ରାଜ୍ୟସଭା ଉପାଧ୍ୟକ୍ଷ ପ୍ଯାନେଲକୁ ମନୋନୀତ ହେଲେ ସାଂସଦ ସସ୍ମିତ ପାତ୍ର ଓ ମମତା ମହନ୍ତ

The Sakala Picture
Published On

ଭୁବନେଶ୍ବର: ପୁଣି ଥରେ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କୁ ରାଜ୍ୟସଭାରେ ଗୁରୁଦାୟିତ୍ବ ମିଳିଛି। ରାଜ୍ୟସଭା ଉପାଧ୍ୟକ୍ଷ ପ୍ଯାନେଲକୁ ମନୋନୀତ ହୋଇଛନ୍ତ ଡ.ସସ୍ମିତ ପାତ୍ର । ରାଜ୍ଯସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ଦ୍ବାରା ମନୋନୀତ ହୋଇଛନ୍ତି ସସ୍ମିତ। ସେହିପରି ସାଂସଦ ମମତା ମହନ୍ତ ମଧ୍ୟ ଉପାଧ୍ୟକ୍ଷ ପ୍ଯାନେଲର ସଦସ୍ଯା ହୋଇଛନ୍ତି। ସୂଚନା ଅନୁଯାୟୀ, ଓଡ଼ିଆ ସାଂସଦ ଭାବେ ଡ଼ ପାତ୍ର ଏହି ସମ୍ମାନଜନକ ପ୍ୟାନେଲରେ ପୂର୍ବରୁ ମଧ୍ୟ ସାମିଲ ହୋଇଥିଲେ। ସଂସଦରେ ନିଜର ବଳିଷ୍ଠ ଉପସ୍ଥାପନ ପାଇଁ ଉଚ୍ଚ […]

ଭୁବନେଶ୍ବର: ପୁଣି ଥରେ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କୁ ରାଜ୍ୟସଭାରେ ଗୁରୁଦାୟିତ୍ବ ମିଳିଛି। ରାଜ୍ୟସଭା ଉପାଧ୍ୟକ୍ଷ ପ୍ଯାନେଲକୁ ମନୋନୀତ ହୋଇଛନ୍ତ ଡ.ସସ୍ମିତ ପାତ୍ର । ରାଜ୍ଯସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ଦ୍ବାରା ମନୋନୀତ ହୋଇଛନ୍ତି ସସ୍ମିତ। ସେହିପରି ସାଂସଦ ମମତା ମହନ୍ତ ମଧ୍ୟ ଉପାଧ୍ୟକ୍ଷ ପ୍ଯାନେଲର ସଦସ୍ଯା ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ସୂଚନା ଅନୁଯାୟୀ, ଓଡ଼ିଆ ସାଂସଦ ଭାବେ ଡ଼ ପାତ୍ର ଏହି ସମ୍ମାନଜନକ ପ୍ୟାନେଲରେ ପୂର୍ବରୁ ମଧ୍ୟ ସାମିଲ ହୋଇଥିଲେ। ସଂସଦରେ ନିଜର ବଳିଷ୍ଠ ଉପସ୍ଥାପନ ପାଇଁ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷଙ୍କ ଅନୁପସ୍ଥିତିରେ ଡ଼ ପାତ୍ର ଏକାଧିକ ବାର ପୂର୍ଣ୍ଣ ଦକ୍ଷତାରସହ ଗୃହ କାର୍ଯ୍ୟ ପରିଚାଳନା କରି ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିଛନ୍ତି। ଡ଼ ପାତ୍ର ସର୍ବଦା ରାଜ୍ୟସଭାରେ ରାଜ୍ୟର ନାର୍ଯ୍ୟ ଦାବି ଏବଂ ସମସ୍ୟା ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର