ବାରବାଟୀ ମ୍ୟାଚ୍‌ ପାଇଁ କଟକଣା ଜାରି, ଜଣନ୍ତୁ କେଉଁଠି କରିବେ ପାର୍କିଂ ଓ ଷ୍ଟାଡିୟମ ଭିତରକୁ କ’ଣ ରହିଛି ବାରଣ….

The Sakala Picture
Published On

କଟକ: ବାରବାଟୀ ମୈଦାନ ପ୍ରସ୍ତୁତ। କେବଳ ମୁକାବିଲାକୁ ଅପେକ୍ଷା। ୪୦ହଜାରରୁ ଅଧିକ ଦର୍ଶକଙ୍କ ମେଳରେ ଲଢେ଼ଇ କରିବେ ଭାରତ ଏବଂ ଇଂଲଣ୍ଡ ଦଳ। କ୍ରିକେଟପ୍ରେମୀଙ୍କ ଭିତରେ ଉତ୍ସାହ ଭରପୁର। ମ୍ୟାଚ୍‌ ପୂର୍ବରୁ ଶନିବାର ଭାରତୀୟ ଦଳ ଅଭ୍ୟାସ କରିବାକୁ ବାରବାଟୀକୁ ଆସିବ। ଏହାକୁ ଦେଖିବା ନିମନ୍ତେ ମଧ୍ୟ ଲୋକଙ୍କ ଭିତରେ ଉକ୍ରଣ୍ଠା ପ୍ରକାଶ ପାଇଲାଣି। ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ଦୁଇଟି ଗ୍ୟାଲେରୀ ଖୋଲାଯିବ। ଗ୍ୟାଲେରୀ ନଂ-୫ ଏବଂ ଗ୍ୟାଲେରୀ ନଂ-୬ରେ ବସି ଦର୍ଶକ ଅଭ୍ୟାସ ସେସନ […]

କଟକ: ବାରବାଟୀ ମୈଦାନ ପ୍ରସ୍ତୁତ। କେବଳ ମୁକାବିଲାକୁ ଅପେକ୍ଷା। ୪୦ହଜାରରୁ ଅଧିକ ଦର୍ଶକଙ୍କ ମେଳରେ ଲଢେ଼ଇ କରିବେ ଭାରତ ଏବଂ ଇଂଲଣ୍ଡ ଦଳ। କ୍ରିକେଟପ୍ରେମୀଙ୍କ ଭିତରେ ଉତ୍ସାହ ଭରପୁର। ମ୍ୟାଚ୍‌ ପୂର୍ବରୁ ଶନିବାର ଭାରତୀୟ ଦଳ ଅଭ୍ୟାସ କରିବାକୁ ବାରବାଟୀକୁ ଆସିବ। ଏହାକୁ ଦେଖିବା ନିମନ୍ତେ ମଧ୍ୟ ଲୋକଙ୍କ ଭିତରେ ଉକ୍ରଣ୍ଠା ପ୍ରକାଶ ପାଇଲାଣି। ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ଦୁଇଟି ଗ୍ୟାଲେରୀ ଖୋଲାଯିବ। ଗ୍ୟାଲେରୀ ନଂ-୫ ଏବଂ ଗ୍ୟାଲେରୀ ନଂ-୬ରେ ବସି ଦର୍ଶକ ଅଭ୍ୟାସ ସେସନ ଦେଖିବେ। ସନ୍ଧ୍ୟା ୫ଟାରେ ଭାରତୀୟ ଦଳ କଟକରେ ପହଞ୍ଚିବ। ରାତି ୮ଟା ପର୍ଯ୍ୟନ୍ତ ଫ୍ଲଡ ଲାଇଟ୍‌ରେ ଅଭ୍ୟାସ କରିବ।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ଅନ୍ଲାଇନ୍କ୍ରେତାଙ୍କୁ ମିଳିଲା ଟିକଟ୍

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା

ଅନଲାଇନ୍‌ରେ କ୍ରୀଡ଼ାପ୍ରେମୀଙ୍କୁ ଶୁକ୍ରବାରଠାରୁ ଟିକଟ ବଣ୍ଟନ କରାଯାଇଛି। ୭, ୮ ଓ ୯ ତାରିଖ ତିନି ଦିନ ଭିତରେ ଏହାକୁ ସଂଗ୍ରହ କରିବାକୁ ହେବ। କଟକର କେମ୍ବ୍ରିଜ ସ୍କୁଲରେ ମଧ୍ୟ ସ୍ୱତନ୍ତ୍ର ଭାବେ ଏକ କାଉଣ୍ଟର ଖୋଲାଯାଇ ଟିକଟ ପ୍ରଦାନ କରାଯାଇଛି। ଗତକାଲି ସନ୍ଧ୍ୟାରେ ଓଡ଼ିଶା କ୍ରିକେଟ ଆସୋସିଏସନ ୪ହଜାର ଟିକଟ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ପ୍ରକାଶଯୋଗ୍ୟ, ୭ ଓ ୮ ତାରିଖରେ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ କାଉଣ୍ଟର ଖୋଲା ରହିବା ବେଳେ ୯ ତାରିଖ ତଥା ମ୍ୟାଚ୍‌ ଦିନ ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ କାଉଣ୍ଟର ଖୋଲାଯିବ।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ ଉପରେ ବିଜେଡିର ପ୍ରତିକ୍ରିୟା: ଦୁଇ ବର୍ଷର ଶିଳ୍ପ ପ୍ରଗତି ଉପରେ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ

ମ୍ୟାଚ୍‌ ପାଇଁ ଟ୍ରାଫିକ୍‌ କଟକଣା

୯ତାରିଖରେ ବାରବାଟୀରେ ହେବାକୁ ଥିବା ଏକଦିବସୀୟ କ୍ରିକେଟ ମ୍ୟାଚ ପାଇଁ ଯାନବାହନ ଚଳାଚଳରେ ଯେପରି କୌଣସି ସମସ୍ୟା ଦେଖା ନଦିଏ ସେଥିପାଇଁ କମିଶନରେଟ ଟ୍ରାଫିକ ପୁଲିସ ପକ୍ଷରୁ କଟକଣା ଜାରି କରାଯାଇଛି। ଅଭ୍ୟାସ ମ୍ୟାଚ ପାଇଁ ଦିନ ୧ଟାରୁ ରାତି ୯ଟା ଏବଂ ମ୍ୟାଚ ଦିନ ସକାଳ ୮ଟାରୁ ଭିଡ଼ ଭାଙ୍ଗିବା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ।

ମାତାମଠ ପଟୁ ରିଂରୋଡରେ ଆସୁଥିବା ଗାଡିଗୁଡିକ ବାଲିଯାତ୍ରା ତଳ ପଡିଆରେ ପାର୍କିଂ କରିବେ। କେବଳ ପାସ ଥିବା ଗାଡିଗୁଡିକ ବାଉଁଶ ଡିପୋ ଗଡ଼ାରେ ବାମକୁ ଯାଇ ଉପର ବାଲିଯାତ୍ରା ପଡିଆରେ ଗାଡ଼ି ରଖିପାରିବେ। ହାଓଡାମୋଟର ଓ ମଣିସାହୁ ଛକ ପଟୁ ଆସୁଥିବା ଗାଡି ଗୁଡିକ ଲ’ ହଷ୍ଟେଲ ଛକ ଦେଇ ରିଂରୋଡକୁ ଯାଇ ତଳ ବାଲିଯାତ୍ରା ପଡିଆରେ ପାର୍କିଂ କରିପାରିବେ। ବିଜୁ ପଟ୍ଟନାୟକ ଛକ ଓ ମଧୁସୂଦନ ଛକ ପଟୁ ଆସୁଥିବା ଗାଡିଗୁଡିକ ଆନନ୍ଦଭବନ ଛକରୁ ସିଧା କିଲ୍ଲା ପଡିଆ ଆଡକୁ ଯାଇପାରିବ ନାହିଁ। ଏହି ଗାଡିଗୁଡିକ ଖ୍ରୀଷ୍ଟିଆନ ପଡିଆରେ ପାର୍କିଂ କରିବେ। ହରିଣ ପାର୍କ ବା ମଧୁସୂଦନ ନଗର ଆଡୁ ରିଂରୋଡରେ ଆସୁଥିବା ଗାଡିଗୁଡିକ କାର୍ତ୍ତିକେଶ୍ୱର ଗଡାରେ ବାମକୁ ଗଡି ପାର୍କିଂ ଷ୍ଟାଣ୍ଡରେ ରଖିବେ। ସମାଜ ଅଫିସ ଛକ ଆଡୁ ଆସୁଥିବା ଗାଡିଗୁଡିକ ହନୁମାନ ମନ୍ଦିର ଆଡ଼କୁ ନଯାଇ ଚଣ୍ଡୀ ଛକ ହୋଇ ଖ୍ରୀଷ୍ଟିଆନ ପଡିଆକୁ ଯିବେ।

କେବଳ ଓସିଏ ପାସଧାରୀ ଗାଡି ଷ୍ଟାଡିୟମର ୧ନଂ ଗେଟ ଦେଇ ଓସିଏ ପାର୍କିଂସ୍ଥାନକୁ ଯିବେ। ମଧୁସୂଦନ ଷ୍ଟାଚ୍ୟୁ ଛକରୁ କୌଣସି ଗାଡି ଷ୍ଟାଡିୟମ ଆଡକୁ ଯାଇପାରିବ ନାହିଁ। ଆଖି ହସ୍ପିଟାଲ ଛକରୁ କିଲ ଖାନା ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିବ। ସେହି ରାସ୍ତାରେ ଆସୁଥିବା ଗାଡିଗୁଡିକ କଳାବିକାଶ କେନ୍ଦ୍ର ଦେଇ ପାର୍କିଂସ୍ଥଳକୁ ଯିବ।

ମ୍ୟାଚ ଦିନ ସକାଳ ୮ଟାରୁ ରାତି ୨ଟା ପର୍ଯ୍ୟନ୍ତ ମହାନଦୀ ଓ କାଠଯୋଡି ରିଂବନ୍ଧରେ କୌଣସି ଭାରୀଯାନ ଚଳାଚଳ କରିପାରିବ ନାହିଁ। ସେହିପରି ଶନିବାର ଅଭ୍ୟାସ ମ୍ୟାଚ ନିମନ୍ତେ ମହାନଦୀ ରିଂରୋଡର ଚହଟା ଛକ ଓ ଶିଖରପୁର ଛକରୁ ବାଉଁଶ ଗଡା ପର୍ଯ୍ୟନ୍ତ ଦିନ ୧ଟାରୁ ରାତି ୯ଟା ପର୍ଯ୍ୟନ୍ତ କୌଣସି ଭାରୀଯାନ ଚଳାଚଳ କରିବ ନାହିଁ।

 ବାରବାଟୀ ମ୍ୟାଚ୍‌ ପାଇଁ ପାର୍କିଂ ବ୍ୟବସ୍ଥା

ଦୁଇ ପାଶ୍ୱର୍ ରିଂବନ୍ଧ ଦେଇ ଆସୁଥିବା ଗାଡି ପାଇଁ ତଳ ବାଲିଯାତ୍ରା ପଡିଆ, କନିକା ଛକ, ବିଜୁ ପଟ୍ଟନାୟକ ଛକ ପଟୁ ଆସୁଥିବା ଗାଡି ପାଇଁ ଆନନ୍ଦ ଭବନ ସମ୍ମୁଖ ପଡିଆ, ଚଣ୍ଡୀ ଛକ ଓ କଳାବିକାଶ କେନ୍ଦ୍ର ପଟୁ ଆସୁଥିବା କେବଳ ଦୁଇ ଚକିଆ ଗାଡି ପାଇଁ ଦୟାଶ୍ରମ ସାମ୍ନା ପଡିଆ, ଜାଭିୟର ପଡିଆର ପାସ ପାଇଥିବା ବ୍ୟକ୍ତି ବାଉଁଶ ଡିପୋ ବା ବିଜୁ ପଟ୍ଟନାୟକ ଛକ ଦେଇ ୧୪ ନଂ ଗେଟରେ ଯାଇ ପାର୍କିଂ କରିପାରିବେ। ମାତାମଠ କିମ୍ବା କ୍ୟାଣ୍ଟନମେଣ୍ଟ ଥାନା ପଟୁ ଆସୁଥିବା ପାସଧାରୀ ଗାଡିଗୁଡିକ ବାଉଁଶ ଗଡ଼ା ପର୍ଯ୍ୟନ୍ତ ଆସି ସେଠାରେ ନିର୍ଦ୍ଧାରିତ ପାର୍କିଂସ୍ଥଳରେ ଗାଡି ରଖିପାରିବେ।

ଷ୍ଟାଡିୟମ ଭିତରକୁ ବାରଣ

ସୁରକ୍ଷା ଦୃଷ୍ଟିରୁ ସବୁ ଗ୍ୟାଲେରୀ ଓ ପାଭିଲିଅନରେ ପିଇବା ପାଣି ଓ ଶୁଖିଲା ଖାଦ୍ୟ ବିକ୍ରୟ ବ୍ୟବସ୍ଥା ହୋଇଛି। ଦର୍ଶକମାନେ ସାଙ୍ଗରେ କିଛି ଖାଦ୍ୟ କିମ୍ବା ପାନୀୟ ଦ୍ରବ୍ୟ ଆଣିପାରିବେ ନାହିଁ। କୌଣସି ପ୍ରକାର ବାଇନାକୁଲର, ବାଡିରେ ବନ୍ଧା ହୋଇଥିବା ପତାକା, ରେଡିଓ, ଡିଜିଟାଲ କ୍ୟାମେରା, ପାଣି ପାଉଚ, କୌଣସି ପ୍ରକାର ମାଦକଦ୍ରବ୍ୟ, ଗୁଟଖା, ବିଡି, ସିଗାରେଟ, ପାନମସଲା ଓ ଭଙ୍ଗା ହୋଇଥିବା ପାନକୁ ମଧ୍ୟ ବାରଣ କରାଯାଇଛି। ଦର୍ଶକମାନେ ସାଙ୍ଗରେ କେବଳ ମୋବାଇଲ, ଟିକେଟ କିମ୍ବା ପାସ, ନିଜର ଏକ ପରିଚୟପତ୍ର ଆଣିବାକୁ ପୁଲିସ ପରାମର୍ଶ ଦେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର