ଏମ୍‌ସ ଭୁବନେଶ୍ୱରରେ ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ ଫୋର୍‌ଡି ସ୍ପାଇନ୍‌ ଓ ଗେଟ୍‌ ଆନାଲିସିସ୍ ଲ୍ୟାବ୍ ଉଦଘାଟିତ

The Sakala Picture
Published On

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱରରେ ପୂର୍ବ ଭାରତରେ ପ୍ରଥମ ତଥା ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ ଫୋର୍‌ଡି ସ୍ପାଇନ୍‌ ଓ ଗେଟ୍‌ ଆନାଲିସିସ୍ ଲ୍ୟାବ୍ ଉଦ୍ଘାଟିତ ହୋଇଯାଇଛି। ଶାରୀରିକ ଚିକିତ୍ସା ଏବଂ ପୁନର୍ବାସ ବିଭାଗ (ପିଏମଆର) ପକ୍ଷରୁ ଅର୍ନ୍ତଜାତୀୟ ଦିବ୍ୟାଙ୍ଗ ଦିବସ ଅବସରରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏକାଧିକ ବ୍ୟବସ୍ଥା ଥିବା ଏହି ଲ୍ୟାବ୍‌ର ଶୁଭାରମ୍ଭ କରିଛନ୍ତି। ନୂତନ ଭାବେ ପ୍ରତିଷ୍ଠିତ ଏହି ଲ୍ୟାବ୍‌ରେ ପ୍ରୋ‌ଷ୍ଥେଟିକ୍‌ ଏବଂ ଅର୍ଥୋଟିକ୍ ସେବା, ଅକୁପେସନାଲ୍‌ ଚିକିତ୍ସା, ଫିଜିଓଥେରାପି ୟୁନିଟ୍ ସମେତ ଅନ୍ୟାନ୍ୟ […]

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱରରେ ପୂର୍ବ ଭାରତରେ ପ୍ରଥମ ତଥା ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ ଫୋର୍‌ଡି ସ୍ପାଇନ୍‌ ଓ ଗେଟ୍‌ ଆନାଲିସିସ୍ ଲ୍ୟାବ୍ ଉଦ୍ଘାଟିତ ହୋଇଯାଇଛି। ଶାରୀରିକ ଚିକିତ୍ସା ଏବଂ ପୁନର୍ବାସ ବିଭାଗ (ପିଏମଆର) ପକ୍ଷରୁ ଅର୍ନ୍ତଜାତୀୟ ଦିବ୍ୟାଙ୍ଗ ଦିବସ ଅବସରରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏକାଧିକ ବ୍ୟବସ୍ଥା ଥିବା ଏହି ଲ୍ୟାବ୍‌ର ଶୁଭାରମ୍ଭ କରିଛନ୍ତି।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ନୂତନ ଭାବେ ପ୍ରତିଷ୍ଠିତ ଏହି ଲ୍ୟାବ୍‌ରେ ପ୍ରୋ‌ଷ୍ଥେଟିକ୍‌ ଏବଂ ଅର୍ଥୋଟିକ୍ ସେବା, ଅକୁପେସନାଲ୍‌ ଚିକିତ୍ସା, ଫିଜିଓଥେରାପି ୟୁନିଟ୍ ସମେତ ଅନ୍ୟାନ୍ୟ ଏକାଧିକ ଆନୁସଙ୍ଗିକ ସେବା ଉପଲବ୍ଧ ହେବ। ଏହି ସମସ୍ତ ସୁବିଧାଗୁଡ଼ିକର ଏକୀକରଣ ଦ୍ୱାରା ସାମଗ୍ରୀକ ରୋଗୀ ସେବା କ୍ଷେତ୍ରରେ ପିଏମଆର୍‌ ବିଭାଗ ଆହୁରି ଅଧିକ ଦୃଢ଼ ହେବ। ଏହି ଲ୍ୟାବ୍‌ ଏମ୍‌ସ ଭୁବନେଶ୍ୱରକୁ ଚିକିତ୍ସା ନିମନ୍ତେ ଆସୁଥିବା ବ୍ୟକ୍ତିବିଶେଷଙ୍କୁ ବିଭିନ୍ନ ପ୍ରକାରର ଉଚ୍ଚମାନର ବ୍ୟକ୍ତିଗତ ପୁନର୍ବାସ ସେବା ଯୋଗାଇବାରେ ସକ୍ଷମ ହେବ। ଲୋକୋମୋଟର ଅକ୍ଷମତା, ମାଂସପେଶୀ-ସ୍କେଲେଟାଲ୍ ଅବସ୍ଥା ଏବଂ କ୍ରୀଡ଼ା ଆଘାତଜନୀତ ଚିକିତ୍ସା ଓ ପୁନର୍ବାସ କ୍ଷେତ୍ରରେ ବିଶେଷ ଉନ୍ନତି ଆଣିବ ବୋଲି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ମତବ୍ୟକ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

ଏହି ଉନ୍ନତ ଜ୍ଞାନକୌଶଳଯୁକ୍ତ ଲ୍ୟାବ୍‌ ଶରୀରର ଗଣ୍ଠି ଉପରେ ରିଅଲ୍ ଟାଇମ୍ ବାୟୋମେକାନିକାଲ୍ ତଥ୍ୟ ପ୍ରଦାନ କରିବା ସହିତ ମେରୁଦଣ୍ଡ ବିକୃତିର ମୂଲ୍ୟାଙ୍କନ ଏବଂ ସଠିକ୍‌ ପରିମାଣ ବାବଦ‌ରେ ସର୍ବାତ୍ତମ ସୂଚନା ପ୍ରଦାନ କରିଥାଏ। ଷ୍ଟ୍ରୋକ୍, ସ୍କୋଲିଓସିସ୍, ବେକ ଏବଂ କମର ଯନ୍ତ୍ରଣା, ପୋଲିଓ ପରବର୍ତ୍ତୀ ଅବଶିଷ୍ଟ ପକ୍ଷାଘାତ, ମାୟୋପାଥି ଏବଂ ନ୍ୟୁରୋପାଥି ପରି ଅବସ୍ଥାର ପରିଚାଳନା ପାଇଁ ଏହା ବିଶେଷ ଲାଭଦାୟକ ଅଟେ।
କ୍ରୀଡ଼ାବିତଙ୍କ ପାଇଁ ଏହି ଲ୍ୟାବ୍ ବିଶେଷ ଲାଭ ପ୍ରଦାନ କରିବ। କ୍ରୀଡ଼ା ପୁନର୍ବାସ ପାଇଁ ରିଅଲ୍-ଟାଇମ୍ ବିଶ୍ଳେଷଣ ପ୍ରଦାନ କରିବା ସହିତ କ୍ରୀଡ଼ାବିତଙ୍କ ପୁନରୁଦ୍ଧାର ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧିରେ ସାହାଯ୍ୟ କରିବ। ଚିହ୍ନଟ ହୋଇପାରୁନଥିବା ଯେକୌଣସି ସାଧାରଣ ଆଘାତର ପରିମାଣକୁ ସଠିକ୍‌ ମୂଲ୍ୟାଙ୍କନ କରିବା ଏବଂ ଏହାର ଚିକିତ୍ସା କ୍ଷେତ୍ରରେ ଏହି ଲ୍ୟାବ୍‌ ଅନନ୍ୟ ଫଳାଫଳ ପ୍ରଦାନ କରିବ। ବିପଦପୂର୍ଣ୍ଣ ବିକିରଣରୁ ମୁକ୍ତ ଏବଂ ସଠିକ୍ ନିଦାନ ପ୍ରଦାନ ସହିତ ଲୁକ୍କାୟିତ ଆଘାତ, ମାଂସପେଶୀ ବ୍ୟାଘାତ, ଶରୀରର ସନ୍ତୁଳନ ଏବଂ ପାଦ ଚାପ ପ୍ରଣାଳୀ ଚିହ୍ନଟ କରିବାରେ ଏହି ବ୍ୟବସ୍ଥା ସୁଦୂରପ୍ରସାରୀ ପ୍ରଭାବ ପକାଇବା ନେଇ ପିଏମଆର ବିଭାଗ ମୁଖ୍ୟ ଡ. ଜଗନ୍ନାଥ ସାହୁ ସୂଚନା ଦେଇଛନ୍ତି।

ଏହି ଅବସରରେ ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ନ୍ୟୁରୋ ସର୍ଜରୀ ବିଭାଗ ମୁଖ୍ୟ ଡ. ଆର୍‌ ଏନ୍‌ ସାହୁ, ନ୍ୟୁରୋଲୋଜି ବିଭାଗ ମୁଖ୍ୟ ଡ. ସଞ୍ଜୀବ କୁମାର ଭୋଇ, ଭାରପ୍ରାପ୍ତ ଡିଡିଏ ରଶ୍ମି ରଂଜନ ସେଠୀ, ଅଧୀକ୍ଷଣ ଯନ୍ତ୍ରୀ ଆର୍‌ ପି ଟପ୍ପୋ ପ୍ରମୁଖ ଉପସ୍ଥିତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର