ଡିଜି-ଗଭ୍‌‌ ପୋର୍ଟାଲ ଅଚଳ: ପୋର୍ଟାଲ୍‌‌ ପରିଚାଳନା କରିପାରୁନି ଓସେପା, ୪୬୦୦୦ ଶିକ୍ଷକ ଦରମାରୁ ବଞ୍ଚିତ

The Sakala Picture
Published On

ଭୁବନେଶ୍ୱର: ଅଚଳ ହୋଇପଡ଼ିଛି ଡିଜି-ଗଭ୍‌‌ ପୋର୍ଟାଲ। ଫଳରେ ବିଦ୍ୟାଳୟକୁ ମିଳୁଥିବା ବିଭିନ୍ନ ଅନୁଦାନ ଠପ୍‌ ହୋଇଯାଇଛି। ବିଦ୍ୟାଳୟ ଉନ୍ନତୀକରଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ବିଭିନ୍ନ ଅତ୍ୟାବଶ୍ୟକ କାର୍ଯ୍ୟ ବାକିରେ ଚାଲୁଛି। ଏପରିକି, ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ମଧ୍ୟ ଦରମା ମିଳୁନି। ପ୍ରାୟ ୨୦ଦିନ ହେବ ପୋର୍ଟାଲ୍‌‌ର ଅଚଳାବସ୍ଥା ଲାଗି ରହିଥିବାରୁ ପ୍ରାୟ ୪୬ ହଜାର ଶିକ୍ଷକ ଦରମା ପାଇବାରୁ ବଞ୍ଚିତ ହୋଇଛନ୍ତି। ଗୋଟିଏପଟେ ସରକାର କନିଷ୍ଠ ଶିକ୍ଷକ ସ୍କିମାଟିକ୍‌‌ଙ୍କ ଦରମା ପ୍ରାୟ ୫ ହଜାର ବଢ଼ାଇଥିବା ବେଳେ […]

ଭୁବନେଶ୍ୱର: ଅଚଳ ହୋଇପଡ଼ିଛି ଡିଜି-ଗଭ୍‌‌ ପୋର୍ଟାଲ। ଫଳରେ ବିଦ୍ୟାଳୟକୁ ମିଳୁଥିବା ବିଭିନ୍ନ ଅନୁଦାନ ଠପ୍‌ ହୋଇଯାଇଛି। ବିଦ୍ୟାଳୟ ଉନ୍ନତୀକରଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ବିଭିନ୍ନ ଅତ୍ୟାବଶ୍ୟକ କାର୍ଯ୍ୟ ବାକିରେ ଚାଲୁଛି। ଏପରିକି, ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ମଧ୍ୟ ଦରମା ମିଳୁନି। ପ୍ରାୟ ୨୦ଦିନ ହେବ ପୋର୍ଟାଲ୍‌‌ର ଅଚଳାବସ୍ଥା ଲାଗି ରହିଥିବାରୁ ପ୍ରାୟ ୪୬ ହଜାର ଶିକ୍ଷକ ଦରମା ପାଇବାରୁ ବଞ୍ଚିତ ହୋଇଛନ୍ତି। ଗୋଟିଏପଟେ ସରକାର କନିଷ୍ଠ ଶିକ୍ଷକ ସ୍କିମାଟିକ୍‌‌ଙ୍କ ଦରମା ପ୍ରାୟ ୫ ହଜାର ବଢ଼ାଇଥିବା ବେଳେ ଅଧାରୁ ଅଧିକ ଜିଲ୍ଲାର ସ୍କିମାଟିକ୍‌‌ ଶିକ୍ଷକମାନେ ଚାକିରି କରିବା ଦିନଠାରୁ ଆଦୌ ଦରମା ପାଇନାହାନ୍ତି।

ଆହୁରି ପଢ଼ନ୍ତୁ: କୋର୍ଟରେ ଖାରଜ ହେଲା ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ଅପବ୍ୟବହାର ମାମଲା

ଡିଜି-ଗଭ୍‌‌ ପୋର୍ଟାଲ ଜରିଆରେ ସ୍କୁଲଗୁଡ଼ିକୁ ସମସ୍ତ ଅନୁଦାନ ପ୍ରଦାନ କରାଯାଇଥାଏ। କିନ୍ତୁ ଏହା ଅଚଳ ହୋଇପଡ଼ିଥିବାରୁ କମ୍ପୋଜିଟ୍‌‌ ଓ ଖେଳ ଅନୁଦାନ, ବିଦ୍ୟାଳୟର ନିରାପତ୍ତା ଓ ସୁରକ୍ଷା, ଏଫ୍‌‌ଏଲ୍‌‌ଏନ୍‌‌, ଇକୋ ଆଣ୍ଡ ୟୁଥ୍‌‌ କ୍ଲବ୍‌‌, ଛାତ୍ରଛାତ୍ରୀଙ୍କ ପୋଷାକ ପରି ବିଭିନ୍ନ ଅନୁଦାନ ମିଳିପାରୁନି। ସମସ୍ୟା ଏମିତି ଯେ ବିଦ୍ୟାଳୟରେ ବଲ୍‌‌ବ, ପଙ୍ଖା ଖରାପ ହେଲେ ମଧ୍ୟ ସଜାଡ଼ିବାକୁ ଅନୁଦାନ ନାହିଁ। ଅନୁରୂପ ଭାବେ ଏହି ପୋର୍ଟାଲ ମାଧ୍ୟମରେ କନିଷ୍ଠ ଶିକ୍ଷକ, ଖେଳ ଶିକ୍ଷକ ଓ ଏକ୍ସ କ୍ୟାଡର ଶିକ୍ଷକ, ଖେଳ ଶିକ୍ଷକ ଓ କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌‌)ମାନେ ଦରମା ପାଇଥା’ନ୍ତି। ଏହି ସମସ୍ତ ବର୍ଗର ଶିକ୍ଷକଙ୍କ ସଂଖ୍ୟା ପ୍ରାୟ ୪୬ ହଜାରରୁ ଅଧିକ। ସେମାନେ ସମସ୍ତେ ଡିସେମ୍ବର ମାସର ଦରମା ପାଇପାରୁନାହାନ୍ତି।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

ସେହିପରି କାର୍ଯ୍ୟରତ ଥିବା ୧୩,୭୪୦କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌‌)ଙ୍କ ମଧ୍ୟରୁ ଅଧାରୁ ଅଧିକ ଜିଲ୍ଲାରେ ମୂଳରୁ ଦରମା ପାଇନାହାନ୍ତି। ଅର୍ଥାତ ଅକ୍ଟୋବର ୫ ତାରିଖରେ ନିଯୁକ୍ତି ପାଇବାଠାରୁ ତିନି ମାସ ବିତିଥିଲେ ମଧ୍ୟ ଅଧାରୁ ଅଧିକ ଜିଲ୍ଲାରେ ଆଦୌ ଦରମା ପାଇନାହାନ୍ତି। ଫଳରେ ସେମାନେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ସଜବାଜ ହେଉଛନ୍ତି। ବହୁ ଜିଲ୍ଲାରେ କନିଷ୍ଠ ଶିକ୍ଷକମାନେ ନିୟମିତ ହୋଇଥିଲେ ମଧ୍ୟ ବର୍ଦ୍ଧିତ ଦରମା ପାଇପାରୁନାହାନ୍ତି। ଏହାର ପରିଚାଳନା ଦାୟିତ୍ୱ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା)ର ହୋଇଥିବା ବେଳେ ଏଯାଏ ଠିକ୍‌‌ କରାଯାଇ ନଥିବାରୁ ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ଗତ ଶିକ୍ଷାବର୍ଷ ଆରମ୍ଭରୁ ଡିଜି-ଗଭ୍‌‌ ପୋର୍ଟାଲ୍‌‌ ଆରମ୍ଭ ହୋଇଛି। ଏହା ପୂର୍ବରୁ ପିଏଫ୍‌‌ଏମ୍‌‌ଏସ୍‌‌ ପୋର୍ଟାଲ ମାଧ୍ୟମରେ ଏହି ସମସ୍ତ କାର୍ଯ୍ୟ ହେଉଥିଲା। ପିଏଫ୍‌‌ଏମ୍‌‌ଏସ୍‌‌ ପୋର୍ଟାଲ ବାରମ୍ବାର ଅଚଳ ହେବାରୁ ଡିଜି-ଗଭ୍‌‌ ପୋର୍ଟାଲ୍‌‌କୁ ଆପଣାଇଥିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର