ରେମ ପାଇବା ପାଇଁ ଛଳ କରୁଛନ୍ତି। ମିଛ କହୁଛନ୍ତି। ଏପରିକି ଅନ୍ୟର ଜୀବନ ନେବାକୁ ମଧ୍ୟ ପଛାଉ ନାହାନ୍ତି। ଗତ କିଛି ବର୍ଷ ହେଲା ଏଭଳି ମାମଲା ଅଧିକ ବୃଦ୍ଧି ପାଇଛି। କାହାର ବିବାହ ପୂର୍ବରୁ ତ ଆଉ କାହାର ବିବାହ ପରେ ପ୍ରେମ ହେଉଛି। ଏହାର ଫଳ ନିରୀହ ସ୍ବାମୀଙ୍କୁ ଭୋଗିବାକୁ ପଡୁଛି। ହାତ ଧରି ଘରକୁ ଆଣିଥିବା ପତ୍ନୀ ହିଁ ସ୍ବାମୀ ପାଇଁ କାଳ ପାଲଟି ଯାଉଛି। କେଉଁଠି ନୀଳ ଡ୍ରମରେ ମୃତଦେହ ମିଳୁଛି ତ ଆଉ କେଉଁଠି ହତ୍ୟାକରି ନାଳରେ ଫୋପାଡ଼ି ଦିଆଯାଉଛି। ଏଭଳି ଅନେକ ମାମଲା ଦେଶରେ ଚର୍ଚ୍ଚାରେ ରହିଛି।

କ୍ରାଇମ ଡାଟା ଏବଂ ରିପୋର୍ଟ ଅନୁଯାୟୀ ଗତ ୫ ବର୍ଷରେ ଦେଶର ୫ ରାଜ୍ୟରେ ୭୮୫ ପତ୍ନୀ ନିଜେ ନିଜ ସିନ୍ଦୂର ପୋଛିଛନ୍ତି। ପରକୀୟାପ୍ରୀତି ପାଇଁ ସ୍ବାମୀଙ୍କୁ ମାରି ଦିଆଯାଇଛି। ଏହି ରାଜ୍ୟ ମଧ୍ୟରେ ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ବିହାର, ରାଜସ୍ଥାନ ଏବଂ ମହାରାଷ୍ଟ୍ର ସାମିଲ ରହିଛି। ସେହିପରି ଦେଶରେ ବର୍ଷକୁ ୨୭୫ ସ୍ବାମୀଙ୍କୁ ହତ୍ୟା କରାଯାଉଛି। ଏହି ତଥ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ମହିଳା କାହିଁକି ଚାହୁଁଛନ୍ତି ବୋଲି ପ୍ରଶ୍ନ ଉଠୁଛି।

ରିପୋର୍ଟ ଅନୁଯାୟୀ, ସ୍ବାମୀଙ୍କ ହତ୍ୟାରେ ୟୁପି ଆଗରେ ରହିଛି। ଏଠାରେ ୨୦୨୦ରେ ୨୦ ଜଣ, ୨୦୨୧ରେ ୫୨ ଜଣ, ୨୦୨୨ରେ ୬୦ ଜଣ, ୨୦୨୩ରେ ୫୫ ଜଣ ଏବଂ ୨୦୨୪ରେ ୬୨ ଜଣ ସ୍ବାମୀଙ୍କୁ ହତ୍ୟା କରାଯାଇଥିଲା। ଏହି କ୍ରମରେ ବିହାରରେ ୩୦ ଜଣ, ୩୫ ଜଣ , ୪୦ ଜଣ, ୩୯ ଜଣ ଏବଂ ୪୨ ଜଣ ସ୍ବାମୀଙ୍କୁ ମାରି ଦିଆଯାଇଥିଲା। ସେହିପରି ରାଜସ୍ଥାନରେ ଗତ ୫ ବର୍ଷରେ ୨୦ ଜଣ, ୨୫ ଜଣ, ୨୮ଜଣ, ୩୦ ଜଣ, ୩୫ ଜଣ, ମହାରାଷ୍ଟ୍ରରେ ୧୫ଜଣ, ୧୮ ଜଣ, ୨୦ ଜଣ, ୨୨ ଜଣ ଏବଂ ୨୫ ଜଣ, ମଧ୍ୟପ୍ରଦେଶରେ ୧୨ ଜଣ, ୧୫ ଜଣ, ୧୮ ଜଣ, ୨୦ ଜଣ ଏବଂ ୨୨ ଜଣ ସ୍ବାମୀଙ୍କୁ ହତ୍ୟା କରାଯାଇଥିଲା। ୨୦୨୨ର ଏନ୍‌ସିଆରବି ରିପୋର୍ଟ ଅନୁଯାୟୀ ହତ୍ୟାରେ ପ୍ରେମ ବ୍ୟାପାର ତୃତୀୟ ବଡ଼ କାରଣ ହୋଇଛି। ଏକ ଯାଞ୍ଚରୁ ଜଣାପଡ଼ିଛି ଯେ ଭାରତରେ ପ୍ରତି ବର୍ଷ ୨୭୫ ସ୍ବାମୀଙ୍କୁ ସ୍ତ୍ରୀ ହତ୍ୟା କରୁଛନ୍ତି। ବ୍ରିଟିଶ ମେଡିକାଲ ଜର୍ଣ୍ଣାଲ ‘ଦ ଲାନସେଟ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ମହିଳାଙ୍କ ସମ୍ବନ୍ଧିତ ୬୦ ପ୍ରତିଶତ ହତ୍ୟା ପଛରେ ତାଙ୍କର ବର୍ତ୍ତମାନ କିମ୍ବା ପୂର୍ବତନ ପ୍ରେମିକର ହାତ ରହିଛି। ଦେଶରେ ୧୦ରୁ ଗୋଟିଏ ହତ୍ୟା ପଛରେ ପ୍ରେମିକ, ପତି କିମ୍ବା ପତ୍ନୀ ଦ୍ବାରା କରାଯାଇଥାଏ। ୨୦୧୦ରୁ ୧୦୧୪ ମଧ୍ୟରେ ପ୍ରେମ ସମ୍ବନ୍ଧ ଏବଂ ସମ୍ପର୍କ ସମ୍ବନ୍ଧିତ ହତ୍ୟାର ଅନୁପାତ ୭ରୁ ୮ ପ୍ରତିଶତ ମଧ୍ୟରେ ଥିଲା। ମାତ୍ର ୨୦୧୫ରୁ ୨୦୨୨ ମଧ୍ୟରେ ଏହା ୧୦ରୁ ୧୧ ପ୍ରତିଶତରେ ପହଞ୍ଚି ଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର