ଡବଲ ଇଞ୍ଜିନ୍, ଡବଲ ଧୋକା: ପାଣି ବନ୍ଦ କଲା ଛତିଶଗଡ଼, ଉପରମୁଣ୍ଡରେ ଛତିଶଗଡ଼ ନିର୍ମାଣ କରୁଛିି ୨୦ରୁ ଊର୍ଦ୍ଧ୍ବ ଜଳ ପ୍ରକଳ୍ପ
ସମ୍ୱଲପୁର: ମାଘ ଅଧା ହୋଇ ନାହିଁ, କଲମା ବ୍ୟାରେଜର ସବୁ ଫାଟକ ବନ୍ଦ କରିଛି ଛତିଶଗଡ଼ । ଫଳରେ ମହାନଦୀର ଜଳଧାର ସୂତା ପରି ହୋଇ ଯାଇଛି ଓ ହୀରାକୁଦକୁ ଜଳ ପ୍ରବାହ କ୍ଷୀଣ ହୋଇଛି । ଖରା ଆରମ୍ଭ ପୂର୍ବରୁ ମହାନଦୀର ଏପରି ସ୍ଥିତି ଆଗାମୀ ଦିନର ଚିତ୍ରକୁ ସ୍ପଷ୍ଟ କରି ଦେଇଛି। ଏହି ଅବସ୍ଥା ଲାଗି ରହିଲେ ଆଗାମୀ ବୈଶାଖ ଓ ଜ୍ୟେଷ୍ଠ ମାସ ବେଳକୁ କି ଅବସ୍ଥା ହେବ ତାହା କଳ୍ପନା କରି […]
ସମ୍ୱଲପୁର: ମାଘ ଅଧା ହୋଇ ନାହିଁ, କଲମା ବ୍ୟାରେଜର ସବୁ ଫାଟକ ବନ୍ଦ କରିଛି ଛତିଶଗଡ଼ । ଫଳରେ ମହାନଦୀର ଜଳଧାର ସୂତା ପରି ହୋଇ ଯାଇଛି ଓ ହୀରାକୁଦକୁ ଜଳ ପ୍ରବାହ କ୍ଷୀଣ ହୋଇଛି । ଖରା ଆରମ୍ଭ ପୂର୍ବରୁ ମହାନଦୀର ଏପରି ସ୍ଥିତି ଆଗାମୀ ଦିନର ଚିତ୍ରକୁ ସ୍ପଷ୍ଟ କରି ଦେଇଛି। ଏହି ଅବସ୍ଥା ଲାଗି ରହିଲେ ଆଗାମୀ ବୈଶାଖ ଓ ଜ୍ୟେଷ୍ଠ ମାସ ବେଳକୁ କି ଅବସ୍ଥା ହେବ ତାହା କଳ୍ପନା କରି ହେଉନାହିଁ । ଏକପକ୍ଷରେ ମହାନଦୀ ଉପରମୁଣ୍ଡରେ କଲମାରେ ସବୁ ଫାଟକ ବନ୍ଦ କରି ଛତିଶଗଡ଼ ବେଆଇନ ଭାବରେ ୨୦ଟି ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ଚଳାଇଥିବା ବେଳେ ଓଡ଼ିଶାର ଡବଲ ଇଞ୍ଜିନ୍ ସରକାର ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରୁଛନ୍ତି। ଯାହାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଡବଲ ଇଞ୍ଜିନ୍ ସରକାର ଓଡ଼ିଶାକୁ ଡବଲ ଧୋକା ଦେଇଛି ବୋଲି ବିରୋଧୀମାନେ ଅଭିଯୋଗ କରିଛନ୍ତି ।
ମହାନଦୀ ପ୍ରସଙ୍ଗରେ ତତ୍କାଳୀନ ନବୀନ ସରକାର ବାରମ୍ବାର କେନ୍ଦ୍ର ସରକାର, ଜାତୀୟ ଜଳ ଆୟୋଗ ନିକଟରେ ଅଭିଯୋଗ କରିବା ସତ୍ତ୍ବେ ଓଡ଼ିଶା ସ୍ୱାର୍ଥକୁ ଉପେକ୍ଷା କରାଯାଇଛି। ଶେଷରେ ତତ୍କାଳୀନ ସରକାର ଅଦାଲତର ଦ୍ୱାରସ୍ଥ ହେବା ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ଟ୍ରିବ୍ୟୁନାଲ ମଧ୍ୟ ଏ ଦିଗରେ କୌଣସି ନିଷ୍କର୍ଷ ବାହାର କରିପାରି ନାହିଁ। ବୈଠକ ପରେ ବୈଠକ ବସୁଥିଲେ ବି ଓଡ଼ିଶାର ନ୍ୟାୟସଙ୍ଗତ ଦାବି ପୂରଣ ହୋଇ ପାରିନାହିଁ। ଏହି ସମୟରେ କଲମାର ଫାଟକ ବନ୍ଦ କରି ବେଆଇନ ଭାବରେ ଛତିଶଗଡ଼ ସରକାର ୨୦ଟି ନୂଆ ଜଳ ପ୍ରକଳ୍ପ କାର୍ଯ୍ୟ ଚଳାଇଥିବା ବେଳେ ଓଡ଼ିଶାର ଡବଲ ଇଞ୍ଜିନ୍ ସରକାରଙ୍କ ରହସ୍ୟମୟ ନିରବତା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ରାଜ୍ୟର ହିତ ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ସହ ସାଲିସ କରାଯିବ ନାହିଁ ବୋଲି ନିର୍ବାଚନ ସମୟରେ ଗର୍ଜନ କରୁଥିବା ବିଜେପି ନେତାଙ୍କ ଏବେ ରହସ୍ୟଜନକ ନିରବତା ଅବଲମ୍ବନ କରୁଛନ୍ତି।
କଲମା ବ୍ୟାରେଜର ଉପରମୁଣ୍ଡରେ ଛତିଶଗଡ଼ ବେଆଇନ ଭାବରେ ଆରମ୍ଭ କରିଥିବା ୨୦ଟି ଜଳ ଯୋଗାଣ ପ୍ରକଳ୍ପ ମଧ୍ୟରୁ କେତେକ ପ୍ରକଳ୍ପ ପ୍ରାୟ ଶେଷ ହେବାକୁ ବସିଛି, ଆଉ କିଛି ପ୍ରକଳ୍ପ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି। କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିଶନ ଆଧାରରେ ୭୦୨ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି କାମ କରାଯାଉଥିବା ସୂଚନା ମିଳିଛି। ଏଥିପାଇଁ ବଡ ବଡ ଇନଟାକ ୱେଲ୍ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ ଚାଲିଛି। ଯାହା ଓଡିଶାକୁ କଲମାରୁ ଆସିବାକୁ ଥିବା ପାଣିରୁ ପାଣି ଶୋଷିବେ। ଏଥିରେ ଜାଞ୍ଜଗିର- ଚାମ୍ପା ସମେତ ସାରଙ୍ଗଗଡ ଜିଲ୍ଲାର ୫୦୦ରୁ ଊର୍ଦ୍ଧ୍ବ ଗ୍ରାମକୁ ଜଳ ଯୋଗାଣ ହେବ। ପ୍ରକଳ୍ପ କାର୍ଯ୍ୟ ପାଇଁ ବର୍ତ୍ତମାନ କଲମାର ସମସ୍ତ ଗେଟ ବନ୍ଦ ରଖାଯାଇଛି।
ବୁର୍ଲା ଓ ଚିପିଲିମା ଜଳ ବିଦ୍ୟୁତ୍ କେନ୍ଦ୍ରକୁ କାର୍ଯ୍ୟକ୍ଷମ ପାଇଁ ୫୦୦୦୦ କ୍ୟୁସେକ୍ ଜଳ ଆବଶ୍ୟକ ଥିବାବେଳେ ବର୍ତ୍ତମାନ ହୀରାକୁଦକୁ ମାତ୍ର ୩୭୮ କ୍ୟୁସେକ୍ ଜଳ ପ୍ରବେଶ କରୁଛି। ଫଳରେ ପାୱାର ଚ୍ୟାନେଲ୍କୁ ହୀରାକୁଦ କର୍ତ୍ତୃପକ୍ଷ ମାତ୍ର ୩୬୪୫ କ୍ୟୁସେକ୍ ଜଳ ଛାଡ଼ୁଛନ୍ତି। ୫୦୦୦୦ କ୍ୟୁସେକ୍ ବଦଳରେ ୩୬୪୫ କ୍ୟୁସେକ୍ ଜଳ ଛାଡ଼ିବା ଦ୍ୱାରା ଜଳ ବିଦ୍ୟୁତ୍ ଉତ୍ପାଦନ ବ୍ୟାହତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ପାଣି ଉପରମୁଣ୍ଡରୁ ନ ଆସିବା ଫଳରେ ପାୱାର ଚ୍ୟାନେଲ୍କୁ ଛଡ଼ାଯାଇ ପାରୁନାହିଁ। ଏହି ପରିପ୍ରେକ୍ଷୀରେ ନିର୍ମାଣାଧୀନ ୨୦ଟି ଜଳ ପ୍ରକଳ୍ପ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ବର୍ଷାଦିନ ବ୍ୟତୀତ ଅନ୍ୟ ସମୟରେ ଓଡ଼ିଶାକୁ ପାଣି ମୁନ୍ଦାଏ ବି ଆସିବ ନାହିଁ ବୋଲି ସ୍ପଷ୍ଟ ହୋଇଛି।
ପୂର୍ବରୁ ଛତିଶଗଡରେ ବିଜେପିର ରମଣ ସିଂ ସରକାର ଶିଳ୍ପ ସଂସ୍ଥାକୁ ଜଳ ଯୋଗାଣ ନିମନ୍ତେ ମହାନଦୀ ଉପରମୁଣ୍ଡରେ ଅନେକଗୁଡ଼ିଏ ବ୍ୟାରେଜ୍ ନିର୍ମାଣ କରିଥିଲେ। ଯାହା ଦ୍ୱାରା ମହାନଦୀକୁ ଜଳ ପ୍ରବାହ ହ୍ରାସ ପାଇଥିଲା। ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଓଡିଶା ସରକାର ଏହାର ତୀବ୍ର ବିରୋଧ କରିବା ଫଳରେ କଥା କେନ୍ଦ୍ର ପାଖରେ ପହଞ୍ଚିଥିଲା। ମାତ୍ର ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଏ କ୍ଷେତ୍ରରେ ପ୍ରାୟ ନିରବ ରହିିଥିଲେ। ଟ୍ରିବ୍ୟୁନାଲ ଗଠନ ପରେ ମଧ୍ୟ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ବିଶେଷ ପରିବର୍ତ୍ତନ ହୋଇଥିବା ମନେ ହେଉନାହିଁ, ଯାହା ଫଳରେ ଓଡ଼ିଶାର ସ୍ୱାର୍ଥ ହାନି ହୋଇଛି ଓ ମହାନଦୀ କ୍ରମଶଃ ମୃତ ନଦୀରେ ପରିଣତ ହେବା ଆଶଙ୍କା ସୃଷ୍ଟି ହୋଇଛି।
ଓଡିଶାରେ ଡବଲ ଇଞ୍ଜିନ ସରକାର ହେଲେ ମହାନଦୀ ପାଣିକୁ କେହି ଅଟକାଇ ପାରିବେ ନାହିଁ ବୋଲି ବିଜେପି ନେତାମାନେ କହୁଥିଲେ। ମାତ୍ର ଏବେ ଓଡିଶା, ଛତିଶଗଡ଼ ଓ କେନ୍ଦ୍ରକୁ ମିଶାଇଲେ ଟ୍ରିପଲ ଇଞ୍ଜିନ ସରକାର ଚାଲିଛି। ବିଡ଼ମ୍ବନା ହେଉଛି ଓଡିଶା ଓ କେନ୍ଦ୍ରରେ ଡବଲ ଇଞ୍ଜିନ ସରକାର କଲମା ବ୍ୟାରେଜ ଓ ବର୍ତ୍ତମାନ ୨୦ଟି ଜଳ ଯୋଗାଣ ପ୍ରକଳ୍ପ ଆକାରରେ ଦେଇଛନ୍ତି ଡ଼ବଲ ଧୋକ୍କା। ଯାହା ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ବିଡ଼ମ୍ବନା ହେଉଛି ଓଡ଼ିଶାକୁ ଡ଼ବଲ ଇଞ୍ଜିନ୍ ଦଳର ୨୦ ସାଂସଦ ଦିଲ୍ଲୀରେ ଏଥିନେଇ ତୁଣ୍ଡ ଖୋଲୁ ନାହାନ୍ତି। ଯାହା ପରୋକ୍ଷରେ ଛତିଶଗଡ଼ ପାଇଁ ଆଶୀର୍ବାଦ ପାଲଟିଛି। କଲମା ନିକଟରେ ନିର୍ମାଣାଧୀନ ୨୦ ପ୍ରକଳ୍ପ ଶେଷ ପରେ ହୀରାକୁଦ ଜଳଭଣ୍ଡାର ହୁଏତ ଇତିହାସ ହୋଇଯିବ ଓ ମହାନଦୀ ଏକ ମୃତ ନଦୀରେ ପରିଣତ ହୋଇଯିବ ବୋଲି ପରିବେଶବିତ୍ମାନେ ଆଶଙ୍କା ପ୍ରକାଶ କରିଛନ୍ତି ।