ଆଦିମ ଅଧିବାସୀଙ୍କ ପାଇଁ ନବୀନଙ୍କ ଚିନ୍ତା: ମୁଖ୍ୟସ୍ରୋତକୁ ଆସିବେ ୬୬ ହଜାର ପରିବାର, ପାଞ୍ଚବର୍ଷ ଭିତରେ ପହଞ୍ଚିବ ସବୁ ବିକାଶ

The Sakala Picture
Published On

ଭୁବନେଶ୍ବର: ଯାହାର ଘର ନ ଥିବ, ତାଙ୍କୁ ଘର ଦିଆଯିବ। ବିଦ୍ୟୁତ୍‌ ସଂଯୋଗ ସହିତ ଦୁଆର ମୁହଁରେ ବିଶୁଦ୍ଧ ପିଇବା ପାଣି ବି। କେବଳ ସେତିକି ନୁହେଁ; ବିଧବା, ବାର୍ଦ୍ଧକ୍ୟ ବା ଭିନ୍ନକ୍ଷମ ଭତ୍ତା ପାଇବାକୁ ଥିଲେ, ଏହି ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ପ୍ରଦାନ କରାଯିବ। ସାଧାରଣ ଲୋକଟିଏ ଯେଉଁ ସୁବିଧାସୁଯୋଗ ପାଉଛନ୍ତି, ତାଙ୍କୁ ବି ସେମିତି ପ୍ରଦାନ କରିବେ ରାଜ୍ୟ ସରକାର। ଏସବୁ କୌଣସି ଧନୀକ ଶ୍ରେଣୀର ଲୋକଙ୍କ ପାଇଁ ନୁହେଁ କିମ୍ବା କୌଣସି ବସ୍ତିବାସିନ୍ଦା […]

ଭୁବନେଶ୍ବର: ଯାହାର ଘର ନ ଥିବ, ତାଙ୍କୁ ଘର ଦିଆଯିବ। ବିଦ୍ୟୁତ୍‌ ସଂଯୋଗ ସହିତ ଦୁଆର ମୁହଁରେ ବିଶୁଦ୍ଧ ପିଇବା ପାଣି ବି। କେବଳ ସେତିକି ନୁହେଁ; ବିଧବା, ବାର୍ଦ୍ଧକ୍ୟ ବା ଭିନ୍ନକ୍ଷମ ଭତ୍ତା ପାଇବାକୁ ଥିଲେ, ଏହି ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ପ୍ରଦାନ କରାଯିବ। ସାଧାରଣ ଲୋକଟିଏ ଯେଉଁ ସୁବିଧାସୁଯୋଗ ପାଉଛନ୍ତି, ତାଙ୍କୁ ବି ସେମିତି ପ୍ରଦାନ କରିବେ ରାଜ୍ୟ ସରକାର। ଏସବୁ କୌଣସି ଧନୀକ ଶ୍ରେଣୀର ଲୋକଙ୍କ ପାଇଁ ନୁହେଁ କିମ୍ବା କୌଣସି ବସ୍ତିବାସିନ୍ଦା ବା ପଛୁଆ ଅଞ୍ଚଳ ପାଇଁ କରାଯିବ ନାହିଁ; ବରଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ରାଜ୍ୟରେ ଥିବା ପ୍ରାୟ ୬୬ ହଜାର ପରିବାରର ଅଢ଼େଇ ଲକ୍ଷ ଆଦିମ ଅଧିବାସୀ (ପିଭିଟିଜି)ଙ୍କ ପାଇଁ ଏଭଳି ଏକ ମେଗା ଯୋଜନା କରାଯାଉଛି।

ଆହୁରି ପଢ଼ନ୍ତୁ: ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ୱସ୍ତି: ପିୟୁସିସି (PUCC) ନିୟମ ଉଲ୍ଲଂଘନ ପାଇଁ କମିଲା ଜରିମାନା

ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ଏ ସଂକ୍ରାନ୍ତରେ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଦଶଟି ବିଭାଗର ସଚିବ ଏକାଠି ହୋଇ ଏ ସଂକ୍ରାନ୍ତ ଖସଡ଼ା ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସର୍ବନିମ୍ନ ତିନିବର୍ଷ ମଧ୍ୟରେ ସବୁ ଆଦିମ ଅଧିବାସୀଙ୍କୁ ସରକାର ମୁଖ୍ୟସ୍ରୋତକୁ ଆଣିବା ଲାଗି ଏଭଳି ଯୋଜନା କରିଛନ୍ତି। ପାଞ୍ଚବର୍ଷ ମଧ୍ୟରେ ସବୁ କ୍ଷେତ୍ରରେ ପୂର୍ଣ୍ଣାଙ୍ଗ ବିକାଶ ଲାଗି ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ସଚିବମାନେ ତୁରନ୍ତ ଏ ସଂକ୍ରାନ୍ତରେ ନିଜ ନିଜ ବିଭାଗ ଲାଗି ନିର୍ଦ୍ଦିଷ୍ଟ ପ୍ରସ୍ତାବ କରି ସରକାରଙ୍କୁ ଦେବା ଲାଗି ନିର୍ଦେଶ ଦିଆଯାଇଛି। ବୈଠକରେ ପଞ୍ଚାୟତିରାଜ, ଶକ୍ତି, ବିଦ୍ୟାଳୟ ଓ ଗଣଶିକ୍ଷା, କୃଷି, ଅନୁସୂଚିତ ଜାତି ଓ ଜନଜାତି, ଜଙ୍ଗଲ ଓ ପରିବେଶ ତଥା ଜଳବାୟୁ ପରିବର୍ତ୍ତନ ଆଦି ବିଭାଗର ସଚିବ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ୬୬ ହଜାର ଆଦିମ ଅଧିବାସୀଙ୍କ ଜୀବନଚର୍ଯ୍ୟାରେ ଆଦୌ ହସ୍ତକ୍ଷେପ ନ କରି ସେମାନଙ୍କ ହାତପାଆନ୍ତାରେ ବିକାଶ ପହଞ୍ଚାଇବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ସଂପ୍ରତି ସେମାନଙ୍କ ଆଧାର କାର୍ଡକୁ ଆକାଉଣ୍ଟ ସଂଯୋଗ କରାଯାଉଛି। ମୁଖ୍ୟମନ୍ତ୍ରୀ ସେମାନଙ୍କ ଆକାଉଣ୍ଟକୁ ଅର୍ଥ ଦେବା ଆରମ୍ଭ କରିଛନ୍ତି। ଗତକାଲି ପଞ୍ଚାୟତିରାଜ ବିଭାଗକୁ କୁହାଯାଇଛି ଯେ ରାଜ୍ୟ ସରକାରଙ୍କ ଅନ୍ୟ ଯୋଜନାର ଆର୍ଥିକ ସହାୟତା ଯାହା ସେମାନଙ୍କ ଆକାଉଣ୍ଟ ଜରିଆରେ ହସ୍ତାନ୍ତର କରିହେବ, ସେ ନେଇ ଏକ ବିସ୍ତୃତ ତାଲିକା ପ୍ରସ୍ତୁତ କରି ସାମାଜିକ ସୁରକ୍ଷା ବିଭାଗକୁ ପ୍ରଦାନ କରିବେ।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

ସେହିଭଳି ଘର ନ ଥିବା ଲୋକମାନଙ୍କୁ ଚିହ୍ନଟ କରି ତୁରନ୍ତ ସେମାନଙ୍କ ତାଲିକା ଦେଲେ, ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ଖଣି ଅଞ୍ଚଳ ବିକାଶ ଲାଗି ଉଦ୍ଦିଷ୍ଟ କାର୍ଯ୍ୟକ୍ରମରେ ସେମାନଙ୍କ ପାଇଁ ଘର ନିର୍ମାଣ ଲାଗି ରାସ୍ତା ଖୋଲିବେ। ଯେଉଁସବୁ ସ୍ଥାନକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇପାରିବ, ତାହା ତୁରନ୍ତ କରିବାକୁ ଶକ୍ତି ବିଭାଗ ଦାୟିତ୍ବ ନେଇଛି। ଅନ୍ୟଥା ସୋଲାର ଲାଇଟ୍ (ସୌର ଆଲୋକ)ର ବ୍ୟବସ୍ଥା କରାଯିବ। ସେହିଭଳି ସମସ୍ତଙ୍କ ଘରକୁ ପାଇଖାନା, ପାଣି ଯୋଗାଣ କରିବା ଲାଗି ପଞ୍ଚାୟତିରାଜ ବିଭାଗ ଦାୟିତ୍ବ ନେଇଛି।

ସେହିପରି ଏହି ଅଧିବାସୀମାନଙ୍କର ରୋଜଗାର ନିଶ୍ଚିତ କରିବା ଲାଗି କୃଷି, ପଶୁସଂପଦ, ଅନୁସୂଚିତ ଜାତି ଏବଂ ଜନଜାତି ବିଭାଗକୁ କୁହାଯାଇଛି। ସମସ୍ତଙ୍କ ପାଖରେ ସରକାରଙ୍କ ଟଙ୍କିକିଆ ଚାଉଳ ପହଞ୍ଚୁନି କି ନାହିଁ, ଯେଉଁମାନେ ବାଦ୍ ପଡିଛନ୍ତି, ତାହା କିଭଳି ସେମାନଙ୍କ ନିକଟରେ ପହଞ୍ଚିବ, ତାହା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦେଖିବେ।

ତେବେ ପ୍ରଶାସନ ପାଖରେ ଯେଉଁ ପ୍ରସଙ୍ଗଟି ସବୁଠାରୁ ଚ୍ୟାଲେଞ୍ଜ ହୋଇଛି, ତାହା ହେଲା ଶିକ୍ଷା। କିଭଳି ଏହି ବର୍ଗକୁ ଶିକ୍ଷା କ୍ଷେତ୍ର ସହିତ ଯୋଡି ରଖାଯାଇପାରିବ, ସେ ନେଇ ଏକ ‘ବ୍ଲୁ ପ୍ରିଣ୍ଟ’ କରିବା ଲାଗି ବିଭାଗ ଦାୟିତ୍ବ ନେଇଛି। ଏସବୁ ପାଇଁ ଆବଶ୍ୟକ ସମସ୍ତ ଖର୍ଚ୍ଚ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ଓ ଅର୍ଥ ବିଭାଗ ସମ୍ମତି ଜଣାଇଥିବା ସୂଚନା ମିଳିଛି।

ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ସମ୍ବେଦନଶୀଳ ବର୍ଗ ଓଡ଼ିଶାର ଗୌରବ। ସେମାନଙ୍କ ପରମ୍ପରା, ସଂସ୍କୃତିକୁ ଶତ ପ୍ରତିଶତ ଅକ୍ଷତ ରଖାଯିବ। କିନ୍ତୁ ସମାନ୍ତରାଳ ଭାବେ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଟାଣିଆଣିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ୨୦୨୪ ସୁଦ୍ଧା ସେମାନଙ୍କର ବିକାଶକୁ ସରକାର ସୁନିଶ୍ଚିତ କରିବେ। ସେମାନଙ୍କ ଭାଷାରେ ପାଠପଢା ବହି ପ୍ରସ୍ତୁତ କରି କିଭଳି ତାଙ୍କୁ ଧରି ରଖିହେବ, ତାହା ଦେଖିବା କଥା। ସ୍କୁଲ ଖୋଲି ସେମାନଙ୍କୁ ତା’ ଭିତରକୁ ଆଣିବା ବିଦ୍ୟାଳୟ ଓ ଗଣଶିଭା ବିଭାଗ ପାଇଁ ଗୋଟିଏ ବଡ଼ ଆହ୍ବାନ ଅଟେ। ସେହିଭଳି ଏହି ବର୍ଗର ସ୍ବାସ୍ଥ୍ୟସେବା ପ୍ରତି ମଧ୍ୟ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର