ସ୍ୱାସ୍ଥ୍ୟାବସ୍ଥା ସୁଧୁରୁ ଥିବା ବେଳେ ବିରୋଧିଦଳ ଉପନେତା ବିଷ୍ଣୁ ସେଠୀଙ୍କ ସହ କଥା ହେଲେ ରାଜ୍ୟପାଳ ଓ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ

The Sakala Picture
Published On

ଧାମନଗର :କୋଭିଡ ସଂକ୍ରମିତ ହୋଇ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧିନ ଥିବା ଧାମନଗର ବିଧାୟକ ତଥା ବିରୋଧିଦଳ ଉପନେତା ବିଷ୍ଣୁ ସେଠୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି। ଗତ ସପ୍ତାହରେ ଶ୍ରୀସେଠୀ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କର କୋଭିଡ ପରୀକ୍ଷା ରିପୋର୍ଟ ପଜିଟିଭ ଆସିଥିଲା। ତୁରନ୍ତ ତାଙ୍କୁ ଚିକିତ୍ସା ନିମନ୍ତେ ଏମ୍ସରେ ଭର୍ତି କରାଯାଇଥିଲା। ବିଷ୍ଣୁଙ୍କ ବ୍ଲଡ ସୁଗାର ସ୍ତର ଅଧିକ ହେବା ସହ ରକ୍ତଚାପ ଏବଂ ଅମ୍ଳଜାନ ସ୍ତର ଅନିୟନ୍ତ୍ରିତ ଦେଖାଦେଇଥିଲା। ଏମ୍ସର ଡେପୁଟି ଡାଇରେକ୍ଟର […]

ଧାମନଗର :କୋଭିଡ ସଂକ୍ରମିତ ହୋଇ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧିନ ଥିବା ଧାମନଗର ବିଧାୟକ ତଥା ବିରୋଧିଦଳ ଉପନେତା ବିଷ୍ଣୁ ସେଠୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି। ଗତ ସପ୍ତାହରେ ଶ୍ରୀସେଠୀ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କର କୋଭିଡ ପରୀକ୍ଷା ରିପୋର୍ଟ ପଜିଟିଭ ଆସିଥିଲା। ତୁରନ୍ତ ତାଙ୍କୁ ଚିକିତ୍ସା ନିମନ୍ତେ ଏମ୍ସରେ ଭର୍ତି କରାଯାଇଥିଲା। ବିଷ୍ଣୁଙ୍କ ବ୍ଲଡ ସୁଗାର ସ୍ତର ଅଧିକ ହେବା ସହ ରକ୍ତଚାପ ଏବଂ ଅମ୍ଳଜାନ ସ୍ତର ଅନିୟନ୍ତ୍ରିତ ଦେଖାଦେଇଥିଲା। ଏମ୍ସର ଡେପୁଟି ଡାଇରେକ୍ଟର ପ୍ରଦୀପ୍ତ ରାୟଙ୍କ ପରିଚାଳନା ଏବଂ ଅଧିକ୍ଷକ ସଚିଦାନନ୍ଦ ମହାନ୍ତିଙ୍କ ତତ୍ୱାବଧାନରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କର ଚିକିତ୍ସା ଦାୟିତ୍ୱରେ ରହିଛନ୍ତି। ନ୍ୟୁରୋଲୋଜି ବିଭାଗର ଡାକ୍ତର ମନୋଜ ଦାସ, ସଂଜିବ ଭୋଇ, ଏଣ୍ଡ୍ରୋକ୍ରଇନଲୋଜି ବିଭାଗର ଡାକ୍ତର କିଶୋର ବେହେରା, ନେଫ୍ରୋଲୋଜି ବିଭାଗର ଡାକ୍ତର ସନ୍ଦିପ ପଣ୍ଡା ଏବଂ ପଲମୋଲୋଜି ବିଭାଗର ଡାକ୍ତର ସୌରିନି ଭୂୟାଁ ବିଷ୍ଣୁଙ୍କୁ ଚିକିତ୍ସା କରୁଛନ୍ତି। ଆଜି ରାଜ୍ୟପାଳ ଗଣେଷୀ ଲାଲ ଓ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ବିରୋଧିଦଳ ଉପନେତା ଶ୍ରୀ ସେଠୀଙ୍କ ସହ କଥା ହୋଇଥିବା ବେଳେ ତାଙ୍କ ଚିକିତ୍ସା ସମ୍ପର୍କରେ ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ ଗତ ୪ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଷ୍ଣୁ ସେଠୀଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ଏମ୍ସ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଆହୁରି ପଢ଼ନ୍ତୁ: ସୁବର୍ଣ୍ଣପୁରର ଏକ ତେଲ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟ ଜାରି

10 Jul 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର