ରାଜ୍ୟରେ ଜାରି ରହିବ ଆଉ ୨ ଦିନ ଶୀତ, ଘନ କୁହୁଡ଼ି

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଆହୁରି ୨ଦିନ ବିଭିନ୍ନ ସ୍ଥାନରେ କୁହୁଡ଼ି ଜାରି ରହିବ। ସାରା ରାଜ୍ୟରେ ବର୍ତ୍ତମାନ ଶୀତର ପ୍ରଭାବ ଜାରି ରହିଛି। ଏହାସହ କୁହୁଡ଼ି ଯୋଗୁଁଁ ଯାନବାହନ ଚଳାଚଳରେ ଅନେକ ସମସ୍ୟା ସୃଷ୍ଟି ହେଉଛି। ଏହି ସ୍ଥିତି ଆହୁରି ୨ ଦିନ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କ୍ୁହାଯାଇଛି। ତେବେ ପରେ ତାପମାତ୍ରାରେ ବୃଦ୍ଧି ହେବା ସହ ଶୀତର ପ୍ରଭାବ କମିବ ବୋଲି କୁହାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୨ଦିନ […]

ଭୁବନେଶ୍ୱର: ରାଜ୍ୟରେ ଆହୁରି ୨ଦିନ ବିଭିନ୍ନ ସ୍ଥାନରେ କୁହୁଡ଼ି ଜାରି ରହିବ। ସାରା ରାଜ୍ୟରେ ବର୍ତ୍ତମାନ ଶୀତର ପ୍ରଭାବ ଜାରି ରହିଛି। ଏହାସହ କୁହୁଡ଼ି ଯୋଗୁଁଁ ଯାନବାହନ ଚଳାଚଳରେ ଅନେକ ସମସ୍ୟା ସୃଷ୍ଟି ହେଉଛି। ଏହି ସ୍ଥିତି ଆହୁରି ୨ ଦିନ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କ୍ୁହାଯାଇଛି। ତେବେ ପରେ ତାପମାତ୍ରାରେ ବୃଦ୍ଧି ହେବା ସହ ଶୀତର ପ୍ରଭାବ କମିବ ବୋଲି କୁହାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୨ଦିନ ମଧ୍ୟରେ ପ୍ରାୟ ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ବିଶେଷକରି ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବା ହେତୁ ଶୀତ ହ୍ରାସ ହେବ। ଶୁକ୍ରବାର ରାତିରୁ ଶନିବାର ସକାଳ ମଧ୍ୟରେ ସୁନ୍ଦରଗଡ଼଼, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ଘନ କୁହୁଡ଼ି ଆଶଙ୍କା ରହିଛି। ଏହାସହ କେନ୍ଦୁଝର, ଝାରସୁଗୁଡ଼ା, କଳାହାଣ୍ଡି, ଅନୁଗୁଳ, ଢେଙ୍କାନାଳରେ ମଧ୍ୟମ ଧରଣର କୁହୁଡ଼ି ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଘନ କୁହୁଡ଼ି ପାଇଁ ୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ବେଙ୍ଗାଲୁରୁ-ଭୁବନେଶ୍ୱର ଟ୍ରେନରୁ ଜଗତସିଂହପୁରର ମହିଳା ଓ ୯ ମାସର ଶିଶୁପୁତ୍ର ନିଖୋଜ

ଗତ ୨୪ ଘଣ୍ଟା ମଧ୍ୟରେ ଜି. ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ଏଠାରେ ତାପମାତ୍ରା ୫.୨ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ଝାରସୁଗୁଡାରେ ୬.୦ ଡିଗ୍ରୀ, ରାଉରକେଲା ୬.୪, ଫୁଲବାଣୀ ୬.୮, ସେମିଳିଗୁଡ଼ା ୭.୧, ଦାରିଙ୍ଗବାଡ଼ି ୮ ଓ ସୁନ୍ଦରଗଡ଼଼ରେ ତାପମାତ୍ରା ୮.୨ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି କଟକରେ ସର୍ବନିମ୍ନ ୧୩.୫ଡିଗ୍ରୀ ଏବଂ ଭୁବନେଶ୍ୱରରେ ୧୫.୧ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର