ଏମ୍‌ସ ଭୁବନେଶ୍ୱରରେ ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣ ସୁବିଧା ଆରମ୍ଭ

The Sakala Picture
Published On

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଅତ୍ୟାଧୁନିକ ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣ ବ୍ୟବସ୍ଥା। ଏହି ସୁବିଧା ପ୍ରଚଳନ ସହିତ ଏମ୍‌ସ ଭୁବନେଶ୍ବର ଓଡ଼ିଶା ସମେତ ସମ୍ପୂର୍ଣ୍ଣ ପୂର୍ବଭାରତରେ ପ୍ରଥମ ସରକାରୀ ପ୍ରତିଷ୍ଠାନ ହେବାର ଗୌରବ ଲାଭ କରିଛି। ଏଥିସହିତ ପ୍ରଯୁକ୍ତିବିଦ୍ୟା ସହିତ ଚିକିତ୍ସା ବିଜ୍ଞାନର ସମ୍ମୀଶ୍ରଣ କରି ଉନ୍ନତ ଚିକିତ୍ସା ସେବା ପ୍ରଦାନ କ୍ଷେତ୍ରରେ ଆଉ ଏକ ଲପଲବ୍ଧି ହାସଲ କରିଛି ଏହି ଜାତୀୟ ଅନୁଷ୍ଠାନ। ଏମ୍‌ସ ଭୁବନେଶ୍ବର ଅର୍ଥୋପେଡିକ୍‌ସ ବିଭାଗ ପକ୍ଷରୁ ପଶ୍ଚିମବଙ୍ଗର ଜଣେ ୬୬ […]

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଅତ୍ୟାଧୁନିକ ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣ ବ୍ୟବସ୍ଥା। ଏହି ସୁବିଧା ପ୍ରଚଳନ ସହିତ ଏମ୍‌ସ ଭୁବନେଶ୍ବର ଓଡ଼ିଶା ସମେତ ସମ୍ପୂର୍ଣ୍ଣ ପୂର୍ବଭାରତରେ ପ୍ରଥମ ସରକାରୀ ପ୍ରତିଷ୍ଠାନ ହେବାର ଗୌରବ ଲାଭ କରିଛି। ଏଥିସହିତ ପ୍ରଯୁକ୍ତିବିଦ୍ୟା ସହିତ ଚିକିତ୍ସା ବିଜ୍ଞାନର ସମ୍ମୀଶ୍ରଣ କରି ଉନ୍ନତ ଚିକିତ୍ସା ସେବା ପ୍ରଦାନ କ୍ଷେତ୍ରରେ ଆଉ ଏକ ଲପଲବ୍ଧି ହାସଲ କରିଛି ଏହି ଜାତୀୟ ଅନୁଷ୍ଠାନ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ଏମ୍‌ସ ଭୁବନେଶ୍ବର ଅର୍ଥୋପେଡିକ୍‌ସ ବିଭାଗ ପକ୍ଷରୁ ପଶ୍ଚିମବଙ୍ଗର ଜଣେ ୬୬ ବର୍ଷୀୟା ମହିଳା ରୋଗୀଙ୍କର ପ୍ରଥମ ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣ ସଫଳତାର ସହିତ କରାଯାଇଛି। ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାଯୁକ୍ତ ରୋବଟିକ୍‌ ଆଣ୍ଠୁ ପ୍ରତିରୋପଣ ବେଶ୍‌ ସୁଗମ ଭାବରେ ସମ୍ପନ୍ନ ହୋଇଛି। ଅସ୍ତ୍ରୋପଚାର ପରେ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ମାତ୍ର ୪୮ ଘଣ୍ଟା ପରେ ସେ ସ୍ବାଭାବିକ ଭାବେ ଚଲାବୁଲା କରିପାରିବେ ବୋଲି ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ଓଡ଼ିଶା ତଥା ପୂର୍ବ ଭାରତରେ ପ୍ରଥମ ସରକାରୀ ପ୍ରତିଷ୍ଠାନ ଭାବେ ଏହି ପ୍ରକ୍ରିୟା ସମ୍ପାଦନରେ ସଫଳତା ପାଇଁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ୱାସ ସମ୍ପୂର୍ଣ୍ଣ ଅର୍ଥୋପେଡିକ୍ସ୍‌ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ବର୍ତ୍ତମାନ ସମୟରେ ରୋବୋଟିକ୍‌ ସର୍ଜରୀର ଗୁରୁତ୍ବ ସମୟର ଏକ ବଡ଼ ଆହ୍ବାନ। କିନ୍ତୁ ଘରୋଇ କ୍ଷେତ୍ରରେ ରୋବଟିକ୍‌ ଆଣ୍ଠୁ ପ୍ରତିରୋପଣ ବ୍ୟୟବହୁଳ ହୋଇଥିଲେ ମଧ୍ୟ ଏମ୍‌ସରେ ଏହା ସମାଜର ସମସ୍ତ ବର୍ଗଙ୍କ ପାଇଁ ଉନ୍ନତ ସ୍ୱାସ୍ଥ୍ୟସେବା ସେବାର ଉପଲବ୍ଧତାକୁ ସୁନିଶ୍ଚିତ କରି ରୋବୋ-ସହାୟିତ ଅସ୍ତ୍ରୋପଚାରଗୁଡ଼ିକୁ ସୁଗମ କରିଥିବା ଡ. ବିଶ୍ୱାସ କହିଛନ୍ତି।
ଆଣ୍ଠୁ ପ୍ରତିରୋପଣ ଅସ୍ତ୍ରୋପଚାର ସାଧାରଣତଃ “ଶତାବ୍ଦୀର ଅସ୍ତ୍ରୋପଚାର” ଭାବରେ ଜଣାଶୁଣା, ଯାହା ଦୁର୍ବଳ ଆଣ୍ଠୁ ଆର୍ଥ୍ରାଇଟିସ୍ ପୀଡ଼ିତ ରୋଗୀଙ୍କ ଜୀବନକୁ ପରିବର୍ତ୍ତନ କରିଛି। ବର୍ତ୍ତମାନ ସମୟରେ, ଆଣ୍ଠୁ ପ୍ରତିରୋପଣ ଅସ୍ତ୍ରୋପଚାର ଅନେକଙ୍କ ପାଇଁ ଆଶାର ନୂତନ ଆଲୋକ ପାଲଟିଛି।

ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣ ବ୍ୟବସ୍ଥା ସଠିକତାକୁ ସମ୍ପୂର୍ଣ୍ଣ ସୁନିଶ୍ଚିତ କରିଥାଏ। ଏହି ପ୍ରଯୁକ୍ତିବିଦ୍ୟା ମାନବ ତ୍ରୁଟିର ବିପଦକୁ କମ କରେ ଏବଂ ପ୍ରକୃତ-ସମୟ ମତାମତ ପ୍ରଦାନ କରି, ସର୍ଜନଙ୍କୁ ଜଟିଳ ପଦକ୍ଷେପଗୁଡ଼ିକୁ ଅଧିକ ସଠିକ୍ ଭାବରେ କାର୍ଯ୍ୟକାରୀ କରିବାକୁ ବ୍ୟାପକ ସୁଯୋଗ ପ୍ରଦାନ କରିଥାଏ। ଯାହାକି ଏପରି ଅସ୍ତ୍ରୋପଚାର ଫଳାଫଳକୁ ଉନ୍ନତ କରୁଥିବା ଅର୍ଥୋପେଡିକ୍ସ ବିଭାଗର ମୁଖ୍ୟ ଡ. ବିଷ୍ଣୁ ପ୍ରସାଦ ପାତ୍ର ପ୍ରକାଶ କରିଛନ୍ତି।

ଯୋଗ୍ୟ ରୋଗୀମାନଙ୍କୁ ମାଗଣା ଆଣ୍ଠୁ ପ୍ରତିରୋପଣ ଅସ୍ତ୍ରୋପଚାର ପ୍ରଦାନ କରୁଥିବା ଆୟୁଷ୍ମାନ ଭାରତ ଯୋଜନା ଜୀବନ ପରିବର୍ତ୍ତନକାରୀ ଚିକିତ୍ସାର ସୁବିଧାକୁ ଆହୁରି ବିସ୍ତାର କରିଛି। ଏମ୍‌ସରେ ପ୍ରଥମ ରୋବୋଟିକ୍‌ ଅସ୍ତ୍ରୋପଚାର ପ୍ରାୟ ୮୦ ମିନିଟ୍ ସମୟ ନେଇଥିଲା। ଆଗକୁ ଏହି ସମୟ ଆହୁରି କମିବ। ସେହିପରି ଖୁବ୍‌ଶୀଘ୍ର ଏମ୍‌ସରେ ରୋବୋଟିକ୍‌ ହିପ୍‌ ଅସ୍ତ୍ରୋପଚାର ସୁବିଧା ମଧ୍ୟ ଆରମ୍ଭ କରାଯିବ ବୋଲି ଡ. ପାତ୍ର ସୂଚନା ଦେଇଛନ୍ତି। ଏହି ପ୍ରଥମ ରୋବୋଟିକ୍‌ ଆଣ୍ଠୁ ପ୍ରତିରୋପଣ ଅସ୍ତ୍ରୋପଚାରରେ ଅର୍ଥୋପେଡିକ୍‌ସ ବିଭାଗର ଚିକିତ୍ସକଙ୍କ ସମେତ ଅନ୍ୟମାନେ ସାମିଲ୍‌ ଥିଲେ।

ଆଜି ଏନେଇ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ନିର୍ଦ୍ଦେଶକ ଡ. ବିଶ୍ୱାସଙ୍କ ସହିତ, ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ବିଭାଗୀୟ ମୁଖ୍ୟ ଡ. ପାତ୍ରଙ୍କ ସମେତ ଡ. ସୁଜିତ ତ୍ରିପାଠୀ, ଡ. ଗୁରୁଦୀପ ଦାସ, ଡ. ମେଗାନାଥ ଭି ପାୱାର ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।

ପାରମ୍ପରିକ ଆଣ୍ଠୁ ପ୍ରତିରୋପଣ ପ୍ରକ୍ରିୟାରେ ଜିଗ୍ସ ଏବଂ କଟିଂ ବ୍ଲକ ବ୍ୟବହାର ଅନ୍ତର୍ଭୁକ୍ତ ଥିଲା, ଯାହା ପ୍ରଭାବଶାଳୀ ହୋଇଥିଲେ ମଧ୍ୟ, ଗୁରୁତର ବିକୃତି, ପୂର୍ବ ଅସ୍ତ୍ରୋପଚାର କିମ୍ବା ଉନ୍ନତ ଆର୍ଥ୍ରାଇଟିସ୍ ଜଟିଳ କ୍ଷେତ୍ରରେ, ମାନବ ତ୍ରୁଟିର ସମ୍ଭାବନା ବହନ କରୁଥିଲା। ମାତ୍ର ରୋବୋଟିକ୍ ପ୍ରଯୁକ୍ତିବିଦ୍ୟା ଏହି ବ୍ୟବସ୍ଥାରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛି। ଏହା ସହିତ, ରୋବୋଟ୍ ନାଭିଗେସନ୍ ଏବଂ କୃତ୍ରିମ ବୁଦ୍ଧିମତ୍ତା ବ୍ୟବହାର କରି ସ୍ୱାଧୀନ ଭାବରେ କିଛି ପଦକ୍ଷେପ ନେଇପାରିବ, ସମଗ୍ର ଅସ୍ତ୍ରୋପଚାର ସମୟରେ ଉଚ୍ଚ ସ୍ତରର ସଠିକତା ଏବଂ ସ୍ଥିରତା ପ୍ରଦାନ କରିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର