ଦୁଇ ଦିନ ପରେ ଫେରିବ ତାତି, ରାଜ୍ୟରେ ଅନୁଭବ ହେବ ଅସମ୍ଭାଳ ତାତି ସହ ଗୁଳୁଗୁଳି…

The Sakala Picture
Published On

ଭୁବନେଶ୍ୱର: କାଳବୈଶାଖୀ ବର୍ଷା ପରେ ଆଗକୁ ବଢ଼ିବ ଖରାର ପ୍ରକୋପ। ପୁଣି ରାଜ୍ୟରେ ଅନୁଭବ ହେବ ଅସମ୍ଭାଳ ତାତି ସହ ଗୁଳୁଗୁଳି। ୩ଦିନ ପରେ ରାଜ୍ୟରେ ଉପରମୁହାଁ ହେବ ତାପମାତ୍ରା। ଫଳରେ ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଉପରେ ରହିବ। ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ବଢ଼ିବ। ଏମିତିକି, ୮ ଓ ୯ ତାରିଖରେ ଉପକୂଳର ୧୧ ଜିଲ୍ଲାରେ ଉଷ୍ମ ଓ ଆର୍ଦ୍ର ସ୍ଥିତି ସୃଷ୍ଟି ହେବାର ସମ୍ଭାବନା […]

ଭୁବନେଶ୍ୱର: କାଳବୈଶାଖୀ ବର୍ଷା ପରେ ଆଗକୁ ବଢ଼ିବ ଖରାର ପ୍ରକୋପ। ପୁଣି ରାଜ୍ୟରେ ଅନୁଭବ ହେବ ଅସମ୍ଭାଳ ତାତି ସହ ଗୁଳୁଗୁଳି। ୩ଦିନ ପରେ ରାଜ୍ୟରେ ଉପରମୁହାଁ ହେବ ତାପମାତ୍ରା। ଫଳରେ ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଉପରେ ରହିବ। ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ବଢ଼ିବ। ଏମିତିକି, ୮ ଓ ୯ ତାରିଖରେ ଉପକୂଳର ୧୧ ଜିଲ୍ଲାରେ ଉଷ୍ମ ଓ ଆର୍ଦ୍ର ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ୟେଲୋୱାର୍ଣ୍ଣିଂ ଜାରି କରିଛି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ରାଜ୍ୟରେ ଆହୁରି ୪୮ ଘଣ୍ଟା ଯାଏଁ କାଳବୈଶାଖୀ ବର୍ଷା ସହ ବିଜୁଳି ଘଡ଼ଘଡ଼ି ସ୍ଥିତି ଜାରି ରହିବ। ମଙ୍ଗଳବାର କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ବର୍ଷା ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକରେ ପବନର ବେଗ ମଧ୍ୟ ୪୦ରୁ ୫୦ କିମି ବେଗରେ ବହିବା ନେଇ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକୁ ୟେଲୋୱାର୍ଣ୍ଣିଂ ଜାରି କରିଛି।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ସେହିପରି ଉପକୂଳ ଓଡ଼ିଶା ଓ ଏହାର ପାଖାପାଖି ୧୬ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ସୁନ୍ଦରଗଡ଼, ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ବିଜୁଳି ଘଡ଼ଘଡ଼ିି ସହ ବର୍ଷା ହେବ। ସେହିପରି ପବନର ବେଗ ୩୦ରୁ ୪୦କିମି ବେଗରେ ରହିବାର ସମ୍ଭାବନା ରହିଛି। ତେବେ ୭ ତାରିଖରୁ ବର୍ଷା କିମ୍ୱା ବିଜୁଳି ଘଡ଼ଘଡ଼ି ପାଇଁ ୱାର୍ଣ୍ଣିଂ ନଥିଲେ ମଧ୍ୟ ଅନେକ ସ୍ଥାନରେ କାଁ ଭାଁ ବର୍ଷା ଲାଗି ରହିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ନୟାଗଡ଼ର ରୁଖି ପାହାଡ଼ରେ ଫସିଗଲେ କଲେଜ ଛାତ୍ର, ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସୁରକ୍ଷିତ ଉଦ୍ଧାର

୭ ତାରିଖରେ ଦକ୍ଷିଣ ଓଡ଼ିଶାର ଗଜପତି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ବର୍ଷା ରହିବ। ସେହିପରି ୮ ତାରିଖରେ ଗଜପତି, ଗଞ୍ଜାମ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ବର୍ଷା ହେବ। ଏହିଭଳି ଆସନ୍ତା ୧୧ ତାରିଖ ଯାଏ ବର୍ଷା ସମ୍ଭାବନା ରହିଛି ବୋଲି ବିଭାଗ ପୂର୍ବାନୁମାନ କରିଛି।

ତେବେ ୭ ତାରିଖରୁ ବର୍ଷାର ପରିମାଣ କମ ରହିବା ସହ ତାତି ବଢ଼ିବ। ୮ ଓ ୯ ତାରିଖରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ମୁଖ୍ୟତଃ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ଏହାକୁ ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର