ମନୋରଞ୍ଜନ
ଓଡ଼ିଶା
ହାଓଡା-ଚେନ୍ନାଇ ଏବଂ ଭୁବନେଶ୍ୱର-କୋଲକାତା ରେଳପଥରେ ବଢ଼ୁଥିବା ଟ୍ରାଫିକ୍କୁ ନେଇ ରାଜ୍ୟସଭାରେ ସାଂସଦ ମାନସ ମଙ୍ଗରାଜଙ୍କ ଉଦ୍ବେଗ ପ୍ରକାଶ
ନୂଆଦିଲ୍ଲୀ: ବ୍ୟସ୍ତବହୁଳ ହାଓଡ଼ା-ଚେନ୍ନାଇ ଓ ଭୁବନେଶ୍ୱର-କୋଲକାତା ରୁଟ୍ରେ ବଢ଼ୁଥିବା ଟ୍ରାଫିକ୍ ସମସ୍ୟା ସମାଧାନ ପାଇଁ ପ୍ରଚଳିତ ରେଳ ଲାଇନ୍ର ଦକ୍ଷତା ବୃଦ୍ଧି କରାଯାଉଛି। ଓଡ଼ିଶାରେ ୧୦ ଅଟୋମେଟିକ୍ ବ୍ଲକ୍ ସିଗ୍ନାଲିଂକୁ ଅନୁମୋଦନ କରାଯାଇଛି। ଏହାସହ ନିର୍ଗୁଣ୍ଡି-ବାରଙ୍ଗ ତୃତୀୟ ଲାଇନ୍, ଖୋର୍ଦ୍ଧାରୋଡ୍-ବିଜୟନଗରମ୍, ଭଦ୍ରକ-ବିଜୟନଗରମ୍ ସେକ୍ସନ୍ରେ ରେଳ ଲାଇନ୍କୁ ଅନୁମୋଦନ କରାଯାଇଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଓଡ଼ିଶା ଦେଇ ଯାଇଥିବା ବ୍ୟସ୍ତବହୁଳ ହାଓଡା-ଚେନ୍ନାଇ ଏବଂ ଭୁବନେଶ୍ୱର-କୋଲକାତା ରେଳପଥରେ ବଢ଼ୁଥିବା ଟ୍ରାଫିକ୍କୁ ନେଇ ରାଜ୍ୟସଭାରେ ସାଂସଦ ମାନସ […]
ନୂଆଦିଲ୍ଲୀ: ବ୍ୟସ୍ତବହୁଳ ହାଓଡ଼ା-ଚେନ୍ନାଇ ଓ ଭୁବନେଶ୍ୱର-କୋଲକାତା ରୁଟ୍ରେ ବଢ଼ୁଥିବା ଟ୍ରାଫିକ୍ ସମସ୍ୟା ସମାଧାନ ପାଇଁ ପ୍ରଚଳିତ ରେଳ ଲାଇନ୍ର ଦକ୍ଷତା ବୃଦ୍ଧି କରାଯାଉଛି। ଓଡ଼ିଶାରେ ୧୦ ଅଟୋମେଟିକ୍ ବ୍ଲକ୍ ସିଗ୍ନାଲିଂକୁ ଅନୁମୋଦନ କରାଯାଇଛି। ଏହାସହ ନିର୍ଗୁଣ୍ଡି-ବାରଙ୍ଗ ତୃତୀୟ ଲାଇନ୍, ଖୋର୍ଦ୍ଧାରୋଡ୍-ବିଜୟନଗରମ୍, ଭଦ୍ରକ-ବିଜୟନଗରମ୍ ସେକ୍ସନ୍ରେ ରେଳ ଲାଇନ୍କୁ ଅନୁମୋଦନ କରାଯାଇଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।
ଓଡ଼ିଶା ଦେଇ ଯାଇଥିବା ବ୍ୟସ୍ତବହୁଳ ହାଓଡା-ଚେନ୍ନାଇ ଏବଂ ଭୁବନେଶ୍ୱର-କୋଲକାତା ରେଳପଥରେ ବଢ଼ୁଥିବା ଟ୍ରାଫିକ୍କୁ ନେଇ ରାଜ୍ୟସଭାରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଉଦ୍ବେଗ ପ୍ରକାଶ କରିଛନ୍ତି। ଏହାସହ ରାଜ୍ୟରେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳସଂଖ୍ୟା ବୃଦ୍ଧି, ରେଳ ଚଳାଚଳରେ ହେଉଥିବା ବିଳମ୍ବ କମାଇବାକୁ ଗ୍ରହଣ କରାଯାଇଥିବା ଜ୍ଞାନକୌଶଳ ସମ୍ପର୍କରେ ଶ୍ରୀ ମଙ୍ଗରାଜ ପ୍ରଶ୍ନ କରିଛନ୍ତି। ଏହାର ଉତ୍ତରରେ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ଓଡ଼ିଶା ବାଟ ଦେଇ ଓ ଓଡ଼ିଶାରେ ୧୦ଟି ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରୁଛି। ଓଡ଼ିଶାରେ ୨୬ଟି ରେଳ ଲାଇନର ଦୋହରୀକରଣ ଚାଲିଛି ଓ ଗୋଟିଏ ରେଳ ଲାଇନର ଗଜ୍ ପରିବର୍ତ୍ତନ ହେଉଛି। ୧୩ଟି ନୂଆ ରେଳ ଲାଇନକୁ ଅନୁମୋଦନ କରାଯାଇଛି। ରାଜ୍ୟରେ ବିଗତ ୩ ବର୍ଷ ମଧ୍ୟରେ ୫୫୯୮ କି.ମି ରେଳ ଲାଇନ୍ ପାଇଁ ୯୦ଟି ସର୍ଭେକୁ ଅନୁମୋଦନ କରାଯାଇଛି।






