ସାଇବର ଠକଙ୍କ ଜାଲରେ ପଡ଼ି କୋଟିଏରୁ ଅଧିକ ଟଙ୍କା ହରାଇଲେ ପୂର୍ବତନ ସେନା ଅଧିକାରୀ

The Sakala Picture
Published On

କଟକ: ପୁଣି ମାତିଲେ ସାଇବର ଠକ । ଜଣେ ପୂର୍ବତନ ସେନା ଅଧିକାରୀଙ୍କଠାରୁ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଲୁଟିନେଲେ ସାଇବର ଠକ । କଟକରେ ଫିଲ୍ମ ଷ୍ଟାଇଲରେ ସାଇବର ଠକେଇ ଶିକାର ହୋଇଛନ୍ତି ପୂର୍ବତନ ସେନା ଅଧିକାରୀ। ଡିସେମ୍ଵର ୧୮ ତାରିଖରେ ଦିନ ଗୋଟାଏ ସମୟରେ ସେନା ଅଧିକାରୀଙ୍କ ହ୍ୱାଟ୍‌ସଆପ୍‍କୁ ଏକ ଭିଡିଓ କଲ୍ ଆସିଲା । ଅଫିସ ଭଳି ଦେଖାଯାଉଥିବା ଘରେ କିଛି ଅଧିକାରୀ ବସିଥିଲେ । ଫୋନ୍ କରିଥିବା ବ୍ୟକ୍ତିଜଣକ ନିଜକୁ ‘ନାର୍କୋଟିକ୍ସ କଣ୍ଟ୍ରୋଲ […]

କଟକ: ପୁଣି ମାତିଲେ ସାଇବର ଠକ । ଜଣେ ପୂର୍ବତନ ସେନା ଅଧିକାରୀଙ୍କଠାରୁ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଲୁଟିନେଲେ ସାଇବର ଠକ । କଟକରେ ଫିଲ୍ମ ଷ୍ଟାଇଲରେ ସାଇବର ଠକେଇ ଶିକାର ହୋଇଛନ୍ତି ପୂର୍ବତନ ସେନା ଅଧିକାରୀ। ଡିସେମ୍ଵର ୧୮ ତାରିଖରେ ଦିନ ଗୋଟାଏ ସମୟରେ ସେନା ଅଧିକାରୀଙ୍କ ହ୍ୱାଟ୍‌ସଆପ୍‍କୁ ଏକ ଭିଡିଓ କଲ୍ ଆସିଲା । ଅଫିସ ଭଳି ଦେଖାଯାଉଥିବା ଘରେ କିଛି ଅଧିକାରୀ ବସିଥିଲେ । ଫୋନ୍ କରିଥିବା ବ୍ୟକ୍ତିଜଣକ ନିଜକୁ ‘ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ’ ଅଧିକାରୀ ପରିଚୟ ଦେଇଥିଲା । ତୁମ ଆଧାରକାର୍ଡ ନମ୍ବରରେ ଏକାଧିକ ଫୋନ୍ ନମ୍ବର ଆକ୍ଟିଭ୍ ରହିବା ସହିତ ମନି ଲଣ୍ଡରିଂ ଅଭିଯୋଗ ରହିଥିବା କହିଥିଲେ ।

ଆହୁରି ପଢ଼ନ୍ତୁ: ଜଙ୍ଗଲରୁ ନିଖୋଜ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର, ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ବିଦେଶ ଲିଙ୍କ ସହ ବିଭିନ୍ନ ବ୍ୟାଙ୍କରୁ ଟଙ୍କା ଠକେଇ ଭଳି ବେଆଇନ କାମରେ ତୁମର ସଂପୃକ୍ତ ରହିଛି। ତୁମ ଫୋନ୍ ନମ୍ବରର ଏକ ଲିଙ୍କ୍ ବିଦେଶର ଏକାଧିକ ନିଶା ବେପାରୀଙ୍କ ସହିତ ମିଳିଛି । ତମକୁ ଡିଜିଟାଲ ଆରେଷ୍ଟ କରାଗଲା । ଆସନ୍ତାକାଲି ସ୍ପେଶାଲ ସିବିଆଇ କୋର୍ଟରେ ତୁମର ବିଚାର ଚାଲିବ, ତମେ ଉପସ୍ଥିତ ରହିବ। ପୁଣି ୧୯ ତାରିଖରେ ୱାଟ୍ସଆପରେ ଭିଡିଓ କଲ ଆସିଥିଲା । ପୁରା କୋର୍ଟ ରୁମ ଭଳି ଦେଖାଯାଉଥିଲା। ବିଚାରପତି ଭଳି ଜଣେ ପୋଷାକ ପିନ୍ଧିଥିବା ବ୍ୟକ୍ତି ସେନା ଅଧିକାରୀଙ୍କୁ ପଚରାଉଚରା କରିଥିଲେ । ତୁମ ନାରେ ଅଭିଯୋଗ ହୋଇଛି ତମକୁ ବେଲ ମିଳିବ ନାହିଁ ବୋଲି କହିଥିଲେ । ଡିଜିଟାଲ ଆରେଷ୍ଟ ହୋଇଛ ତମେ । ତୁରନ୍ତ ଯେଉଁ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଟ୍ରାଞ୍ଜାକ୍ସନ ହୋଇଛି ସମସ୍ତ ଟଙ୍କା ପଠାଅ ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେବାର ଆଶଙ୍କା

ମାମଲା ସରିବା ପରେ ଟଙ୍କା ଫେରିପାଇବ। ପ୍ରଥମେ ୬୭ ଲକ୍ଷ ଏବଂ ଏହାପରେ ଫିକ୍ସଡ୍ ଡିପୋଜିଟ ଥିବା ଟଙ୍କା ଉଠାଇ ପଠାଇବା ସହିତ ପରଦିନ ପୁଣି ୩୭ ଲକ୍ଷ ଟଙ୍କା ପଠେଇ ଦେଇଥିଲେ। ଏଣୁ ଠକେଇର ଶିକାର ହୋଇଥିବା ଜାଣିପାରି ସେନା ଅଧିକାରୀ ଜଣକ ସାଇବର ଥାନାରେ ଏତଲା ଦେଇଛନ୍ତି । ପୋଲିସ ପ୍ରାଥମିକ ତଦନ୍ତ ପରେ ଏହି ଫୋନ କଲ ମୁମ୍ବାଇରୁ ଆସିଥିବା ଜାଣିବାକୁ ପାଇଛି। ଏହାର ନମ୍ବର ଯାଞ୍ଚ କରିବା ସହ ଆଇପି ଆଡ୍ରେସ ମଧ୍ୟ ଯାଞ୍ଚ କରୁଛି । ପୋଲିସ ପ୍ରକୃତ ଅପରାଧୀଙ୍କ ପାଖରେ ପହଁଞ୍ଚିବା ପାଇଁ ଆବଶ୍ୟକ ପଡ଼ିଲେ ରାଜ୍ୟ ବାହାରକୁ ଟିମ୍ ଯିବ ବୋଲି କହିଛନ୍ତି କଟକ ଅତରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା ।

ଆହୁରି ପଢ଼ନ୍ତୁ: ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ ଏନକାଉଣ୍ଟର କରି କାବୁକଲା କେନ୍ଦୁଝର ପୁଲିସ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର