ଉପାନ୍ତ ଅଞ୍ଚଳରେ ଡିଜିଟାଲ ସଂଯୋଗ ସାଜିଛନ୍ତି ସୂରଜ

The Sakala Picture
Published On

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାର ନୀଳଗିରି ଉପଖଣ୍ଡ ହେଉଛି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ନୀଳଗିରିରେ ବସବାସ କରୁଥିବା ଜନସଂଖ୍ୟାର ପ୍ରାୟ ତିନି ଭାଗ ଆଦିବାସୀ। କରୋନା ମହାମାରୀର ବିପତ୍ତି ଗାଁକୁ ଛୁଇଁବା ପରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ମିଳିବା କଷ୍ଟକର। କରୋନା ଦ୍ୱିତୀୟ ଲହରିରେ ଗାଁ ଗଣ୍ଡାର ଘରେ ଘରେ ସଂକ୍ରମଣ ମାତିଛି। କରୋନା ମହାମାରୀ ବେଳେ ସଚେତନ ନ ଥିବା ଲୋକଙ୍କ ପାଇଁ ଦେବଦୂତ ସାଜିଛନ୍ତି ଯୁବ ଡାକ୍ତର ସୁରଜ। ପୂରାନାମ ସୂରଜ କୁମାର ଜେନା। ପୂର୍ବରୁ […]

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାର ନୀଳଗିରି ଉପଖଣ୍ଡ ହେଉଛି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ନୀଳଗିରିରେ ବସବାସ କରୁଥିବା ଜନସଂଖ୍ୟାର ପ୍ରାୟ ତିନି ଭାଗ ଆଦିବାସୀ। କରୋନା ମହାମାରୀର ବିପତ୍ତି ଗାଁକୁ ଛୁଇଁବା ପରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ମିଳିବା କଷ୍ଟକର। କରୋନା ଦ୍ୱିତୀୟ ଲହରିରେ ଗାଁ ଗଣ୍ଡାର ଘରେ ଘରେ ସଂକ୍ରମଣ ମାତିଛି। କରୋନା ମହାମାରୀ ବେଳେ ସଚେତନ ନ ଥିବା ଲୋକଙ୍କ ପାଇଁ ଦେବଦୂତ ସାଜିଛନ୍ତି ଯୁବ ଡାକ୍ତର ସୁରଜ। ପୂରାନାମ ସୂରଜ କୁମାର ଜେନା। ପୂର୍ବରୁ ଗାଁ ଗାଁରେ ପହଞ୍ଚି କ୍ୟାମ୍ପ କରି ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଥିଲେ ଡାକ୍ତର ସୁରଜ କୁମାର ଜେନା। ଏବେ ମହାମାରୀ ସମୟରେ ଗାଁରେ କ୍ୟାମ୍ପ କରି ସେବା ଯୋଗାଇବା ସମ୍ଭବ ହେଉନି ସତ; ତେବେ ଡାକ୍ତରଙ୍କ ଇଚ୍ଛା ଶକ୍ତି ଓ ମନୋବଳ ଆଗରେ ମହାମାରୀ ବି ମୁଣ୍ଡ ନୁଆଁଇଛି।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ମେଡିକାଲରେ ରୋଗୀଙ୍କୁ ସେବା ଯୋଗାଇ ସାରିବା ପରେ ଡିଜିଟାଲ ମାଧ୍ୟମ ଅର୍ଥାତ ଭିଡିଓ କଲ୍‍ ଜରିଆରେ ରୋଗୀ ଦେଖୁଛନ୍ତି ସୁରଜ। ଏହାସହ କରୋନା ବାବଦରେ ଲୋକଙ୍କୁ ସଚେତନ ବି କରୁଛନ୍ତି ସେ। ପୂର୍ବରୁ ଆଦିବାସୀ ଇଲାକାରେ ଅବସର ସମୟରେ ରୋଗୀ ସେବା କରୁଥିଲେ ନୀଳଗିରି ଉପଖଣ୍ଡ ସନ୍ତରାଗଡ଼ିଆ ଅଞ୍ଚଳର ଏହି ଯୁବ ଡାକ୍ତର। ଯିଏକି ଏମ୍‌ବିବିଏସ୍‌ ପରେ ରୋଗୀସେବାକୁ ବ୍ରତକରି କାର୍ଯ୍ୟ କରି ଚାଲିଛନ୍ତି। ୨୦୧୯ ମସିହା ମାର୍ଚ୍ଚ ମାସଠୁ ନୀଳଗିରିର ବରହମ୍‌ପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସୂରଜ ନିଯୁକ୍ତି ପାଇଲେ। ରୋଗୀସେବା ଯୋଗାଇବା ସହ ଯେଉଁ ଗାଁକୁ ଆମ୍ବୁଲାନ୍ସ ଯିବା ସମ୍ଭବ ନୁହଁ, ସେହି ପାହାଡ଼ି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବାଇକ୍‌ ଯୋଗେ ପହଞ୍ଚି କ୍ୟାମ୍ପ କରି ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇବା ସହ ମାଗଣା ଔଷଧ ବି ଯୋଗାଉଥିଲେ।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

ଏବେ କରୋନା ମହାମାରୀ ପାଇଁ ଲୋକଙ୍କୁ ଏକଜୁଟ କରିବା ସମ୍ଭବ ନୁହଁ; ତଥାପି ସେ ତାଙ୍କ ଅଞ୍ଚଳବାସୀଙ୍କଠୁ ଦୂରେଇ ନାହାନ୍ତି। ମହାମାରୀ ବି ଡାକ୍ତର ସୂରଜଙ୍କ ଆଗରେ ହାର ମାନିଛି। ସ୍ୱାସ୍ଥ୍ୟକେନ୍ଦ୍ରରେ କାମ ସମୟରେ ମେଡିକାଲରେ ରୋଗୀଙ୍କୁ ଉତ୍ତମ ସେବା ଯୋଗାଇବା ପରେ ନିଜ ଘରକୁ ଯାଇ ବିଶ୍ରାମ ନେଉନାହାନ୍ତି। ରୋଗୀସେବା ପାଇଁ ଡିଜିଟାଲ ପ୍ଲାଟଫର୍ମକୁ ଆପଣେଇ ରୋଗୀଙ୍କୁ ସେବା ଯୋଗାଉଛନ୍ତି। ଭିଡିଓ କଲ୍‌ ମାଧ୍ୟମରେ ରୋଗୀଦେଖି ଔଷଧ ପାଇଁ ପ୍ରେସ୍‌କ୍ରିପ୍‌ସନ୍‌ ବି କରୁଛନ୍ତି, ତାହାବି ସମ୍ପୂର୍ଣ୍ଣ ମାଗଣାରେ। ମହାମାରୀର ପ୍ରଥମ ଲହରରେ କୋଭିଡ୍‌ ଡ୍ୟୁଟି କରିଥିବା ବେଳେ ଆଜି ଯାଏ ହଜାର ହଜାର କୋଭିଡ୍‌ ରୋଗୀଙ୍କୁ ନିଜସ୍ୱ ପ୍ରୟାସରେ ଚିକିତ୍ସା କରିଥିବା ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ତେବେ ଆଦିବାସୀ ବହୁଳ ଅଞ୍ଚଳରେ ଦିନରାତି ଅହରହ ସେବା ଯୋଗାଉଥିବା ଡାକ୍ତର ସୂରଜଙ୍କୁ ଦେବଦୂତ ବୋଲି ନୀଳଗିରି ଅଞ୍ଚଳବାସୀ କହିଛନ୍ତି। ବାସ୍ତବରେ ସୂରଜଙ୍କ ଏଭଳି ପ୍ରୟାସକୁ ସାଧାରଣ ଲୋକଙ୍କ ମଧ୍ୟରେ ଦୃଢ଼ ବିଶ୍ୱାସ ସୃଷ୍ଟି କରିଛି। କରୋନା ସମୟରେ ରୋଗୀଙ୍କ ମନୋବଳକୁ ସୁଦୃଢ଼ କରିବାରେ ଡାକ୍ତର ସୂରଜ ଗ୍ରହଣ କରିଥିବା ପଦକ୍ଷେପକୁ ନେଇ ଏବେ ସେ ସାଧାରଣରେ ଓ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାରେ ରହିବା ସହ ପ୍ରଶଂସା ସାଉଁଟିଛନ୍ତି। ତାଙ୍କଠାରୁ ସେବା ପାଇ ଲୋକେ ତାଙ୍କୁ ଚଳନ୍ତି ଭଗବାନର ଆଖ୍ୟା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର