୭୬ ବ୍ଲକ୍‌ରେ ହେବ ‘ମିଲେଟ୍‍ ଟିଫିନ୍‍ ସେଣ୍ଟର’ ; ଏସ୍‍ଏଚ୍‍ଜିଙ୍କ ହାତରେ ଟିଫିନ୍‍ ସେଣ୍ଟରର ଦାୟିତ୍ୱ

The Sakala Picture
Published On

ଭୁବନେଶ୍ୱର: ମିଲେଟ ଉତ୍ପାଦିତ ହେଉଥିବା ଜିଲ୍ଲାଗୁଡ଼ିକରେ ଖୋଲିବ ମିଲେଟ ଟିଫିନ ସେଣ୍ଟର। ମିଲେଟ ମିଶନ ପକ୍ଷରୁ ଆରମ୍ଭ ଏହି ଅଭିଯାନରେ ମିଶନ ଶକ୍ତିକୁ ଯୋଡ଼ାଯାଇ ହଜାର ହଜାର ମହିଳାଙ୍କୁ ସ୍ବାବଲମ୍ବୀ କରାଯିବ। ଉଭୟ ସହର ଓ ଗ୍ରାମୀଣ ଅଞ୍ଚଳର ଏହି ସ୍ବତନ୍ତ୍ର ଟିଫିନ ସେଣ୍ଟର ଦାୟିତ୍ବରେ ଏସ୍‌ଏଚ୍‌ଜି ରହିବେ। ପ୍ରାଥମିକ ପର୍ଯ୍ୟାୟରେ ମାଲକାନଗିରି, ବଲାଙ୍ଗିର ଓ ମୟୁରଭଞ୍ଜ ଜିଲ୍ଲାରେ ମହିଳା ଏସ୍‍ଏଚ୍‍ଜିଙ୍କ ଦ୍ୱାରା ଏହି ‘ମିଲେଟ୍‍ ଟିଫିନ୍‍ ସେଣ୍ଟର’ ଆରମ୍ଭ ହୋଇସାରିଛି। ବର୍ତ୍ତମାନ ସୁଦ୍ଧା ଏସ୍‍ଏଚ୍‍ଜିଙ୍କ ଦ୍ୱାରା […]

ଭୁବନେଶ୍ୱର: ମିଲେଟ ଉତ୍ପାଦିତ ହେଉଥିବା ଜିଲ୍ଲାଗୁଡ଼ିକରେ ଖୋଲିବ ମିଲେଟ ଟିଫିନ ସେଣ୍ଟର। ମିଲେଟ ମିଶନ ପକ୍ଷରୁ ଆରମ୍ଭ ଏହି ଅଭିଯାନରେ ମିଶନ ଶକ୍ତିକୁ ଯୋଡ଼ାଯାଇ ହଜାର ହଜାର ମହିଳାଙ୍କୁ ସ୍ବାବଲମ୍ବୀ କରାଯିବ। ଉଭୟ ସହର ଓ ଗ୍ରାମୀଣ ଅଞ୍ଚଳର ଏହି ସ୍ବତନ୍ତ୍ର ଟିଫିନ ସେଣ୍ଟର ଦାୟିତ୍ବରେ ଏସ୍‌ଏଚ୍‌ଜି ରହିବେ। ପ୍ରାଥମିକ ପର୍ଯ୍ୟାୟରେ ମାଲକାନଗିରି, ବଲାଙ୍ଗିର ଓ ମୟୁରଭଞ୍ଜ ଜିଲ୍ଲାରେ ମହିଳା ଏସ୍‍ଏଚ୍‍ଜିଙ୍କ ଦ୍ୱାରା ଏହି ‘ମିଲେଟ୍‍ ଟିଫିନ୍‍ ସେଣ୍ଟର’ ଆରମ୍ଭ ହୋଇସାରିଛି। ବର୍ତ୍ତମାନ ସୁଦ୍ଧା ଏସ୍‍ଏଚ୍‍ଜିଙ୍କ ଦ୍ୱାରା ୬ଟି ଟିଫିନ୍‍ ସେଣ୍ଟରରେ ମିଲେଟ୍‍ ଜାତୀୟ ଜଳଖିଆ ପ୍ରସ୍ତୁତ କରାଯାଇ ବିକ୍ରି କରାଯାଉଛି।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ପ୍ରଥମେ ମାଲକାନଗିରି ଜିଲ୍ଲାରେ ମା ସନ୍ତୋଷୀ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଗତବର୍ଷ ଅକ୍ଟୋବରରେ ଆରମ୍ଭ ହୋଇଥିବା ‘ମିଲେଟ୍‍ ଟିଫିନ୍‍ ସେଣ୍ଟର’ରେ ମାର୍ଚ୍ଚ ସୁଦ୍ଧା ୧ଲକ୍ଷ ଟଙ୍କାର ବ୍ୟବସାୟ ହୋଇଥିବା ସୂଚନା ମିଳିଛି। ମହାମାରୀ କରୋନା ଯୋଗୁଁ ମହିଳାଙ୍କ ଦ୍ୱାରା ପରିଚାଳିତ ଟିଫିନ୍‍ ସେଣ୍ଟର ଗୁଡିକ କିଛିଦିନ ପାଇଁ ବନ୍ଦ ଥିବାବେଳେ ପରବର୍ତ୍ତୀ ସମୟରେ ପୁଣିଥରେ ଆରମ୍ଭ ହେବା ନେଇ ଯୋଜନା ରହିଛି। ରାଜ୍ୟ ସରକାରଙ୍କ ଯୋଜନା ଅନୁଯାୟୀ ଏଥିପାଇଁ ଗୋଷ୍ଠୀର ମହିଳାମାନଙ୍କୁ ଟିଫିନ୍‍ ସେଣ୍ଟର ଖୋଲିବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୩୦ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଉଛି। ସେହି ଟଙ୍କାରେ ଟିଫିନ୍‍ ସେଣ୍ଟର ପାଇଁ ଆବଶ୍ୟକୀୟ ସାମଗ୍ରୀ କିଣିବା ସହ କଞ୍ଚାମାଲ ଯୋଗାଇ ଦିଆଯାଉଛି। ଏଥିପାଇଁ ମହିଳା ଏସ୍‍ଏଚ୍‍ଜିମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି। ଏହି ମିଲେଟ୍‍ ଟିଫିନ୍‍ ସେଣ୍ଟରରେ ରାଗି, ସୁଆଁ ଓ କାଙ୍ଗୁରେ ପ୍ରସ୍ତୁତ ଚକୁଳି, ଏଣ୍ଡୁରି ପିଠା, ଇଡ୍‍ଲି, ବରା, ଆଳୁଚପ୍‍, ରାଗି ଚିକେନ୍‍ ପକୋଡା, ଜିଲାପି, କାକରା ପିଠା, ରାଗି ସୁପ୍‍, ଖିରି ଆଦିକୁ ସକାଳେ ଏବଂ ସନ୍ଧ୍ୟା ସମୟରେ ଟିଫିନ୍‍ ପ୍ରସ୍ତୁତ କରି ଦିଆଯାଉଛି। ଏହାସହିତ ସେହି ତାଲିକାରେ ଶୁଖିଲା ଖାଦ୍ୟଭାବେ ମିଲେଟ୍‍ରେ ପ୍ରସ୍ତୁତ ମିକ୍ସଚର, ମୁଡ଼୍‍କି, ଲଡ଼ୁ ଓ ବିସ୍କୁଟ ଆଦି ରହିଛି। ମଧ୍ୟାହ୍ନ ଭୋଜନ ପାଇଁ କାଙ୍ଗୁ, ସୁଆଁ ନିରାମିଷ ଓ ଚିକେନ୍‍ ବିରିୟାନୀ ରହିଛି।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ଘରୋଇ ଦେଶୀ ପଦ୍ଧତିରେ ରାଜ୍ୟବାସୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ମିଲେଟ୍‍ ମିଶନ୍‍ ପକ୍ଷରୁ ଖାଦ୍ୟ ବିକ୍ରି କରାଯାଇ ମହିଳାମାନଙ୍କୁ ରୋଜଗାରର ବାଟ ଦେଖାଇବା ମୂଳ ଉଦ୍ଦେଶ୍ୟ। ସେହିପରି ନୂଆପଡ଼ା ଜିଲ୍ଲାରେ ମିଲେଟ୍‍ କିଓସ୍କ ଟିଫିନ୍‍ ସେଣ୍ଟର ପାଇଁ ୯ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମିଶନ ଶକ୍ତି ପକ୍ଷରୁ ଚୟନ କରାଯାଇଛି। ଆସନ୍ତା ଅଗଷ୍ଟରେ ନୂଆପଡ଼ା ଜିଲ୍ଲାରେ ସେମାନଙ୍କ ଦ୍ୱାରା ଏହି ଟିଫିନ୍‍ ସେଣ୍ଟର ଆରମ୍ଭ କରାଯିବ ବୋଲି ଓଡ଼ିଶା ମିଲେଟ୍‍ ମିଶନ୍‍ର ନୂଆପଡ଼ା ଜିଲ୍ଲା ପ୍ରକଳ୍ପ ଅଧିକାରୀ ଟିକେଶ୍ୱର ବେହେରା ସୂଚନା ଦେଇଛନ୍ତି। ଏହାସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ‘ମିଲେଟ୍‍ କାଫେ’ କରାଯାଇ ମହିଳା ଏସ୍‍ଏଚ୍‍ଜିଙ୍କୁ ସ୍ୱାବଲମ୍ବୀ କରାଯିବା ନେଇ ଯୋଜନା ରହିଥିବାବେଳେ କରୋନା ପରିସ୍ଥିତିରେ ସୁଧାର ଆସିବା ପରେ ଏହାକୁ ତ୍ୱରାନ୍ୱିତ କରାଯିବ। ମାଣ୍ଡିଆ ଜାତୀୟ ଶସ୍ୟର ପ୍ରଚାର ପ୍ରସାର ପାଇଁ ଚାଷୀଙ୍କ ଉନ୍ନତି ପାଇଁ ୨୦୧୭ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଓଡ଼ିଶା ମିଲେଟ୍‍ ମିଶନ୍‍’ ଆରମ୍ଭ ହୋଇଥିଲା।

ଆହୁରି ପଢ଼ନ୍ତୁ: ନୟାଗଡ଼ର ରୁଖି ପାହାଡ଼ରେ ଫସିଗଲେ କଲେଜ ଛାତ୍ର, ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସୁରକ୍ଷିତ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର