ଦୁଇ ଡୋଜ ଟିକା ନେବା ପରେ ବି ପଜିଟିଭ୍, ଭୁବନେଶ୍ୱରରେ ଟିକା ନେଇ କରୋନାରେ ସଂକ୍ରମିତ ହୋଇଛନ୍ତି ୪୦ ପ୍ରତିଶତ

The Sakala Picture
Published On

ଭୁବନେଶ୍ୱର: କୋଭିଡ ଟିକା ନେଇ ମଧ୍ୟ ସଂକ୍ରମିତ ହାର କମିନି । ରାଜଧାନୀ ଭୁବନେଶ୍ୱର ରେ କରୋନା ସଂଖ୍ୟା କମୁନଥିବା ବେଳେ ଏକ ଚିନ୍ତା ଜନକ ଦିଗ ସାମ୍ନାକୁ ଆସିଛି । ଦୁଇ ଡୋଜ ଟିକା ନେଇ ସାରିଥିବା ୪୦ ପ୍ରତିଶତ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ଓ ସେଥିରୁ ୫ ପ୍ରତିଶତ ଲୋକଙ୍କୁ ହସ୍ପିଟାଲ ଯିବାକୁ ପଡିଛି ।ଗୋଟେପଟେ କୋଭିଡ ଭ୍ୟାକ୍ସିନ ସୁରକ୍ଷିତ ବୋଲି ମତ ପ୍ରକାଶ କରୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ଅନ୍ୟପଟେ ଟିକା […]

ଭୁବନେଶ୍ୱର: କୋଭିଡ ଟିକା ନେଇ ମଧ୍ୟ ସଂକ୍ରମିତ ହାର କମିନି । ରାଜଧାନୀ ଭୁବନେଶ୍ୱର ରେ କରୋନା ସଂଖ୍ୟା କମୁନଥିବା ବେଳେ ଏକ ଚିନ୍ତା ଜନକ ଦିଗ ସାମ୍ନାକୁ ଆସିଛି । ଦୁଇ ଡୋଜ ଟିକା ନେଇ ସାରିଥିବା ୪୦ ପ୍ରତିଶତ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ଓ ସେଥିରୁ ୫ ପ୍ରତିଶତ ଲୋକଙ୍କୁ ହସ୍ପିଟାଲ ଯିବାକୁ ପଡିଛି ।ଗୋଟେପଟେ କୋଭିଡ ଭ୍ୟାକ୍ସିନ ସୁରକ୍ଷିତ ବୋଲି ମତ ପ୍ରକାଶ କରୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ଅନ୍ୟପଟେ ଟିକା ନେଇଥିବା ଲୋକେ ହିଁ ସଂକ୍ରମିତ ହେବା ରିପୋର୍ଟ ସଭିଙ୍କୁ ଆଶ୍ଚର୍ୟ୍ୟ କରିଛି ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀକ୍ଷେତ୍ରରେ ହେବ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

ମିଳିଥିବା ସୂଚନା ମୁତବାକ ଭୁବନେଶ୍ୱରରେ ପ୍ରଥମ ଡୋଜ କରୋନା ଟିକା ନେଇଥିବା ଲୋକଙ୍କୁ ମଧ୍ୟରୁ ସଂକ୍ରମିତ ହୋଇଛନ୍ତି ୧ ହଜାର ୮୯୦ ଜଣ । ସେହିପରି ଟିକାର ୨ଟି ଡୋଜ ନେଇ ସଂକ୍ରମିତ ହୋଇଛନ୍ତି ୨ହଜାର ୫୨୭ଜଣ । କୁହଯାଉଛି ଟିକାର ୨ଟି ଡୋଜ ନେବା ପରେ ୧୪ ଦିନ ବ୍ୟବଧାନରେ ଆଂଟିବଡ଼ି ବା ପ୍ରତିରୋଧ ଶକ୍ତି ସୃଷ୍ଟି ହେବ । କିନ୍ତୁ ଭୁବନେଶ୍ୱରରେ ୨ଟି ଡୋଜ ନେଇ ମଧ୍ୟ ୧୪ ଦିନ ପରେ ସଂକ୍ରମିତ ହୋଉଛନ୍ତି ୧ ହଜାର ୭୦୫ଜଣ ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ସମସ୍ତଙ୍କ ସାମ୍ନାରେ ସ୍ତ୍ରୀକୁ ଛୁରାମାଡ଼ କଲା ନୃଶଂସ ସ୍ୱାମୀ

ସେହିପରି ଚିକା ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୫ ପ୍ରତିଶତଙ୍କ ଠାରେ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଛି । କିନ୍ତୁ ସବୁଠୁ ଆଶ୍ୱସ୍ତିକର ଖବର ହେଉଛି, ଦୁଇଟି ଡୋଜ ନେଇଥିବା ଅଧିକାଂଶ ବ୍ୟକ୍ତିଙ୍କ ଠାରେ କୌଣସି କୋଭିଡ ଲକ୍ଷଣ ଦେଖାଯାଇନି କିମ୍ବା ହୋଇନାହିଁ । ତେଣୁ ଟିକା କେଉଁଠି ନା କେଉଁଠି ସଫଳ ପ୍ରଭାବ ପକାଇଛି । କିନ୍ତୁ ସଂକ୍ରମିତ ସଂଖ୍ୟା କମାଇବାରେ ସେତେଟା ଫଳପ୍ରଦ ହୋଇନଥିବା ବିଏମସି ରିପୋର୍ଟରୁ ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରି ଉପରେ କଟକଣା, ପେଟ୍ରୋଲ ପମ୍ପଗୁଡ଼ିକୁ ନୋଟିସ୍ ଜାରି

17 Jul 2021 By The Sakala

ଦୁଇ ଡୋଜ ଟିକା ନେବା ପରେ ବି ପଜିଟିଭ୍, ଭୁବନେଶ୍ୱରରେ ଟିକା ନେଇ କରୋନାରେ ସଂକ୍ରମିତ ହୋଇଛନ୍ତି ୪୦ ପ୍ରତିଶତ

ଭୁବନେଶ୍ୱର: କୋଭିଡ ଟିକା ନେଇ ମଧ୍ୟ ସଂକ୍ରମିତ ହାର କମିନି । ରାଜଧାନୀ ଭୁବନେଶ୍ୱର ରେ କରୋନା ସଂଖ୍ୟା କମୁନଥିବା ବେଳେ ଏକ ଚିନ୍ତା ଜନକ ଦିଗ ସାମ୍ନାକୁ ଆସିଛି । ଦୁଇ ଡୋଜ ଟିକା ନେଇ ସାରିଥିବା ୪୦ ପ୍ରତିଶତ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ଓ ସେଥିରୁ ୫ ପ୍ରତିଶତ ଲୋକଙ୍କୁ ହସ୍ପିଟାଲ ଯିବାକୁ ପଡିଛି ।ଗୋଟେପଟେ କୋଭିଡ ଭ୍ୟାକ୍ସିନ ସୁରକ୍ଷିତ ବୋଲି ମତ ପ୍ରକାଶ କରୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ଅନ୍ୟପଟେ ଟିକା ନେଇଥିବା ଲୋକେ ହିଁ ସଂକ୍ରମିତ ହେବା ରିପୋର୍ଟ ସଭିଙ୍କୁ ଆଶ୍ଚର୍ୟ୍ୟ କରିଛି ।

ମିଳିଥିବା ସୂଚନା ମୁତବାକ ଭୁବନେଶ୍ୱରରେ ପ୍ରଥମ ଡୋଜ କରୋନା ଟିକା ନେଇଥିବା ଲୋକଙ୍କୁ ମଧ୍ୟରୁ ସଂକ୍ରମିତ ହୋଇଛନ୍ତି ୧ ହଜାର ୮୯୦ ଜଣ । ସେହିପରି ଟିକାର ୨ଟି ଡୋଜ ନେଇ ସଂକ୍ରମିତ ହୋଇଛନ୍ତି ୨ହଜାର ୫୨୭ଜଣ । କୁହଯାଉଛି ଟିକାର ୨ଟି ଡୋଜ ନେବା ପରେ ୧୪ ଦିନ ବ୍ୟବଧାନରେ ଆଂଟିବଡ଼ି ବା ପ୍ରତିରୋଧ ଶକ୍ତି ସୃଷ୍ଟି ହେବ । କିନ୍ତୁ ଭୁବନେଶ୍ୱରରେ ୨ଟି ଡୋଜ ନେଇ ମଧ୍ୟ ୧୪ ଦିନ ପରେ ସଂକ୍ରମିତ ହୋଉଛନ୍ତି ୧ ହଜାର ୭୦୫ଜଣ ।

ସେହିପରି ଚିକା ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୫ ପ୍ରତିଶତଙ୍କ ଠାରେ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଛି । କିନ୍ତୁ ସବୁଠୁ ଆଶ୍ୱସ୍ତିକର ଖବର ହେଉଛି, ଦୁଇଟି ଡୋଜ ନେଇଥିବା ଅଧିକାଂଶ ବ୍ୟକ୍ତିଙ୍କ ଠାରେ କୌଣସି କୋଭିଡ ଲକ୍ଷଣ ଦେଖାଯାଇନି କିମ୍ବା ହୋଇନାହିଁ । ତେଣୁ ଟିକା କେଉଁଠି ନା କେଉଁଠି ସଫଳ ପ୍ରଭାବ ପକାଇଛି । କିନ୍ତୁ ସଂକ୍ରମିତ ସଂଖ୍ୟା କମାଇବାରେ ସେତେଟା ଫଳପ୍ରଦ ହୋଇନଥିବା ବିଏମସି ରିପୋର୍ଟରୁ ଜଣାପଡ଼ିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର