ନିଳଗିରିରେ ଛତୁ ଫୁଟିଲା ପରି ଇଟାଭାଟି, ବିପଦରେ ଅଭୟାରଣ୍ୟ ଓ ସଂରକ୍ଷିତ ଜଙ୍ଗଲ

The Sakala Picture
Published On

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ନିଳଗିରି ତହସିଲ ଅଧିନସ୍ଥ ବିଭିନ୍ନ ଅଞ୍ଚଳରେ ପରିବେଶ ଆଇନକୁ ଉଲଙ୍ଘନ କରାଯାଇ ଛତୁ ଫୁଟିବା ପରି ଇଟାଭାଟି ଗଢି ଉଠିଥିବାରୁ ବିସ୍ତୃତ ଅଞ୍ଚଳରେ ମୃତ୍ତିକା କ୍ଷୟ ହେବା ସହ ଜଙ୍ଗଲ ସଫା ହେବାରେ ଲାଗିଛି। ଏହାକୁ ରୋକିବା ପାଇଁ ଏନଜିଟି ଓ ଓଡ଼ିଶା ହାଇକୋର୍ଟ ଦେଇଥିବା ଆଦେଶକୁ ଜିଲ୍ଲା ପ୍ରଶାସନ କାର୍ଯ୍ଯକାରୀ କରୁ ନ ଥିବାରୁ ସାଧାରଣରେ ଏହା ଅସନ୍ତୋଷର କାରଣ ହୋଇଛି। ନିଳଗିରି ତହସିଲ ଅଧିନସ୍ଥ ନିଳଗିରି ସଦର ,ସନ୍ତରାଗଡିଆ, ସଜନାଗଡ, […]

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ନିଳଗିରି ତହସିଲ ଅଧିନସ୍ଥ ବିଭିନ୍ନ ଅଞ୍ଚଳରେ ପରିବେଶ ଆଇନକୁ ଉଲଙ୍ଘନ କରାଯାଇ ଛତୁ ଫୁଟିବା ପରି ଇଟାଭାଟି ଗଢି ଉଠିଥିବାରୁ ବିସ୍ତୃତ ଅଞ୍ଚଳରେ ମୃତ୍ତିକା କ୍ଷୟ ହେବା ସହ ଜଙ୍ଗଲ ସଫା ହେବାରେ ଲାଗିଛି। ଏହାକୁ ରୋକିବା ପାଇଁ ଏନଜିଟି ଓ ଓଡ଼ିଶା ହାଇକୋର୍ଟ ଦେଇଥିବା ଆଦେଶକୁ ଜିଲ୍ଲା ପ୍ରଶାସନ କାର୍ଯ୍ଯକାରୀ କରୁ ନ ଥିବାରୁ ସାଧାରଣରେ ଏହା ଅସନ୍ତୋଷର କାରଣ ହୋଇଛି।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

ନିଳଗିରି ତହସିଲ ଅଧିନସ୍ଥ ନିଳଗିରି ସଦର ,ସନ୍ତରାଗଡିଆ, ସଜନାଗଡ, ବରହମପୁର,ମି ତ୍ରପୁର ଓ କାଂଶ ଆରଆଇ ସର୍କଲ ଅଞ୍ଚଳରେ ପାଖାପାଖି ୪୮ ଟି ଇଟାଭାଟି ରହିଛି। ତେବେ ଏହିସବୁ ଇଟାଭାଟି ମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ଅଭୟାରଣ୍ୟ ଓ ସଂରକ୍ଷିତ ଜଙ୍ଗଲର ଅତି ନିକଟରେ ଥିବାରୁ ସ୍ଥାନୀୟ ପରିବେଶ ଉପରେ ଏହାର ଗଭୀର ପ୍ରଭାବ ପକାଉଛି। ବିଶେଷ କରି ଇଟାଭାଟି ପାଇଁ ଆବଶ୍ୟକ ପଡୁଥିବା ମାଟିକୁ ଇଟାଭାଟି ମାଲିକ ମାନେ ସରକାରୀ ଜମି, ସଂରକ୍ଷିତ ଜଙ୍ଗଲ ଜମି ଏପରିକି ଅଭୟାରଣ୍ୟ ଅତି ନିକଟରୁ ଅବିଚାରିତ ଭାବେ ଖନନ କରୁଥିବାରୁ ମୃତ୍ତିକା କ୍ଷୟ ହେଉଛି। ସେହିପରି ଇଟାଭାଟି ପାଇଁ ବିପୁଳ ପରିମାଣରେ ଜାଳେଣି ଆବଶ୍ୟକ ପଡୁଥିବାରୁ ଏଥି ସକାଶେ ଜଙ୍ଗଲ ମଧ୍ୟ ନିୟମିତ ସଫା ହେଉଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଅଭୟାରଣ୍ୟରେ ବାସ କରୁଥିବା ବହୁ ବିରଳ ଜୀବଜନ୍ତୁ ମଧ୍ୟ ଇଟାଭାଟି ପାଇଁ ବିପଦ ଭିତରକୁ ଠେଲି ହୋଇଯାଉଛନ୍ତି। ଏହା ସେ ଅଞ୍ଚଳର ପରିବେଶ ସନ୍ତୁଳନ ଉପରେ ଗଭୀର ପ୍ରଭାବ ପକାଉଛି। ଏସବୁକୁ ଭିତ୍ତିକରି ୨୦୧୨ ମସିହାରେ ଏନଜିଟି ଓ ଓଡ଼ିଶା ହାଇକୋର୍ଟ ପରିବେଶ ଆଇନକୁ ଉଲଙ୍ଘନ କରି ଚାଲୁଥିବା ଇଟାଭାଟି କ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଉପରୋକ୍ତ ଆଦେଶନାମାକୁ ଏହା ଭିତର ୯ ବର୍ଷ ବିତିବାକୁ ଯାଉଥିଲେ ମଧ୍ୟ ଇଟାଭାଟି ବନ୍ଦ ହେବା ପରିବର୍ତ୍ତେ ନୂଆ ନୂଆ ସ୍ଥାନରେ ପ୍ରତିଷ୍ଠା ହେଉଛି। କୁହାଯାଉଛି ନିଳଗିରି ତହସିଲ ଅଧିନସ୍ଥ ଔପଦା ବ୍ଲକର ଶ୍ୟାମସୁନ୍ଦରପୁର ପଞ୍ଚାୟତରେ କେବଳ ନୂଆ ପୁରୁଣାକୁ ମିଶାଇ ୧୪ ଟି ଇଟାଭାଟି ରହିଛି। ରାଜସ୍ବ ବିଭାଗ ସାମାନ୍ୟ କିଛି ଜୋରିମାନା ଆଦାୟ କରି ନିଜ ମୁଣ୍ଡରୁ ଦୋଷ ଛଡ଼ାଇବାକୁ ଉଦ୍ୟମ କରୁଛି ବୋଲି ଅଭିଯୋଗ ହେଉଛି।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର