ଆସନ୍ତାକାଲି ବାମଦଳର ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା, କଂଗ୍ରେସର ସମର୍ଥନ

The Sakala Picture
Published On

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଓ ଜୀବିକା ସଙ୍କଟାପନ୍ନ ହୋଇପଡ଼ିଛି । ତାସାଙ୍ଗକୁ ଶହେ ଉପରେ ପେଟ୍ରୋଲ ଓ ଡିଜେଲ, ୯ ଶହ ମୁହାଁ ଗ୍ୟାସ୍ । ହୋଟେଲରୁ ହାଣ୍ଡିଶାଳ ମହଙ୍ଗା ମାଡ଼ରେ ସବୁ ଅସ୍ତବ୍ୟସ୍ତ ହୋଇ ପଡ଼ିଲେଣି । ଅହେତୁକ ଦରବୃଦ୍ଧିର ପ୍ରତିବାଦ କରି ଆସନ୍ତାକାଲି ଗୁରୁବାର ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି ବାମ ଦଳ । ଏଣୁ ଜନମାରଣ ନୀତି ବିରୁଦ୍ଧରେ ସିପିଆଇ, ସିପିଆଇ (ଏମ), ସିପିଆଇ(ଏମଏଲ) […]

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଓ ଜୀବିକା ସଙ୍କଟାପନ୍ନ ହୋଇପଡ଼ିଛି । ତାସାଙ୍ଗକୁ ଶହେ ଉପରେ ପେଟ୍ରୋଲ ଓ ଡିଜେଲ, ୯ ଶହ ମୁହାଁ ଗ୍ୟାସ୍ । ହୋଟେଲରୁ ହାଣ୍ଡିଶାଳ ମହଙ୍ଗା ମାଡ଼ରେ ସବୁ ଅସ୍ତବ୍ୟସ୍ତ ହୋଇ ପଡ଼ିଲେଣି । ଅହେତୁକ ଦରବୃଦ୍ଧିର ପ୍ରତିବାଦ କରି ଆସନ୍ତାକାଲି ଗୁରୁବାର ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି ବାମ ଦଳ ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା: ଅକ୍ଟୋବର ୨୪ ସୁଦ୍ଧା ଉପକୂଳକୁ ଫେରିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ

ଏଣୁ ଜନମାରଣ ନୀତି ବିରୁଦ୍ଧରେ ସିପିଆଇ, ସିପିଆଇ (ଏମ), ସିପିଆଇ(ଏମଏଲ) ଲିବରେସନ, ଫରୱାର୍ଡ ବ୍ଲକ ପ୍ରମୁଖ ୪ଟି ବାମ ଦଳ ଆସନ୍ତାକାଲି (ଜୁଲାଇ ୧୫) ତାରିଖ ଗୁରୁବାର ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ୟ୍ୟନ୍ତ ୬ ଘଣ୍ଟିଆ ‘ଓଡ଼ିଶା ବନ୍ଦ’ର ଡାକରା ଦେଇଛନ୍ତି । ଏହି ବନ୍ଦ ଡାକରାକୁ ଭାରତୀୟ ଜାତୀୟ କଂଗ୍ରେସ ପୂର୍ଣ୍ଣ ସମର୍ଥନ କରିବ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି ବୋଲି ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଏକ ବିଜ୍ଞପ୍ତିରେ ଜଣାଇଛନ୍ତି ।

ଆହୁରି ପଢ଼ନ୍ତୁ: ବିଜେପି ନେତାଙ୍କ ମନ୍ତବ୍ୟକୁ ବିଜେଡିର କଡ଼ା ବିରୋଧ: ନବୀନଙ୍କ ବୟସକୁ ନେଇ ଆକ୍ଷେପ ବିକୃତ ମାନସିକତା

୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଲୋକସେବା ଭବନ, ଖାରବେଳ ଭବନରେ ସୁରକ୍ଷାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛି ଗୃହ ବିଭାଗ । ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନରେ କାର୍ୟ୍ୟରତ କର୍ମଚାରୀ ସକାଳ ୯ଟା ୩୦ ସୁଦ୍ଧା ଅଫିସ୍ ପହଞ୍ଚିବାକୁ କୁହାଯାଇଛି । ଲୋକସେବା ଭବନର ମୁଖ୍ୟ ଫାଟକ ଦିନ ୧୦ଟା ୧୫ ସୁଦ୍ଧା ବନ୍ଦ କରି ଦିଆଯିବ ।

ଆହୁରି ପଢ଼ନ୍ତୁ: ବାତ୍ୟା ଆଶଙ୍କା: ଅକ୍ଟୋବର ୨୮ ଓ ୨୯ ତାରିଖରେ ରାଜ୍ୟର ୫ଟି ଜିଲ୍ଲାରେ ସ୍କୁଲ ଓ କଲେଜ ବନ୍ଦ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର