ହୁ ହୁ ହୋଇ ବଢୁଛି ତାତି : ମାର୍ଚ୍ଚରୁ ମେ’ ୩ ମାସ କଲବଲ କରିବ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି

The Sakala Picture
Published On

ଭୁବନେଶ୍ୱର : ଏବର୍ଷ ପୁଣି ଖରାରେ ଶିଝିବେ ରାଜ୍ୟବାସୀ। ୨୦୨୪ ପରେ କ୍ରମଗାତ ଦ୍ୱିତୀୟ ବର୍ଷରେ ରାଜ୍ୟରେ ସୃଷ୍ଟି ହେବ ଅସମ୍ଭାଳ ସ୍ଥିତି। ପ୍ରଚଣ୍ଡ ଗରମ ସାଙ୍ଗକୁ ଅନୁଭୂତ ହେବ ପ୍ରବଳ ଗୁଳୁଗୁଳି। କେବଳ ଦିନ ନୁହେଁ, ରାତିରେ ମଧ୍ୟ ତାତିର ତାଉ କମିବ ନାହିଁ। ଏହି ସ୍ଥିତି ମାର୍ଚ୍ଚରୁ ଆରମ୍ଭ ହୋଇ ମେ’ ପର୍ଯ୍ୟନ୍ତ ଜାରି ରହିବ। ଅନ୍ୟପଟେ ସ୍ୱାଭାବିକ ତୁଳନାରେ ଅଧିକାଂଶ ସମୟରେ ତାପମାତ୍ରା ଅଧିକ ରହିବା ଯୋଗୁଁ ଏଥର ଗ୍ରୀଷ୍ମ ଲହରୀ ଦିନ […]

ଭୁବନେଶ୍ୱର : ଏବର୍ଷ ପୁଣି ଖରାରେ ଶିଝିବେ ରାଜ୍ୟବାସୀ। ୨୦୨୪ ପରେ କ୍ରମଗାତ ଦ୍ୱିତୀୟ ବର୍ଷରେ ରାଜ୍ୟରେ ସୃଷ୍ଟି ହେବ ଅସମ୍ଭାଳ ସ୍ଥିତି। ପ୍ରଚଣ୍ଡ ଗରମ ସାଙ୍ଗକୁ ଅନୁଭୂତ ହେବ ପ୍ରବଳ ଗୁଳୁଗୁଳି। କେବଳ ଦିନ ନୁହେଁ, ରାତିରେ ମଧ୍ୟ ତାତିର ତାଉ କମିବ ନାହିଁ। ଏହି ସ୍ଥିତି ମାର୍ଚ୍ଚରୁ ଆରମ୍ଭ ହୋଇ ମେ’ ପର୍ଯ୍ୟନ୍ତ ଜାରି ରହିବ। ଅନ୍ୟପଟେ ସ୍ୱାଭାବିକ ତୁଳନାରେ ଅଧିକାଂଶ ସମୟରେ ତାପମାତ୍ରା ଅଧିକ ରହିବା ଯୋଗୁଁ ଏଥର ଗ୍ରୀଷ୍ମ ଲହରୀ ଦିନ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏଭଳି ଆକଳନ କରାଯିବା ପରେ ରାଜ୍ୟବାସୀଙ୍କ ଚିନ୍ତା ବଢ଼ିଛି।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଗ୍ରୀଷ୍ମ ଋତୁ ସମ୍ପର୍କିତ ପୂର୍ବାନୁମାନ ନେଇ ଜାରି ରିପୋର୍ଟରେ ଦର୍ଶାଯାଇଛି ଯେ ଏବର୍ଷ ମାର୍ଚ୍ଚରୁ ମେ’ ପର୍ଯ୍ୟନ୍ତ ରାଜ୍ୟ ସମେତ ସାରା ଦେଶ‌‌‌ରେ ତାତି ଅଧିକ ରହିବ। ଉଭୟ ଦିନ ଓ ରାତିର ତାପମାତ୍ରା ସ୍ୱାଭାବିକ ତୁଳନାରେ ଅଧିକ ରହିବ। ଏହା ପ୍ରଭାବରେ ଗ୍ରୀଷ୍ମଲହରୀ ଦିନ ସଂଖ୍ୟା ବୃଦ୍ଧି ହେବ। ଏମିତିକି, ମାର୍ଚ୍ଚରୁ ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ଲହରୀ ସ୍ଥିତି ଉତ୍ପନ୍ନ ହେବ। ଯଦିଓ ରାଜ୍ୟରେ ମାର୍ଚ୍ଚ ମାସରେ କିଛି କିଛି ସ୍ଥାନରେ ବର୍ଷା ନେଇ ପୂର୍ବାନୁମାନ କରାଯାଉଛି, ମାତ୍ର ଏହା ଖରାକୁ ନିୟନ୍ତ୍ରଣ କରିବାରେ ଅକ୍ଷମ ହେବ।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ଗତବର୍ଷ ରାଜ୍ୟରେ ପ୍ରବଳ ଖରା ଅନୁଭୂତ ହୋଇଥିଲା। ଏପ୍ରିଲ୍‌ରେ ଓଡ଼ିଶାରେ ଅନୁଭୂତ ହୋଇଥିବା ଗ୍ରୀଷ୍ମ ଲହରୀ ସଂଖ୍ୟା ସାରା ଦେଶରେ ଅଧିକ ରହିଥିଲା। ଏପ୍ରିଲ୍‌ରେ ଲଗାତାର ୧୯ ଦିନ ଗ୍ରୀଷ୍ମ ଲହରୀ ସ୍ଥିତି ଅନୁଭୂତ ହେବା ସହ ରାତିରେ ମଧ୍ୟ ଲୋକେ ନାହିଁ ନ ଥିବା ସ୍ଥିତିର ସମ୍ମୁଖୀନ ହୋଇଥିଲେ। ୨୦୨୪ରେ ୮ଟି ରାତି ଏମିତି ଥିଲା, ଯେଉଁ ସମୟରେ ରାତିର ସ୍ୱାଭାବିକ ତାପମାତ୍ରା ୬.୪ ଡିଗ୍ରୀରୁ ଅଧିକ ରହିଥିଲା। ଏହାକୁ ଅସହଜ ରାତି ଭାବେ ବିବେଚନା କରାଯାଇଛି। ବର୍ଷ ୨୦୨୫ରେ ରାଜ୍ୟରେ ପାଣିପାଗ ସ୍ଥିତି ଗତବର୍ଷ ତୁଳନାରେ ଅପେକ୍ଷାକୃତ ଭଲ ରହିବା ନେଇ ଆଶା କରାଯାଇଥିଲା। ମାତ୍ର ଏବେ ଆଇଏମଡିର ଏହି ଆକଳନ ପରେ ପୁଣିଥରେ ଖରାକୁ ନେଇ ଭୟ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

ଅନ୍ୟପଟେ ଶୁକ୍ରବାର ରାଜ୍ୟରେ ତାପମାତ୍ରା ୩୭ଡିଗ୍ରୀ ଛୁଇଁଥିବା ବେଳେ ଆଜି ୩୭ଡିଗ୍ରୀ ପାର୍‌ କରିଯାଇଛି। ଗତ କାଲି ୨ଟା ୩୦ ସୁଦ୍ଧା ଝାରସୁଗୁଡାରେ ୩୬.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଆଜି ସମାନ ସମୟରେ ୩୭.୪ ଡିଗ୍ରୀ ରେକର୍ଡ ହୋଇଛି। ସେପଟେ ଆଜି ୨ଟା ୩୦ ସୁଦ୍ଧା ସମ୍ବଲପୁରରେ ୩୬.୮, ରାଉରକେଲାରେ ୩୬.୪, ଚାନ୍ଦବାଲିରେ ୩୪.୮,କେନ୍ଦୁଝରରେ ୩୪.୪ ଓ ଭୁବନେଶ୍ବରେ ୩୪ ଡିଗ୍ରୀ ରେକର୍ଡ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର