କେନ୍ଦ୍ର ସରକାରଙ୍କ ଆନ୍ଧ୍ର ପ୍ରୀତି: ପୂର୍ବତଟ ରେଳବାଇରୁ ୱାଲଟିୟର ଡିଭିଜନ ହେବ ଅଲଗା, ଓଡ଼ିଶା ହରାଇବ ବିପୁଳ ରାଜସ୍ବ
ଭୁବନେଶ୍ବର: ପୂର୍ବତଟ ରେଳବାଇରୁ ୱାଲଟିୟର ଡିଭିଜନକୁ ଅଲଗା କରିବାକୁ ନେଇ କେନ୍ଦ୍ର ଓ ରାଜ୍ୟର ବିଜେପି ସରକାରକୁ ଓଡ଼ିଆ ଅସ୍ମିତା ପରିଷଦ କଡା ସମାଲୋଚନା କରିଛି। ଖଣିଜ ପରିବହନରେ ଭାରତୀୟ ରେଳକୁ ସବୁଠୁ ଅଧିକ ରାଜସ୍ୱ ଦେଉଛି ପୂର୍ବତଟ ରେଳପଥ। ସମ୍ବଲପୁର, ଖୋର୍ଦ୍ଧା ଓ ୱାଲଟିୟର ଡିଭିଜନକୁ ନେଇ ଗଠିତ ପୂର୍ବତଟ ରେଳପଥ। କିନ୍ତୁ କେନ୍ଦ୍ର ସରକାରଙ୍କ ଆନ୍ଧ୍ର ପ୍ରୀତି ଯୋଗୁଁ ଏହା ବିଖଣ୍ଡିତ ହେବାକୁ ବସିଛି। ଆସନ୍ତା ୨୯ ତାରିଖରେ ପ୍ରଧାନମନ୍ତ୍ରୀ ଦକ୍ଷିଣତଟ ରେଳବାଇର ବିଶାଖାପାଟଣାରେ […]
ଭୁବନେଶ୍ବର: ପୂର୍ବତଟ ରେଳବାଇରୁ ୱାଲଟିୟର ଡିଭିଜନକୁ ଅଲଗା କରିବାକୁ ନେଇ କେନ୍ଦ୍ର ଓ ରାଜ୍ୟର ବିଜେପି ସରକାରକୁ ଓଡ଼ିଆ ଅସ୍ମିତା ପରିଷଦ କଡା ସମାଲୋଚନା କରିଛି। ଖଣିଜ ପରିବହନରେ ଭାରତୀୟ ରେଳକୁ ସବୁଠୁ ଅଧିକ ରାଜସ୍ୱ ଦେଉଛି ପୂର୍ବତଟ ରେଳପଥ। ସମ୍ବଲପୁର, ଖୋର୍ଦ୍ଧା ଓ ୱାଲଟିୟର ଡିଭିଜନକୁ ନେଇ ଗଠିତ ପୂର୍ବତଟ ରେଳପଥ। କିନ୍ତୁ କେନ୍ଦ୍ର ସରକାରଙ୍କ ଆନ୍ଧ୍ର ପ୍ରୀତି ଯୋଗୁଁ ଏହା ବିଖଣ୍ଡିତ ହେବାକୁ ବସିଛି।
ଆସନ୍ତା ୨୯ ତାରିଖରେ ପ୍ରଧାନମନ୍ତ୍ରୀ ଦକ୍ଷିଣତଟ ରେଳବାଇର ବିଶାଖାପାଟଣାରେ ମୁଖ୍ୟାଳୟକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଯେଉଁଠିକୁ ୱାଲଟିୟାର ଡିଭିଜନକୁ ନିଆଯିବ। ଓଡ଼ିଶାର ୨୫୪ କିଲୋମିଟର ରେଳପଥ ଦକ୍ଷିଣତଟକୁ ଚାଲିଯିବ। ଖଡ଼ଗପୁର ଜୋନରେ ଓଡ଼ିଶାର ବାଲେଶ୍ୱର ମୟୁରଭଞ୍ଜର ବହୁ ଖଣିଜ ବହୁଳ ଅଞ୍ଚଳ ପୂର୍ବରୁ ଚାଲିଯାଇଛି। ଚକ୍ରଧରପୁର ଡିଭିଜନରେ ଝାରସୁଗୁଡା, କେନ୍ଦୁଝର, ବଣାଇ ଅଞ୍ଚଳ ରହିଯାଇଛି। ତେଣୁ ଏବେ ପୂର୍ବତଟ ରେଳପଥରେ ରହିବ କ’ଣ ବୋଲି ପ୍ରଶ୍ନ କରିଛି ଅସ୍ମିତା ପରିଷଦ।
କେନ୍ଦ୍ର ସରକାର ଓଡିଶାକୁ ରେଳବାଇ କ୍ଷେତ୍ରରେ ଯେଉଁ ତିନି ଗୁଣ ଅନୁଦାନ ଦେଉଛନ୍ତି ବୋଲି ଦାବି କରୁଛନ୍ତି ତାର ମାନେ କଣ ବୋଲି ପ୍ରଶ୍ନ କଲା ଓଡିଆ ଅସ୍ମିତା ପରିଷଦ। ରେଳବାଇକୁ କେନ୍ଦ୍ର ଖଣ୍ଡବିଖଣ୍ଡିତ କରି ଓଡ଼ିଶାର ହକକୁ ଛଡାଇ ନେଉଛନ୍ତି। ମହାନଦୀ ପୋଲାଭରମ କ୍ଷତ ଲିଭିନାହିଁ। ରେଳବାଇର ଓଡିଶାକୁ ଖଣ୍ଡବିଖଣ୍ଡିତ କରିବାର ଷଡ଼ଯନ୍ତ୍ରର ଆଜି ମୁଣ୍ଡି ମରିବାକୁ ଯାଉଛି। ଓଡ଼ିଶାର ସ୍ୱାଭିମାନ ଓ ଆର୍ଥିକ ସ୍ଵଛଳତାକୁ ଆଖି ଆଗରେ ରଖି ଓଡ଼ିଶାର ସାଂସଦ ମାନେ ସଂସଦରେ କଥା ଉଠାଇବାକୁ ଦାବି କରିଛି ଓଡ଼ିଆ ଅସ୍ମିତା ପରିଷଦ।
ଓଡିଶାରୁ ପ୍ରତିନିଧିତ୍ୱ କରୁଥିବା ରେଳମନ୍ତ୍ରୀ ଏ ଦିଗରେ ଧ୍ୟାନ ଦେବାକୁ ଦାବି କରିଛି ପରିଷଦ। ବିଧାନସଭାରେ ଏ ସମ୍ପର୍କରେ ସର୍ବସମ୍ମତ ନିନ୍ଦା ପ୍ରସ୍ତାବ ଗୃହୀତ ହେଉ। ପରିବହନ କ୍ଷେତ୍ରରେ ପୂର୍ବତଟ ରେଳପଥ ୨୫ ହଜାର କୋଟିରୁ ଅଧିକ ଅର୍ଥ ଦେଉଥିଲା। ୱାଲଟିୟାର ଡିଭିଜନ ଦେଉଥିଲା ୮ ରୁ ୧୦ ହଜାର କୋଟି। ଏହି ରାଜସ୍ୱ ଓଡିଶା ହରାଇବ। କେବଳ ସମ୍ବଲପୁର ଓ ଖୋର୍ଦ୍ଧା ଡିଭିଜନକୁ ନେଇ ପୂର୍ବତଟ ରେଳପଥ ଚାଲିବ ଯାହାକି ସମ୍ପୂର୍ଣ୍ଣ ମୂଲ୍ୟହୀନ ହୋଇପଡିବ।
ଓଡିଶାକୁ ଖଣ୍ଡବିଖଣ୍ଡିତ କରିବାର ଚକ୍ରାନ୍ତ ଆରମ୍ଭ ହୋଇଥିବା ଅଭିଯୋଗ ଆଣିଛି ଓଡ଼ିଆ ଅସ୍ମିତା ପରିଷଦର ଆବାହକ ରବି ବେହେରା। ଓଡ଼ିଶାର ସମ୍ପଦ ଉପରେ ବହୁ ପୁଞ୍ଜିପତି ଓ ପଡୋଶୀ ରାଜ୍ୟର ଲୋଲୁପ ଦୃଷ୍ଟି ପଡିଛି। ଗୃହମନ୍ତ୍ରୀ ଓଡିଶା ଆସୁଛନ୍ତି ତେଣୁ ଓଡ଼ିଶାର ସୀମା ଓ ଖଣି ପାଣିକୁ ନେଇ ଯୋଉ ବିବାଦ ଲାଗିଛି ତାକୁ ସମାଧନ କରିବାକୁ ଦାବି ଉଠିଛି। ଓଡ଼ିଆ ଅସ୍ମିତାର କଥା ଯେଉଁମାନେ କହିଥିଲେ ଏହାକୁ କେତେଦୂର ଜଗିଛନ୍ତି ତାହା ଜଣା ପଡିଯାଉଛି ବୋଲି କହିଲା ପରିଷଦ। ତୁରନ୍ତ ଏସବୁ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଦାବି କରାଯିବା ସହ ଏହା କରା ନ ଗଲେ ଓଡିଶା ବନ୍ଦର ଡାକରା ଦିଆଯିବ ବୋଲି ଚେତାବନୀ ଦେଇଛି ଓଡ଼ିଆ ଅସ୍ମିତା ପରିଷଦ।